କଟି ଯନ୍ତ୍ରଣା

ଉଇକିପିଡ଼ିଆ ରୁ
କଟି ଯନ୍ତ୍ରଣା
Lumbar region in human skeleton.svg
The five vertebrae in the lumbar region of the back are the largest and strongest in the spinal column.
ICD-10 M54.4-M54.5
ICD-9 724.2
MedlinePlus 003108
eMedicine pmr/73
MeSH D017116


କଟି ଯନ୍ତ୍ରଣା ଗୋଟିଏ ଅତି ସାଧାରଣ ବେମାରୀ । ଜନ ସାଧାରଣଙ୍କ ମଧ୍ୟରୁ ଶତକଡା ୪୦ ଭାଗ ଲୋକ ଏହା ଦ୍ଵାରା ଜୀବନରେ କେତେବେଳେ ହେଲେ ମଧ୍ୟ ଆକ୍ରାନ୍ତ ହୁଅନ୍ତି । ଯୁକ୍ତରାଷ୍ଟ୍ରରେ ଏହା ଏକ କର୍ମ ବାଧକ ରୋଗ ହିସାବାରେ ବିବେଚନା କରାଯାଏ । କର୍ମରେ ବାଧା ସୃଷ୍ଟି କରିବାରେ ଏହାର ଏକ ଅଗ୍ରଣୀ ଭୂମିକା ଅଛି । ସ୍ନାୟବିକ ରୋଗମାନଙ୍କ ମଧ୍ୟରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି, ପ୍ରଥମ ସ୍ଥାନରେ ସାଧାରଣ ମୁଣ୍ଡ ବ୍ୟଥା ଅଛି । ଏହାର ସମୟ ଅନୁପାତରେ ତିନି ପ୍ରକାର ନାମ ଥାଏ - ଯଥା: - ତୀବ୍ର (୬ ସପ୍ତାହ ମଧ୍ୟରେ ଯନ୍ତ୍ରଣା ରହେ), ଅନୁତୀବ୍ର (୬ ରୁ ୧୨ ସପ୍ତାହ) ଓ ପୁରାତନ ୧୨ ସପ୍ତାହରୁ ଅଧିକ) । ଆହୁରି ମଧ୍ୟ ମେକାନିକାଲ, ନନ ମେକାନିକାଲ ଓ ରେଫର୍‌ଡ୍ ପେନ୍(Referred pain), ଏହି ତିନି ପ୍ରକାର ବର୍ଣ୍ଣନା କରାଯାଏ । ରକ୍ଷଣଶୀଳ ଚିକିତ୍ସା ଦ୍ଵାରା ଏହାର ଲକ୍ଷଣ ଆରମ୍ଭ ହେବାର ଅଳ୍ପ କିଛି ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।
ଅଧିକାଂଶ ରୋଗୀଙ୍କର କାରଣ ଖୋଜା ହୁଏ ନାହିଁ ଓ ମେକାନିକାଲ (ମାଂସପେଶୀ ଓ ଗଣ୍ଠି ଟାଣି ହେବା) କାରଣ ଯୋଗୁ କଷ୍ଟ ହେବା ଧରାଯାଏ । ସାଧାରଣ ଚିକିତ୍ସାରେ ଭଲ ନ ହେଲେ ବା ଲାଲ ପତାକା ("Red flags") ଲକ୍ଷଣ ଯଥା ଓଜନ ହ୍ରାସ, ଜ୍ଵର ଇତ୍ୟାଦି ହେଲେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ । ମେରୁଅସ୍ଥି ମଧ୍ୟସ୍ଥ ତରୁଣାସ୍ଥି ଯୋଗୁ କଟି ଯନ୍ତ୍ରଣା ହେଲେ ସ୍ଟ୍ରେଟ ଲେଗ ରେଜିଙ୍ଗ ପରୀକ୍ଷା କଲେ ଜଣାପଡ଼ିଯାଏ । ଏକ୍ସ-ରେ, ସିଟି ସ୍କାନ ଇତ୍ୟାଦି କରି ସଠିକ କାରଣ ନିର୍ଣ୍ଣୟ କରାଯାଏ ।
ସାଧାରଣ କଷ୍ଟ ନିବାରକ ଔଷଧ ଯଥା ପାରାସେଟାମଲ ବଟିକା ଖାଇଲେ ଅଧିକାଂଶ ରୋଗୀ ଭଲ ହୁଅନ୍ତି । ଅଳ୍ପ କିଛି ସପ୍ତାହ ମଧ୍ୟରେ କଷ୍ଟ ଭଳ ହୁଏ, ୬ ସପ୍ତାହ ମଧ୍ୟରେ ୪ ରୁ ୯୦% ଲୋକ ଭଲ ହୋଇଯାଆନ୍ତି ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଅଧିକାଂଶ ରୋଗୀଙ୍କର ଓଜନ ଉଠେଇଲେ, ହଠାତ ଅଣ୍ଟାଠାରୁ ଦେହ ବୁଲେଇଲେ ଓ ଆଗକୁ ଝୁଙ୍କିଲେ ଯନ୍ତ୍ରଣା ଆରମ୍ଭ ହୁଏ । ଏହି କଷ୍ଟ ସଙ୍ଗେ ସଙ୍ଗେ ବା ତା ଆର ଦିନ ସକାଳୁ ଆରମ୍ଭ ହୁଏ । ଅଣ୍ଟାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଵଳ୍ପ ଦରଜ ଲାଗେ ବା ବିକ୍ଷିପ୍ତ ଯନ୍ତ୍ରଣା ହୁଏ । ନିମ୍ନ ଅବୟବକୁ ଯନ୍ତ୍ରଣା ଗତି କରୁଥିଲେ ସିଆଟିକ ପେନ (Sciatic pain) କୁହାଯାଏ । ନିମ୍ନ କଟୀ ଯନ୍ତ୍ରଣା ପ୍ରାୟ ୨୦ ରୁ ୪୦ ବର୍ଷ ବୟସ ବେଳେ ହୁଏ ଓ ବୟଃପ୍ରାପ୍ତ ହେବା ପରେ ଏହା ଡାକ୍ତରୀ ପରାମର୍ଶର ପ୍ରଥମ ରୋଗ ହୁଏ[୧] । ଅଧା ରୋଗୀଙ୍କର ଏହି କଷ୍ଟ ବାରମ୍ଵାର ହୁଏ ଓ ସମୟ କ୍ରମେ ଅଧିକ ହୁଏ [୧]
ସ୍ଥାୟୀ ଯନ୍ତ୍ରଣା ହେଲେ ରାତିରେ ଶୋଇ ହୁଏ ନାହିଁ, ଶୋଇବାକୁ ଅଧିକ ସମୟ ଲାଗେ, ନିଦ ଭାଙ୍ଗିଯାଏ, ଅଳ୍ପ ସମୟ ନିଦ ହୁଏ ଓ ଶୋଇବାରେ ସନ୍ତୁଷ୍ଟି ଆସେ ନାହିଁ [୨]। ଅଧିକାଂଶ କ୍ଷେତ୍ରରେ ଅବସାଦ[୩] ତଥା ଉତ୍ସୁକତା ଅଧିକ ହୁଏ [୩]

ବର୍ଗକରଣ[ସମ୍ପାଦନା]

ବେମାର ରହିବା ସମୟ ଅନୁସାରେ କଟି ଯନ୍ତ୍ରଣାକୁ ତୀବ୍ର( ୪ ସପ୍ତାହରୁ କମ୍ ସମୟ), ଅନୁ ତୀବ୍ର( ୪ ରୁ ୧୨ ସପ୍ତାହ ମଧ୍ୟରେ)ଓ ପୁରୁଣା (୧୨ ସପ୍ତାହରୁ ଅଧିକ), ଏହି ତିନି ଶ୍ରେଣୀଭୁକ୍ତ କରାଯାଏ ।

କାରଣ[ସମ୍ପାଦନା]

A herniated disc as seen on MRI, one possible cause of low back pain

କଟି ଯନ୍ତ୍ରଣା ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ, ଅନେକ ଅନିର୍ଦ୍ଦିଷ୍ଟ କାରଣ ଯୋଗୁ ଅଧିକାଂଶ କଟି ଯନ୍ତ୍ରଣା ସୃଷ୍ଟି ହୁଏ [୪]। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କୌଣସି କାରଣ ଜଣାଯାଏ ନାହିଁ । ଅଧିକାଂଶ କ୍ଷେତ୍ରରେ ରକା ବା ଅଧିକ ମାଂସପେଶୀ ଟାଣି ହୋଇଯିବା ଯୋଗୁ ଏହା କଷ୍ଟ ହୁଏ[୫] । ମୋଟାପା, ଧୂମ୍ରପାନ, ଗର୍ଭାବସ୍ଥାରେ ଓଜନ ବୃଦ୍ଧି, ମାନସିକ ଚାପ, ଦରିଦ୍ର ଶାରୀରିକ ଅବସ୍ଥା ଓ ଅସ୍ଵାଭାବିକ ଶୟନ ଅବସ୍ଥା ଇତ୍ୟାଦି କଟି ଯନ୍ତ୍ରଣାକୁ ବଢ଼େଇବାକୁ ସାହାଯ୍ୟ କରେ । ହଠାତ୍ କିଛି ଓଜନିଆ ଜିନିଷ ଉଠାଇବା ବେଳେ ବା ନଇଁ ପଡ଼ିବା ସମୟରେ ଏହି ଯନ୍ତ୍ରଣା ଅନୁଭୁତ ହୁଏ । ଏହାର କାରଣମାନଙ୍କର ସମ୍ପୁର୍ଣ୍ଣ ତାଲିକା ମଧ୍ୟରେ ଅନେକ ଅସାଧାରଣ ରୋଗ ବା ଅବସ୍ଥା ଅଛି [୬]। ଶତକଡ଼। ୯୯ ରୋଗୀ ଏହି ସାଧାରଣ କାରଣ ଯୋଗୁ ରୋଗ ଭୋଗ କରନ୍ତି । ମହିଳାମାନେ ନାରୀ ସମ୍ବନ୍ଧିୟ ରୋଗ ଯଥା ଏଣ୍ଡୋମେଟ୍ରିଓସିସ୍,ଓଭାରିଆନ ସିସ୍ଟ, ଓଭାରିଆନ କର୍କଟ, ୟୁଟେରାଇନ ଫାଇବ୍ରଏଡ୍ ରୋଗମାଅନଙ୍କରେ କଟି ଯନ୍ତ୍ରଣା ଭୋଗ କରନ୍ତି ।[୭]ଓଷ୍ଟିଓଆର୍ଥ୍ରାଇଟିସ, ମେରୁ ଚକ୍ରିକା କ୍ଷୟ, ମେରୁ ଚକ୍ରିବା ହାର୍ନିଆ, ଭଗ୍ନ ମେରୁ ଅସ୍ଥି, ଜୀବାଣୁ ସଂକ୍ରମଣ ଓ ଟ୍ୟୁମର ଆଦି ଅନେକ ସମୟରେ କଟି ଯନ୍ତ୍ରଣା କରାଏ ।
ଅନେକ କାରଣମାନଙ୍କ ମଧ୍ୟରେ ନିମ୍ନରେ ଦିଆଯାଇଥିବା କାରଣ ଗୁଡିକ ସଂଖ୍ୟ ଦୃଷ୍ଟିରୁ ନଗନ୍ୟ ।

୧.ଯାନ୍ତ୍ରିକ(ଶରୀର ଏକ ପ୍ରକାର ଜୀବନ୍ତ ଯନ୍ତ୍ର)

  • ମେରୁ ଅସ୍ଥିର ଶ୍ଳେଷକ ଗଣ୍ଠି ପ୍ରଦାହ
  • ବିଚ୍ଛୁରିତ ଅଜ୍ଞାତହେତୁକ କଙ୍କାଳୀୟ ଅତି ଅସ୍ଥି ସୃଷ୍ଟି
  • ମେରୁ ମଧ୍ୟସ୍ଥ ଚକ୍ରିକା କ୍ଷୟ (ଏହା ଏକ ସଧାରଣ କାରଣ)
  • ସିଉରମ୍ୟନ ରୋଗ
  • ମେରୁ ଚକ୍ରିକା ବହିଃସରଣ (ସ୍ଲିପ୍ ଡିସ୍କ, ଏକ ସଧାରଣ କାରଣ))
  • ମେରୁ ଅସ୍ଥି ସ୍ଥାନଚ୍ୟୁତି
  • ଅସ୍ଥିଭଙ୍ଗ
  • ତ୍ରିକଶ୍ରୋଣୀଫଳକ ସମ୍ପର୍କୀୟ
  • ନିମ୍ନ ଅବୟବ ଦୈର୍ଘ୍ୟ ତାରତମ୍ୟ
  • ନିତମ୍ବ ଗଣ୍ଠି ସିମିତ କାର୍ଯ୍ୟ
  • ପଂକ୍ତିଚ୍ୟୁତ ନିତମ୍ବାସ୍ଥି
  • ଅସାଧାରଣ ବକ୍ର ପାଦ

୨.ପ୍ରଦାହ ଜନିତ

  • ବିଯୁକ୍ତାତ୍ମକ ସୀରମ ମେରୁ ଅସ୍ଥି ପ୍ରଦାହ ( ଗଣ୍ଠି ବିହୀନ ମେରୁଦଣ୍ଡ )
  • ରିଉମାଟଏଡ ଗଣ୍ଠି ପ୍ରଦାହ
  • ମେରୁ ଅସ୍ଥି ଓ ତତ୍ ସଂଲଗ୍ନ୍ ଅଂଶ ସଂକ୍ରମଣ
  • ତ୍ରିକଶ୍ରୋଣୀଫଳକ ପ୍ରଦାହ

୩.ଅର୍ବୁଦ ଶ୍ରେଣୀ

  • ଅସ୍ଥି ଅର୍ବୁଦ (ଟ୍ୟୁମର)- ପ୍ରାଥମିକ ଏବଂ ବିକ୍ଷେପିତ (ମେଟାସ୍ଟାସିସ୍)
  • ମେରୁ ମଜ୍ଜା ଅର୍ବୁଦ

୪.ଚୟାପଚୟ (ମେଟାବୋଲିକ)

  • ଛିଦ୍ରାଳ ଅସ୍ଥି ଭଗ୍ନ (ଓଷ୍ଟିଓପୋରୋଟିକ୍ ଅସ୍ଥିଭଙ୍ଗ)
  • ମୃଦୁ ଅସ୍ଥି (ଓଷ୍ଟିଓମାଲାସିଆ)
  • ଓକ୍ରୋନୋସିସ୍
  • କଣ୍ଡ୍ରୋକ୍ୟାଲ୍ ସିନୋସିସ୍

୫.ମନ-ବିକାର-ଶାରୀରିକ (ସାଇକୋସୋମାଟିକ୍) ମନୋଅସ୍ଥିରତା ମାଂସପେଶୀ ଲକ୍ଷଣପୁଞ୍ଜ ୬.ପ୍ୟାଜେଟ୍ସ୍ ରୋଗ

୭.ରେଫର୍ଡ ପେନ୍ (ରୋଗ ଗୋଟିଏ ସ୍ଥାନରେ କିନ୍ତୁ କଷ୍ଟ୍ ଅନ୍ୟ ସ୍ଥାନରେ )

  • ଉଦର ଶ୍ରୋଣୀ ସମ୍ପର୍କୀୟ ରୋଗ ( ପେଲଭିକ୍ ଆବଡୋମିନାଲ୍ ରୋଗ ସମୁହ )
  • ପୁଂସପ୍ରନ୍ଥି କର୍କଟ (ପ୍ରୋଷ୍ଟେଟ୍ କ୍ୟାନସର )
  • ଅଙ୍ଗଭଙ୍ଗୀ ଜନିତ (Postural)

୮.ହତାଶା (ଡିପ୍ରେଶନ୍)

୯.ଅମ୍ଳଜାନ ଅଭାବ

ବିକାରୀ ଶରୀର କ୍ରିୟା[ସମ୍ପାଦନା]

The lumbar region in regards to the rest of the spine The nerve and bone components of the vertebrae
The five lumbar vertebrae define the lower back region
The structures surrounding and supporting the vertebrae can be sources of low back pain

ପିଠିର ନିମ୍ନ ଭାଗ ବା କଟୀ ସ୍ଥାନର ମେରୁଦଣ୍ଡରେ ୫ଟି ହାଡ ଥାଏ । ମେରୁଦଣ୍ଡର ହାଡ଼ଗୁଡିକ ଉପର ତଳ ହୋଇ ସଜା ହୋଇଥାଏ । ଶରୀରର ଓଜନ ମେରୁଦଣ୍ଡମାଧ୍ୟମରେ ଭୂମିକୁ ସ୍ଥାନାନ୍ତରିତ ହୁଏ । ଓଜନ ଦ୍ବାରା କ୍ଷୟ ନ ହେବା ନିମନ୍ତେ ପ୍ରତି ପାଖାପାଖି ୨ ହାଡ଼ ମଧ୍ୟରେ ଗୋଟିଏ ଚକ୍ରିକା ଥାଏ । ଉପାସ୍ଥି, ତନ୍ତୁସୂତ୍ର ଓ କିଛି ଜେଲି ଭଳି ପଦାର୍ଥକୁ ନେଇ ଏହି ଚକ୍ରିକା ଗଠିତ ହୋଇଛି । ଏହି ଚକ୍ରିକା ଶକ୍ (ଯାନ ବାହନରେ ବା ଖରାପ ରାସ୍ତାରେ ଯିବା ବେଳେ ମେରୁ ଉପରେ ପଡୁଥିବା ସଂଘାତ) ନିରୋଧକ ଅଟେ । ଏହା ଦ୍ବାରା ଦୁଇ ହାଡ଼ ପରଷ୍ପର ମଧ୍ୟରେ ଘଷି ହୋଇ କ୍ଷୟ ହେବାରୁ ରକ୍ଷା ପାଆନ୍ତି । ମେରୁ ମଜ୍ଜା ବା ସ୍ପାଇନାଲ୍ କଡ଼ ମଧ୍ୟ ରକ୍ଷା ପାଏ । ସ୍ପାଇନାଲ୍ କଡ଼ରୁ ସ୍ନାୟୁସମୁହ ବିଭିନ୍ନ ସ୍ଥାନରୁ ମେରୁ ମଧ୍ୟରୁ ବାମ ଓ ଡାହାଣ ପଟୁ ବାହାରି ଶରୀରର ବିଭିନ୍ନ ସ୍ଥାନକୁ ଯାଆନ୍ତି । ମାଂସପେଶୀ ଓ ଗଣ୍ଠି ବନ୍ଧନୀ (ଲିଗାମେଣ୍ଟ) ମେରୁ ଅସ୍ଥିସମୁହର ଦୃଢତା ବା ସ୍ଥିରତା ରକ୍ଷା କରିବାରେ ସାହାଯ୍ୟ କରେ । ଦୁଇ ମେରୁ ହାଡ଼ ମଧ୍ୟରେ ଚକ୍ରିକା ସହ ଏକ ଗଣ୍ଠି ଥାଏ ଓ ଦୁଇ ପାର୍ଶ୍ବରେ ଦୁଇଟି ଫ୍ୟାସେଟ୍ ଗଣ୍ଠି ଥାଏ ଯେଉଁଗୁଡିକ ଅଣ୍ଟାର ଗତି ନିୟନ୍ତ୍ରଣ କରନ୍ତି[୮]

ଏହି ରୋଗର ଯେତେଗୁଡିଏ କାରଣ ଲେଖାଯାଇଛି ସେଗୁଡିକ ଅନୁଧ୍ୟାନ କଲେ ଦେଖାଯିବ, ଏହି ଯନ୍ତ୍ରଣା କୈ।ଣସି ନିର୍ଦ୍ଦିଷ୍ଟ ତନ୍ତୁ ବା ଅଂଶ ଯଥା- ହାଡ଼, ମାଂସ ଇତ୍ୟାଦିରୁ ଜାତ ହେଉନାହିଁ । ପ୍ରତ୍ୟେକ ବିଷୟର ଶାରୀରିକ ବିକାରୀ କ୍ରିୟା ସେହି ବିଷୟର ଆଲୋଚନାରେ ବର୍ଣ୍ଣନା କରାଯାଏ । ଏଠାରେ ଉଲ୍ଲେଖ ଯୋଗ୍ୟ, ଅଣ୍ଟାରେ ଥିବା ପ୍ରତ୍ୟେକ ଅଂଶର ବିକାରରେ ଏହି ବେଦନା ଅନୁଭୁତ ହୋଇ ପାରେ । ମେରୁ ଚକ୍ରିକା ଗଠନ, ତାହାର ସ୍ନାୟୁ ଓ ରକ୍ତ ସରବରାହ ଭଲ ଭାବରେ ଜାଣିଲେ କଟି ଯନ୍ତ୍ରଣା ବୁଝିହୁଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଅଣ୍ଟାରେ ବିଭିନ୍ନ ପ୍ରକାର ତନ୍ତୁ ଥାଆନ୍ତି ଓ ସେମାନଙ୍କ ଗଠନ ଅତି ଜଟୀଳ । କଟି ଯନ୍ତ୍ରଣା ରୋଗୀର କଥନ ଅନୁସାରେ ଜଣାଯାଏ ଯାହାକି ସାମାଜିକ ସମସ୍ୟା ଉପରେ ନିର୍ଭର କରିଥାଏ, ତେଣୁ ସିଧା ସଳଖ ନିର୍ଣ୍ଣୟ କରିହୁଏ ନାହିଁ । ମାଂସପେଶୀ ଓ ଗଣ୍ଠି ଯୋଗୁ ଯନ୍ତ୍ରଣା ହେଲେ ମଧ୍ୟ ଏହାକୁ ବିଭିନ୍ନ ସ୍ନାୟୁ ରୋଗ, ମେରୁ ଅର୍ବୁଦ ‌(Spinal Tumour). ମେରୁ ଅସ୍ଥିଭଗ୍ନ, ସଂକ୍ରମଣ ସମସ୍ତଙ୍କଠାରୁ ପୃଥକ କରିବାକୁ ହୁଏ[୧] । ଗମ୍ଭୀର ସମସ୍ୟା ସୃଷ୍ଟି କଲା ଭଳି ରୋଗ ସଂଖ୍ୟା ବହୁତ କମ ହେତୁ କଟି ବ୍ୟଥା ରୋଗୀମାନଙ୍କର ବିଭିନ୍ନ ଚିକିତ୍ସା ନିମନ୍ତେ ପ୍ରଥମରୁ ବିଶେଷ ନିର୍ଣ୍ଣୟାତ୍ମକ ପଦ୍ଧତି ଉପଯୋଗ କରାଯାଏ ନାହିଁ । ଚିନ୍ତା ଜନକ ଲକ୍ଷଣ ଦେଖାଗଲେ ନିର୍ଣ୍ଣୟାତ୍ମକ ପ୍ରତିବିମ୍ବ ପରୀକ୍ଷାମାନ କରାଯାଏ ।

ପରୀକ୍ଷା[ସମ୍ପାଦନା]

The straight leg raise test can detect pain originating from a herniated disc. When warranted, imaging such as MRI can provide clear detail about disc related causes of back pain (L4–L5 disc herniation shown)

ଡାକ୍ତରୀ ପରାମର୍ଶ ନିମନ୍ତେ ଦ୍ଵିତୀୟ ସର୍ବାଧିକ କଟୀ ଯନ୍ତ୍ରଣା ରୋଗୀ ଆସନ୍ତି[୯][୧୦] । ଯଦି ସାଧାରଣ ଉପଚାର ଦ୍ଵାରା ନ କମେ, ଲକ୍ଷଣ ବୃଦ୍ଧି ହୁଏ, ସ୍ନାୟୁଗତ ଲକ୍ଷଣ ନୂଆକରି ବାହାରେ ଓ ଲାଲ ପତାକା ଚିହ୍ନ ଦେଖାଯାଏ ତାହାହେଲେ ଇମେଜିଙ୍ଗ ପରୀକ୍ଷା ନିରିକ୍ଷା ଆବଶ୍ୟକ ହୁଏ । ତାହା ପୂର୍ବରୁ କିଛି ଶାରୀରିକ ପରୀକ୍ଷା କରାଯାଏ । ମେରୁ ଚକ୍ରିକା ହାର୍ନିଆ ଥିଲେ ସ୍ଟ୍ରେଟ ଲେଗ ରେଜିଙ୍ଗ ଟେଷ୍ଟଦ୍ଵାରା ଜଣାଯାଏ । କର୍କଟ, କଡା ଇକ୍ଵିନା ସିଣ୍ଡ୍ରୋମ ଓ ସଂକ୍ରମଣ ସନ୍ଦେହା କଲାମାତ୍ରେ ଏମ୍.ଆର୍.ଆଇ. ବା ସି.ଟି. ସ୍କାନ କରାଯାଏ । ସ୍ପାଇନାଲ ସ୍ଟେନୋସିସ୍ ରୋଗ ନିମନ୍ତେ ଏମ୍.ଆର୍.ଆଇ. ବା ସି.ଟି. ସ୍କାନ କରାଯାଏ, ଏମ୍.ଆର୍.ଆଇ. ଅଧିକ ଭଲ । ମେରୁ ଅସ୍ଥିର ଉର୍ଦ୍ଧ୍ଵ ସ୍ଥାନରେ କ୍ରନିକ ଯନ୍ତ୍ରଣା ହେଉଥିଲେ ଲମ୍ଵର ପ୍ରୋଭୋକେଟିଭ ଡିସ୍କୋଗ୍ରାଫି (Lumbar provocative discography) କରାଯାଏ[୧୧] । ନର୍ଭ ବ୍ଲକ୍ ପରୀକ୍ଷାଦ୍ଵାରା ନିର୍ଦ୍ଦିଷ୍ଟ ସ୍ନାୟୁ ଚାପଗ୍ରସ୍ତ ଅଛି କି ନା, ଜଣାଯାଏ । ରୁଟିନ ଇମେଜିଙ୍ଗ ଓ ଅପରେଶନଦ୍ଵାରା ଚିକିତ୍ସା ଖର୍ଚ୍ଚ ବୃଦ୍ଦି ହୁଏ କିନ୍ତୁ କିଛି ଅଧିକ ଉପକାର ମିଳେ ନାହିଁ[୧୨][୧୩] । ୧% ରୁ କମ ଇମେଜିଙ୍ଗଦ୍ଵାରା ରୋଗ କାରଣ ଚିହ୍ନାଯାଏ । ଇମେଜିଙ୍ଗ ଫଳରେ ବିପଦହୀନ କିଛି ରୋଗ ଚିହ୍ନା ପଡ଼ିଲେ ଅଯଥା ଖର୍ଚ୍ଚ ବଢ଼େ ଓ ରୋଗୀର ମାନସିକ ସ୍ଥିତି ଖରାପ ହୁଏ ।

ପ୍ରତିବିମ୍ବ[ସମ୍ପାଦନା]

ନିର୍ଦିଷ୍ଟ କେତେକ କାରଣକୁ (ଯାହାକୁ ଲାଲ୍ ପତାକା କାରଣ କୁହାଯାଏ) ଛାଡିଦେଲେ ଏକ୍ସରେ, ସିଟି ସ୍କାନ୍, ଏମ୍ ଆର୍ ଆଇ ଇତ୍ୟାଦି ପ୍ରତିବିମ୍ବ (Image)ପରୀକ୍ଷା ସାଧାରଣ କଟି ବ୍ୟଥାରେ କରାଯାଏ ନାହିଁ । ବହୁତ ଦିନର ରୋଗ ହୋଇଥିଲେ ଏକ୍ସରେ ପରୀକ୍ଷା କଲେ ରୋଗୀ ସନ୍ତୋଷ ଲାଭ କରେ । ଉଲ୍ଲେଖ ଯୋଗ୍ୟ କଥା - ଇମେଜ୍ ପରୀକ୍ଷା ଦ୍ବାରା ଅନେକ ସମୟରେ ରୋଗୀର ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ ।

ଲାଲ ପତାକା[ସମ୍ପାଦନା]

କତିପୟ ଚିହ୍ନ ଓ ଲକ୍ଷଣମାନଙ୍କୁ ଲାଲ ପତାକା ନାମରେ ନାମିତ କରାଯାଇଛି । ଲାଲ ପତାକା ମାନେ ନୁହେଁ, ଏହା ଏକ ଜଟୀଳ ଅବସ୍ଥା । କିଛି ଉଲ୍ଲେଖନୀୟ ରୋଗ ନ ଥାଇପାରେ । ଲାଲ ପତାକା ଚିହ୍ନ ନ ଥାଇ ପ୍ରଥମ ଚାରି ସପ୍ତାହ ମଧ୍ୟରେ ପ୍ରତିବିମ୍ଵ ପରୀକ୍ଷା ବିଶେଷ ଫଳପ୍ରଦ ହୁଏ ନାହିଁ । ୧. ସଦ୍ୟ ଉଲ୍ଲେଖ ଯୋଗ୍ୟ ଆଘାତ ୨. ଲଘୁ ଯନ୍ତ୍ରଣା, ଯଦି ବୟସ ୫୦ରୁ ଉର୍ଦ୍ଧ୍ବ ୩. ଅକାରଣ ଓଜନ ହ୍ରାସ ୪. ଅନିର୍ଣ୍ଣୟାତ୍ମକ ଜ୍ବର ୫. ରୋଗ ନାଶ ସାମର୍ଥ୍ୟ କମ୍ ଥିଲେ ୬. କର୍କଟ, ପୁରାତନ ଓ ଅଧୁନା ୭. ଶିରା ଭିତର ଔଷଧ ବ୍ୟବହାର ୮. ହାଡ଼ ପୋରିଆ/ ରନ୍ଧ୍ରମୟ ଅସ୍ଥି (Osteoporosis) ୯. ସୁଦୀର୍ଘ ସ୍ଟିରଏଡ଼ ବ୍ୟବହାର ୧୦. ବୟସ ୭୦ରୁ ଅଧିକ ୧୧. ସ୍ଥାନେ ସ୍ଥାନେ ସ୍ନାୟବିକ ଅଭାବ ୧୨. ୬ ସପ୍ତାହରୁ ଅଧିକ ସମୟର କଟି ଯନ୍ତ୍ରଣା ତଳେ କେତେକ ଲକ୍ଷଣ ସହ ରୋଗ ସମ୍ଭାବନା ଦିଆଗଲା.

ଲାଲ ପତାକା ଚିହ୍ନ ଜଟୀଳତା ସୂଚକ ହୋଇପାରେ ।
ଲାଲ ପତାକା[୧୪] ସମ୍ଭାବ୍ୟ କାରଣ[୧]
କର୍କଟ ଇତିହାସ କର୍କଟ
ଅକାରଣ ଓଜନ ହ୍ରାସ
ମୂତ୍ରାଶୟ ଓ ମଳତ୍ୟାଗ ନିୟନ୍ତ୍ରଣ ନ ରହିଲେ କଡା
ଇକ୍ଵିନା
ସିଣ୍ଡ୍ରୋମ
ଉଲ୍ଲେଖନୀୟ ପେଶୀ ଦୁର୍ବଳତା
କିମ୍ଵା ସ୍ପର୍ଶ ଅସୁବିଧା
ସ୍ପର୍ଶହୀନତା
ପିଚାରେ(saddle anesthesia)
ବୟସାନୁଯାୟୀ ଆଘାତ ଅସ୍ଥି ଭଗ୍ନ
ଅଧିକ ସ୍ଟିରଏଡ ବ୍ୟବହାର
ଓଷ୍ଟିଓପୋରୋସିସ
ବିଗତ ଅପରେଶନ ପରେ
ଅତ୍ୟଧିକ ଯନ୍ତ୍ରଣା
ସଂକ୍ରମଣ
ଜ୍ଵର
ମୂତ୍ରନଳୀ ସଂକ୍ରମଣ
ଇମ୍ମ୍ୟୁନିଟି କମ ହେଲେ
ଅନ୍ତଃଶୀରା ଔଷଧ ବ୍ୟବହାର

ଅଦରକାରୀ ପ୍ରତିବିମ୍ବ ପଦ୍ଧତି ଓ ବିପଦ[ସମ୍ପାଦନା]

ଶାରୀରିକ ଅସୁସ୍ଥତା ଯୋଗୁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ କଟି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ । କଟି ଯନ୍ତ୍ରଣାର କାରଣ ଜାଣିବା ନିମନ୍ତେ ଏକ୍ସ-ରେ, ସିଟି ସ୍କାନ୍ ଓ ଏମ୍ ଆର୍ ଆଇ ଭଳି ପ୍ରତିବିମ୍ବ ପରୀକ୍ଷା କରିବା ନିମନ୍ତେ ଡାକ୍ତର ତଥା ରୋଗୀମାନଙ୍କର ଆଗ୍ରହ ଯୋଗୁ ନିର୍ଦ୍ଦେଶ ଦିଆଯାଏ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏ ସବୁ ଅଦରକାରୀ । ପରୀକ୍ଷା କରନ୍ତୁ ବା ନ କରନ୍ତୁ, ଅଧିକାଂଶ ବ୍ୟକ୍ତି ଏକ ମାସ ପରେ ଯନ୍ତ୍ରଣାରୁ ଉପଶମ ଲାଭ କରନ୍ତି । ପ୍ରତିବିମ୍ବ (Imaging) ଦ୍ବାରା ପରୀକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମାତ୍ର ଶତକଡା ୧ ଭାଗରୁ କମ କ୍ଷେତ୍ରରେ କିଛି ରୋଗ ନିର୍ଣ୍ଣୟ କରାଯାଇ ଥାଏ ।

ପ୍ରତିବିମ୍ବ ପରୀକ୍ଷାର ବିଯୁକ୍ତାତ୍ମକ ପ୍ରଭାବ ନିମ୍ନରେ ପ୍ରଦତ୍ତ କରାଗଲା:

  • କ୍ବଚିତ୍ ଏହି ପରିକ୍ଷାଦ୍ବାରା ଶୀଘ୍ର ବା ଉନ୍ନତ ଉପଶମ ଅନୁଭବ ହୁଏ ।
  • ଏକ୍ସ-ରେ ଓ ସିଟି ସ୍କାନ୍ ଦ୍ବାରା ବିପଦ୍ ଜନକ ବିକିରଣ ଦେହରେ ପଡେ ।
  • କେତେକ ବିପଦଶୂନ୍ୟ ଅବସ୍ଥା ପରୀକ୍ଷାଦ୍ବାରା ପରିଲକ୍ଷିତ ହେବା ରୋଗୀ ଜାଣିଲେ ଅନ୍ୟାନ୍ୟ ପରୀକ୍ଷା ସବୁ କରିବା ନିମନ୍ତେ ଚାପ ପ୍ରୟୋଗ କରନ୍ତି ଯାହା ଚିନ୍ତାଯୁକ୍ତ ଓ ଅଦରକାରୀ ହୋଇଥାଏ ।
  • ତୀବ୍ର ବେଦନା ଯୋଗୁ ଏହି ପରୀକ୍ଷା କଲା ପରେ ଅନେକ ସମୟରେ ଅଦରକାରୀ ଅପରେଶନ୍ କରାଯାଏ ।
  • ଏହି ପରୀକ୍ଷାଗୁଡିକ ଅତ୍ୟନ୍ତ ବ୍ୟୟ ସାପେକ୍ଷ ।

ଅଧିକାଂଶ କ୍ଷେତ୍ରରେ କିଛି ସପ୍ତାହ ମଧ୍ୟରେ ରୋଗ ଉପଶମ ହେଉଥିବାରୁ ଡାକ୍ତରୀ ସଂସ୍ଥା ପ୍ରତିବିମ୍ବ ପରୀକ୍ଷା କରାଇବାରେ ଅନିଚ୍ଛା ପ୍ରକାଶ କରନ୍ତି । କିଛି ସାଧାରଣ ଔଷଧ, ଶାରୀରିକ କର୍ମ, ତାପ ପ୍ରୟୋଗ ଓ ଡାକ୍ତର ପରାମର୍ଶକ୍ରମେ ରୋଗୀ କିଛି ସପ୍ତାହ ମଧ୍ୟରେ ଉପଶମ ଲାଭ କରି ପାରିବେ । କିଛି ସପ୍ତାହର ସାଧାରଣ ଉପଚାର ପରେ ଉପଶମ ନ ହେଲେ ଡାକ୍ତର ପ୍ରତିବିମ୍ବ ପରୀକ୍ଷା ନିମନ୍ତେ ଉପଦେଶ ଦେଇ ପାରନ୍ତି ।

ନିରୋଧକ[ସମ୍ପାଦନା]

ଅଣ୍ଟାରେ ଚାପ ନ ହେବା ନିମନ୍ତେ ଅଣ୍ଟା ସିଧା ରଖି ଓଜନିଆ ଜିନିଷ ଉଠେଇବା ଉପାୟ

କଟି ଯନ୍ତ୍ରଣା ନ ହେବା ନିମନ୍ତେ ଅତି ଉପାଦେୟ ପଦ୍ଧତି କିଛି ବାହାରି ନାହିଁ [୧୫]। ଏହା ନ ହେବା ନିମନ୍ତେ ବ୍ୟୟାମ ଅତି ଉପାଦେୟ କିନ୍ତୁ ଏହା ତୀବ୍ର ଯନ୍ତ୍ରଣାଗ୍ରସ୍ତ ରୋଗୀଙ୍କ ନିମନ୍ତେ ନୁହେଁ । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ୍ କଟି ଯନ୍ତ୍ରଣା ହୋଇଥିଲେ ଭବିଷ୍ୟତରେ ପୁନର୍ବାର ନ ହେବା ନିମନ୍ତେ ବ୍ୟାୟାମ କରିବା ଅତି ଉପାଦେୟ [୧୬]। ସ୍ବଳ୍ପ ବା ମଧ୍ୟମ ଯନ୍ତ୍ରଣାମୁକ୍ତ ଥିବା ସମୟରେ ଭବିଷ୍ୟତରେ ନ ହେବା ଉଦ୍ଦେଶ୍ୟରେ ବ୍ୟାୟାମ କରଯାଇ ପାରେ, କିନ୍ତୁ ଏହା ଡାକ୍ତରଙ୍କ ପରାମର୍ଶ ଅନୁସାରେ କରିବା ବିଧେୟ । ନିକୋଟିନ୍ ଓ ଧୂମ୍ର ପାନ ମେରୁ ଅସ୍ଥିକୁ ଦୁର୍ବଳ କରେ, ମେରୁଦଣ୍ଡର ନିମ୍ନ ଭାଗରେ ଥିବା ଅସ୍ଥିଗୁଡିକର ରକ୍ତ ସଞ୍ଚାଳନ କମ କରେ, ମେରୁ ଚକ୍ରିକାର କ୍ଷୟ କରେ । ଏଣୁ ଧୁମ୍ରପାନ ନ କରିବାକୁ ଉପଦେଶ ଦିଆଯାଏ । କ୍ରନିକ ବା ବହୁଦିନ ଧରି କଟି ଯନ୍ତ୍ରଣା ହୋଇଥିଲେ ଶକ୍ତ ଗଦି ଅପେକ୍ଷା ସାମାନ୍ୟ ନରମ ଗଦି ଉପରେ ଶୋଇବା ଅଧିକ ଉପକାରୀ [୧୭]। ଓଜନିଆ ଜିନିଷ ଉଠେଇବା ସମୟରେ ବେଲ୍ଟର ଉପାଦେୟତା ଅପେକ୍ଷା ସଠିକ ଉପାୟରେ ଉଠେଇଲେ କଟି ଯନ୍ତ୍ରଣା ରୋକିହୁଏ [୧୮]। ଜୋତାର ଭିତର ପାଖରେ ସୋଲ୍ ଦେଲେ ଯନ୍ତ୍ରଣା ଉପଶମ ହୁଏ ନାହିଁ [୧୯]

ଚିକିତ୍ସା[ସମ୍ପାଦନା]

ଯାନ୍ତ୍ରିକ, ଅଣଯାନ୍ତ୍ରିକ ଓ ରେଫର୍ଡ ଯନ୍ତ୍ରଣା ଅନୁସାରେ ଚିକିତ୍ସା କରାଯାଏ ।[୨୦]

ତୀବ୍ର ବେଦନା[ସମ୍ପାଦନା]

ସ୍ଵଳ୍ପ ଅସୁବିଧା ହେଉଥିଲେ କଷ୍ଟ ନିବାରଣ ନିମନ୍ତେ ଔଷଧ ଦେଇ ଯଥାଶୀଘ୍ର କର୍ମ ସକ୍ଷମ କରେଇ ନିଜ କର୍ମଭୂମିକୁ ପ୍ରତ୍ୟାବର୍ତ୍ତନ କରେଇବାବାକୁ ଚିକିତ୍ସା କରାଯାଏ । ସାମାନ୍ୟ କଷ୍ଟ ଥିଲେ ଯଥା ସମ୍ଭବ ଶୀଘ୍ର ସ୍ଵାଭାବିକ କର୍ମ ସମ୍ପାଦନ କରିବାକୁ ଉପଦେଶ ଦିଆଯାଏ । ପୁରୁଣା ବେମାରୀ ହୋଇଥିଲେ ବିଭିନ୍ନ ପ୍ରକାର ଚିକିତ୍ସା ଆବଶ୍ୟକ ହୁଏ[୨୧]

ନିଜ ଯତ୍ନ[ସମ୍ପାଦନା]

ଅକର୍ମଣ୍ୟ କଲା ଭଳି ତୀବ୍ର ବେଦନା ନ ଥିଲେ ରକ୍ଷଣଶୀଳ ନିଜ ଯତ୍ନଦ୍ବାରା କଟି ଯନ୍ତ୍ରଣା ଭଲ ରୁପେ ଚିକିତ୍ସା କରି ହେବ । ଥଣ୍ଡା ଓ ଗରମ୍ ସେକ ଓ କଷ୍ଟ ନ ହେବା ଭଳି ନିୟମିତ କିଛି କାର୍ଯ୍ୟ କରାଯାଇପାରେ । ସମ୍ପୁର୍ଣ୍ଣ ନିଦା (hard) ବିଛଣା ଅପେକ୍ଷା ଅଳ୍ପ ନିଦା ବିଛଣା ବେଶୀ ଉପାଦେୟ ।

ସକ୍ରିୟ[ସମ୍ପାଦନା]

କଷ୍ଟ ବିହୀନ ପରିସର ମଧ୍ୟରେ ସକ୍ରିୟ ରହିଲେ ଶୀଘ୍ର ଆରୋଗ୍ୟ ହେବା ସମ୍ଭବ । ବିଛଣାରେ ଦୁଇ ଦିନରୁ ଅଧିକ ସମୟ ଶୋଇବା ଦ୍ବାରା ବିଶେଷ ଲାଭ ହୁଏ ନାହିଁ । ଦୀର୍ଘ ସମୟ ଧରି ଶୋଇବା ବା ବସି ରହିବା ଅପେକ୍ଷା କଷ୍ଟ ନ ହେବା ଭଳି କିଛି କାମ କରିବା ତୀବ୍ର ବେଦନାରେ ମଧ୍ୟ ସ୍ପୃହଣୀୟ । ସଂଗଠିତ ବ୍ୟାୟାମ ଦ୍ବାରା ତୀବ୍ର ଯନ୍ତ୍ରଣା ଅଧିକ ବା କମ୍ ହୁଏ ନାହିଁ ।

ଶାରୀରିକ ଉପଚାର[ସମ୍ପାଦନା]

ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ କିନ୍ତୁ ତୀବ୍ର ବେଦନାରେ ଏହାର ଯନ୍ତ୍ରଣା ଉପଶମକାରୀତା ଜଣାଯାଇ ନାହିଁ [୧୬][୨୨]। ଶାରୀରିକ ଉପଚାର ମଧ୍ୟରେ ଥଣ୍ଡା ଓ ଗରମ୍ ସେକ, ମାଲିସ୍, ପାରସ୍ଵନିକ(Ultrasound) ଓ ବିଦ୍ୟୁତ ଉତ୍ତେଜକ ବିଶେଷ ଉଲ୍ଲେଖଯୋଗ୍ୟ । ଅଧିକ ବା ମଧ୍ୟମ ଧରଣର କଷ୍ଟ ନିମନ୍ତେ ଗରମ ସେକ ଉପକାରୀ ହୁଏ[୨୩], କିନ୍ତୁ ପୁରୁଣା ରୋଗରେ ଗରମ ବା ଥଣ୍ଡା ସେକର ଉପକାରୀତା ପ୍ରମାଣିତ ହୋଇ ନାହିଁ [୨୪]। ଚଳନକ୍ଷମ ଓ ସଶକ୍ତ କରିପରୁଥିବା ବ୍ୟାୟାମ ଯନ୍ତ୍ରଣା ଉପଶମକାରୀ ହୁଏ ଓ ଭବିଷ୍ୟତରେ କଟି ଯନ୍ତ୍ରଣା ହେବାର ସମ୍ଭାବନାକୁ କମାଇ ଦିଏ । ବେଲ୍ଟ ବା କମରପଟି ବ୍ୟବହାର କଲେ ଯନ୍ତ୍ରଣା କମେ ନାହିଁ କିନ୍ତୁ ଅଣ୍ଟାରେ ବ୍ୟବହାର ଜନିତ ଆଘାତ କମ ହୁଏ, ଫଳରେ କର୍ମ ଦିବସ ବୃଦ୍ଧି ପାଏ । ବିସ୍ତାରକାରୀ, ସଶକ୍ତକାରୀ ଓ ଏରୋବିକ ବ୍ୟାୟାମ ଅନେକ କ୍ଷେତ୍ରରେ ଉପଯୋଗୀ ସବ୍ୟସ୍ତ ହୁଅନ୍ତି । କୌଣସି ନିର୍ଦ୍ଦିଷ୍ଟ ବ୍ୟାୟାମ ଅଧିକ ଉପକାରୀ ହେବା ପ୍ରମାଣିତ ହୋଇ ନାହିଁ । ପୁରୁଣା ରୋଗରେ ଟ୍ରନ୍ସ କ୍ୟୁଟାନିଅସ ଇଲେକ୍ଟ୍ରିକାଲ ନର୍ଭ ସ୍ଟିମୁଲେସନ୍ ଉପକାରୀ ହୁଏ ନାହିଁ ।

ଔଷଧ

ଯନ୍ତ୍ରଣା ନିରୋଧାକ ଓ ପ୍ରଦାହ ରୋଧକ ଔଷଧ ଯେପରିକି ଏନ୍.ଏସ୍.ଏ.ଆଇ.ଡି.(NSAID)ଓ ପାରାସେଟାମଲଦ୍ବାରା କଟି ଯନ୍ତ୍ରଣାର ଲକ୍ଷଣ ଉପଶମ ହୁଏ । ସିଆଟିକା (Sciatica) ବିହୀନ ତୀବ୍ର ଓ ପୁରୁଣା କଟି ଯନ୍ତ୍ରଣାରେ ଏନ୍.ଏସ୍.ଏ.ଆଇ.ଡି.(NSAID)ଔଷଧ ସ୍ବଳ୍ପ କାଳିନ ଉପଶମ ପ୍ରଦାନ କରେ । ତୀବ୍ର ଓ ପୁରୁଣା ରୋଗରେ ପେଶୀ ଶିଥିଳକାରୀ ଔଷଧ ସହ ଏନ୍.ଏସ୍.ଏ.ଆଇ.ଡି.(NSAID)ଔଷଧ ମିଶାଇ ଦେଲେ ଯନ୍ତ୍ରଣା ଓ ପେଶୀ ସଙ୍କୋଚନ (Spasm) କମିଯାଏ ।

ପୁରାତନ ବେଦନା[ସମ୍ପାଦନା]

କେତେକ କ୍ଷେତ୍ରରେ ଯଥା ଛୁଟୀ ନେବା ନିମନ୍ତେ ମିଥ୍ୟା ଯନ୍ତ୍ର୍ରଣାର ବାହାନା କରିବା,ସହନ କରି ହେଉଥିବା ଚିକିତ୍ସାରେ ଉପକାର ଆଶା ରଖୁଥିବା, କଟି ଯନ୍ତ୍ରଣା ବିପଦ୍ ଜନକ ଏହି ଭାବନା ରଖିବା,ଏବଂ କଷ୍ଟ ବଢିବାର ଭୟ ପୋଷଣ କରୁଥିବା ଲୋକମାନଙ୍କର କଷ୍ଟ ବହୁଦିନ ଧରି ଲାଗି ରହିବା ସମ୍ଭାବନା ବେଶୀ ଥାଏ । ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଜର୍ନାଲର ପୁନଃ ନିରିକ୍ଷଣ ଅନୁସାରେ କିଛି କାମ କରିବାର ଡର ଥିବା ଓ କୈ।ଣସି ଉପଦେଶକୁ ନକଲ କରିବାର ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କର ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଅଢେଇ ଗୁଣରୁ ଅଧିକ କଷ୍ଟ ହୁଏ ।

ପୁରୁଣା ଅନିର୍ଦ୍ଦିଶ୍ଟ କାରଣ ବିଶିଷ୍ଟ କଷ୍ଟରେ ନିମ୍ନ ଲିଖିତ ଉପଚାରଗୁଡିକ ଉପଯୋଗୀ ହୁଏ ।

  • ବ୍ୟାୟାମ ଦ୍ବାରା ପୁରୁଣା ବେମାରୀରେ ଯନ୍ତ୍ରଣା କମିବା ଓ କଟିର କ୍ରିୟା ବଢିବା ସ୍ବଳ୍ପ ମାତ୍ରାରେ ଉପଲବ୍ଧ ହୁଏ । ତୁଳନାତ୍ମକ ଭାବେ ବ୍ୟୟାମ ଦ୍ବାରା ଚିକିତ୍ସା ପରବର୍ତ୍ତୀ ସମୟରେ ଯନ୍ତ୍ରଣା ପରିମାଣ, ଅସମର୍ଥତା ଓ କଟିର ଦୀର୍ଘ କାଳୀନ କ୍ରିୟା ପୂର୍ବ ସମୟ ଅପେକ୍ଷା ଉନ୍ନତି ଲାଭ କରେ । ଚିକିତ୍ସା ପରେ ୬ ମାସ ପର୍ଯ୍ୟନ୍ତ ବ୍ୟାୟାମ ଉପକାର କରେ । କୈ।ଣସି ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାୟାମ ଏ କ୍ଷେତ୍ରରେ ଅଧିକ ଉପକାର କରିବାର ପ୍ରମାଣ ନାହିଁ । ସ୍କୋଲିଓସିସ୍, କାଇଫୋସିସ୍ ଓ ସ୍ପୋଣ୍ଡିଲୋସିସ୍ ନିମନ୍ତେ ବ୍ୟବହାର ହେଉଥିବା ଶ୍ରୋଥ୍(Schroth) ଶ୍ରେଣୀର ବ୍ୟାୟାମ ଦ୍ବାରା ସ୍ଲୋଲିଓସିସ୍ ରୋଗ ଥିବା ବୟସ୍କ ଲୋକମାନଙ୍କର କଷ୍ଟ ପରିମାଣ ଓ ପୁନଃପୈ।ନିକ ରୋଗ ଆକ୍ରମଣ କମ୍ ହୁଏ ।
  • ଆମେରିକାନ୍ ଫିଜିସିଆନ୍ କଲେଜ ଓ ଆମେରିକାନ୍ ପେନ୍ ସୋସାଇଟି ଦ୍ବାରା ୨୦୦୭ରେ ଟ୍ରାଇସାକ୍ଲିକ୍ ଅବସାଦ ନିରୋଧକ (Tricyclic Antidepressant) ଔଷଧ ବ୍ୟବହାର ଉପଦେଶ ଦିଆଯାଇଥିଲା ।
  • ପୁରୁଣା ଯନ୍ତ୍ରଣାରେ ଆକୁପଙ୍କଚର୍ ସାହାଯ୍ୟ Randomised Control Trial ଦ୍ବାରା ବିଶେଷ ସାହାଯ୍ୟକାରୀ ସାବ୍ୟସ୍ତ ହୋଇନାହିଁ ।
  • ବଳିଷ୍ଠ ବହୁ କ୍ଷେତ୍ରୀୟ କାର୍ଯ୍ୟକ୍ରମଦ୍ବାରା ଅନୁ ତୀବ୍ର ଓ ପୁରାତନ କଟି ଯନ୍ତ୍ରଣା ଉପଶମ ହୋଇପାରେ ।
  • ବ୍ୟବହାରିକ ଚିକିତ୍ସା (Behavioral Therapy)
  • ଇଂଲଣ୍ଡରେ କ୍ଲିନିକାଲ୍ ପରୀକ୍ଷାରେ ଆଲେକ୍ଜାଣ୍ଡର୍ ପଦ୍ଧତି (Alexander Method) ଦ୍ବାରା ପୁରାତନ ଯନ୍ତ୍ରଣାରେ ଦୀର୍ଘ କଳୀନ ଉପକାର ମିଳିବା ଜଣାଯାଇଛି ।
  • ମେରୁ ହସ୍ତ ଚିକିସ୍ଥା ଦ୍ବାରା (Spinal Manipulation) ଅନ୍ୟ ପଦ୍ଧତି ସଦୃଶ ଓ ନିରାପଦ ଉପକାର ମିଳେ ।
  • ମେକ୍ କେଞ୍ଜି ଚିକିସ୍ଥା ପଦ୍ଧତି (McKenzie Method) ଦ୍ବାରା କିଛି ପରିମାଣରେ ତୀବ୍ର ବେଦନାରେ ଉପକାର ମିଳେ କିନ୍ତୁ ଅନ୍ୟ ବେଦନାରେ ନୁହେଁ ।
  • ତ୍ବରାନ୍ବିତ ଇଞ୍ଜେକସନ୍, ଫ୍ୟାସେଟ୍ ଗଣ୍ଥି ଇଞ୍ଜେକସନ୍ ଓ ମେରୁ ଚକ୍ରିକା ମଧ୍ୟରେ ଇଞ୍ଜେକସନ୍ ଦ୍ବାରା ବିଶେଷ ଉପକାର ମିଳିବା ପ୍ରମାଣ ମିଳିନାହିଁ

ଏପିଡୁରାଲ୍ ସ୍ଟିରଏଡ୍ ଇଞ୍ଜେକସନ୍ ଦ୍ବାରା (Epidural Steroid Injection) ସିଆଟିକା ଯନ୍ତ୍ରଣାରେ ସାମୟିକ କଷ୍ଟ ଲାଘବ ହୁଏ, କିନ୍ତୁ ପରବର୍ତୀ ଅପରେଶନ୍ ପ୍ରକ୍ରିୟାରେ କୈ।ଣସି ଫରକ ଆସେ ନାହିଁ ।

ମାଲିସ ଦ୍ବାରା କେବଳ ପୁରାତନ କଟି ଯନ୍ତ୍ରଣାରେ ଉପକାର ମିଳେ । ପରମ୍ପରା ଗତ ଚାଇନା ପଦ୍ଧତି ଦ୍ବାରା ପୁରୁଣା ଯନ୍ତ୍ରଣାରେ କିଛି ଉପକାର ମିଳେ ନାହିଁ ।

ଶଲ୍ୟ[ସମ୍ପାଦନା]

ଶଲ୍ୟ(Operation) ଚିକିତ୍ସା କରିବା ନିମନ୍ତେ ଆଭାସ ବା ସୂଚନା ଥାଏ । ସେହି ସୂଚନା ମିଳିଲେ ଅପରେଶନ୍ କରାଯାଏ । କଟି ଯନ୍ତ୍ରଣା ନିମନ୍ତେ ସୂଚନା:- ୧. ଯେତେବେଳେ ରକ୍ଷଣଶୀଳ ଚିକିତ୍ସା କଷ୍ଟ କମେଇବାରେ ଫଳପ୍ରଦ ହୁଏ ନାହିଁ । ୨. ଯେତେବେଳେ ଡିସ୍କ ପ୍ରୋଲାପ୍ସ (Inter Vertebral Disc Prolapse), କଡା ଇକ୍ବିନା(Cauda Equina Syndrome) ତଥା ସ୍ପାଇନାଲ୍ ଆବସେସ୍(Spinal Abcess) ଯୋଗୁ ସ୍ନାୟବିକ ଦୁର୍ବଳତା ବୃଦ୍ଧି ପ୍ରାପ୍ତ ହୋଇ ଗୋଡ଼ର ଶକ୍ତି କମିଯାଏ, ଝାଡା ଓ ପରିସ୍ରା ରୋକିବାରେ ଅସମର୍ଥତା ପ୍ରକାଶ ପାଏ । ପୁରାତନ ରୋଗରେ ମେରୁ ଅସ୍ଥି ସଂଯୁକ୍ତ(Spinal Fusion) ଅପରେଶନଦ୍ବାରା ଲକ୍ଷଣମାନଙ୍କର କୈ।ଣସି ଉନ୍ନତି ହେବାର ସୂଚନା ନାହିଁ ।

ସାଧାରଣତଃ କଟି ଯନ୍ତ୍ରଣା ରୋଗୀମାନଙ୍କର ସ୍ଥଳ ବିଶେଷରେ microdiscectomy, discectomy, laminectomy, foraminotomy, or spinal fusion ଅପରେଶନ କରଯାଏ । କେତେକ ସିଆଟିକା ରୋଗୀମାନଙ୍କ କ୍ଷେତ୍ରରେ ମେରୁ ମଜ୍ଜା ଉତ୍ତେଜକ ପ୍ରତିରୋପଣ କରାଯାଏ । ଅପଜନିତ ମେରୁ ଚକ୍ରିକା ( Disc Degenerative Disease) ଥିଲେ କୃତ୍ରିମ ମେରୁ ଚକ୍ରିକା ରୋପଣ କରି କଟି ଚାଳନା ରକ୍ଷା କରିବା ନିମନ୍ତେ ଚେଷ୍ଟା କରଯାଉଛି । ଗବେଷଣାରୁ ସୂଚନା ମିଳୁଛି, କୃତ୍ରିମ ରୋପଣର ଫଳ ପୁରାତନ ଯନ୍ତ୍ରଣାରେ ବିଶେଷ ଉତ୍ସାହପ୍ରଦ ନୁହେଁ ।

ମାର୍ଚ୍ଚ ୨୦୦୯ ମସିହାରେ ପୁନଃଅବଲୋକନ ନିମିତ୍ତ ୪ଟି ରାଣ୍ଡୋମାଇଜ୍ଡ ଟ୍ରାଏଲ କରାଯାଇଥିଲା । ଦେଖାଗଲା, ସିଆଟିକା ନ ଥାଇ ମେରୁ ଡିଜେନେରେଶନ କେଶରେ ଅପରେଶନ୍ ପରେ ସୀମିତ ଫଳ ମିଳିଛି । କୈ।ଣସି ନିର୍ଦ୍ଦିଷ୍ଟ ଉପକାରର ରିପୋର୍ଟ ନ ଥାଇ ମଧ୍ୟ ୧୯୯୦ରୁ ୨୦୦୧ ମଧ୍ୟରେ ୨୨୦% ଅଧିକ ଅପରେଶନ୍ କରା ହୋଇଛି । ଏହା ମଧ୍ୟ ଦେଖାଗଲା, ପ୍ରତିରୋପଣ ଅପରେଶନ୍ ଦ୍ବାରା ସ୍ନାୟବିକ କ୍ଷତି, ରକ୍ତ କ୍ଷୟ,ଅପରେଶନ୍ ସମୟ ଅଧିକ ହେଉଛି ଓ ଆଉ ଥରେ ଅପରେଶନର ଆବଶ୍ୟକତା ରହୁଛି, କିନ୍ତୁ ଫ୍ୟଜନ ଅପରେଶନରେ କିଛି ଉନ୍ନତି ହେଉଅଛି । ଯାହା ହେଲେ ମଧ୍ୟ ପେନ୍ ଓ ମେରୁ କର୍ମରେ କୈ।ଣସି ଅଧିକ ଉନ୍ନତି ହେଉନାହିଁ ।

ସ୍କୋଲିଓସିସ୍ ଓ ଆପଜନିତ ମେରୁ ଚକ୍ରିକା ରୋଗମାନଙ୍କରେ କଟିସ୍ଥ ମେରୁ ହାଡ ଗୁଡିକରେ ପରିବର୍ତ୍ତନ ଯୋଗୁ ପରଷ୍ପର ମଧ୍ୟରେ ଚଳନ ସମୟରେ ଯନ୍ତ୍ରଣା ହୁଏ । ଏଣୁ ଅପରେଶନ୍ କରି ଦୁଇ ନିକଟବର୍ତ୍ତୀ ମେରୁ ଅସ୍ଥି ଦ୍ବୟକୁ ଯୋଡି ଦିଆଯାଏ ଯାହାକୁ ଫ୍ୟୁଜନ (Spinal Fusion) ଅପରେଶନ କୁହାଯାଏ । ଏହ ଫଳରେ ଯନ୍ତ୍ରଣା ହୁଏ ନାହିଁ, କିନ୍ତୁ କଟି ଲାଠି ସଦୃଶ ହୋଇଯାଏ ।

ଅନ୍ୟାନ୍ୟ[ସମ୍ପାଦନା]

କକ୍ରେନ ରିଭିୟୁ (Cochrane reviews) ଦ୍ବାର ଅନ୍ୟ କେତେକ ଚିକିତ୍ସାର ଉପକାର/ ଅପକାର : -

  • ମାଲିସ୍ ଦ୍ବାରା କେତେକ ରୋଗୀ ଉପକୃତ ହୁଅନ୍ତି ।
  • ଗରମ ସେକ ଦ୍ବାରା ମଧ୍ୟମ ଧରଣର ଉପକାର ମିଳେ । ଥଣ୍ଡା ଉପଚାରର ଉପକାର ଅତି ସୀମିତ ।
  • ଯୋଗ ସାଧନ ଉପକାରୀ ଜଣାଯାଏ ।
  • ଦୁଇ ଗୋଡ ମଧ୍ୟରେ ଲମ୍ବ ତାରତମ୍ୟ୍ ଥିଲେ ଛୋଟ ଗୋଡର ଜୋତାର ହିଲ୍ ଉଚ୍ଚ କରାଯାଏ ବା ଡିଜାଇନ୍ ବଦଳାଇ ଦିଆଯାଏ ।
  • ପୁରାତନ କଟି ଯନ୍ତ୍ରଣାରେ ଅଫିମ, ମର୍ଫିନ୍ ଓ ହିରୋଇନ୍ ଭଳି ପଦାର୍ଥର ବ୍ୟବହାର ଅନିର୍ଦ୍ଦିଷ୍ଟ୍ ଫଳ ଦିଏ ।
  • ମସିହା ୨୦୦୮ର ରିଭିଉରେ ବିଷାଦ ଦୂରକାରି ଔଷଧ ପୁରାତନ ରୋଗରେ ଫଳହୀନ ସବ୍ୟସ୍ତ ହୋଇଛି, ଯଦିଓ ଆଗରୁ ଏହା ଫଳପ୍ରଦ ବୋଲି ଦାବି କରାଯାଉ ଥିଲା ।
  • ଇଲେକ୍ ଟ୍ରିକ୍ କରେଣ୍ଟ ଦ୍ବାର ସ୍ନାୟୁ ଉତ୍ତେଜିତ କଲେ ପୁରାତନ ଯନ୍ତ୍ରଣାରେ ଫଳପ୍ରଦ ହୁଏ ନାହିଁ ।

ପୂର୍ବାନୁମାନ[ସମ୍ପାଦନା]

ଯେ କୈ।ଣସି ଚିକିତ୍ସା କରାଯାଉ ପଛକେ ଶତକଡା ୬୦ ଲୋକ ୭ ସପ୍ତାହ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି ଓ ଅଧିକ ଯନ୍ତ୍ରଣାଗ୍ରସ୍ତ ରୋଗୀ ମଧ୍ୟ କିଛି ସପ୍ତାହ ପରେ ଭଲ ହୋଇ ଯାଆନ୍ତି । ଗୋଟିଏ ସଦ୍ୟ ଅନୁଧ୍ୟାନରୁ ଜଣା ଯାଇଛି, ଶତକଡା ୩୦ ଭାଗ ଲୋକ ଏକ ବର୍ଷ ମଧ୍ୟରେ ଭଲ ହେଲେ ନାହିଁ । ଥରେ ରୋଗ ପୁରାତନ ହେଲେ ଆପେ ଆପେ ଭଲ ହୁଏ ନାହିଁ କିନ୍ତୁ ଏମାନଙ୍କ ମଧ୍ୟରୁ ଶତକଡା ୧୦ ଭାଗ ଲୋକ ୫ ବର୍ଷ ପରେ ୟନ୍ତ୍ରଣା ବିହୀନ ହେବାର ନଜୀର ଅଛି ।

ରୋଗ ଅନୁଶୀଳନ[ସମ୍ପାଦନା]

ନିଜ ଜୀବଦ୍ଦଶାରେ ୮୦% ଲୋକ ଦିନେ ନା ଦିନେ କଟି ଯନ୍ତ୍ରଣା ଭୋଗ କରନ୍ତି । ଆମେରିକାରେ ଯୁବାବସ୍ଥାରେ ୨୬% ଲୋକ ପ୍ରତି ୩ ମାସରେ ଅନ୍ତତଃ ଗୋଟିଏ ଦିନ ଯନ୍ତ୍ରଣା ଭୋଗ କରିବା ପ୍ରକାଶ କରନ୍ତି । ୨୬ରୁ ୪୧ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କମଧ୍ୟରେ ୪୧% ଲୋକ ବିଗତ ୬ ମାସ ମଧ୍ୟରେ ଯନ୍ତ୍ରଣା ପାଇବାର ପ୍ରକାଶ କରନ୍ତି । ଆମେରିକାରେ ବର୍ଷକୁ ଏଥି ନିମନ୍ତେ ୩୦୦,୦୦୦ ଅପରେଶନ୍ କରାଯାଏ ଓ ୩୮ ରୁ ୫୦ ବିଲିଅନ୍ ଡଲାର (ବିଲିଅନ୍ - ଏକ ଶହ କୋଟି) ଖର୍ଚ୍ଚ ହୁଏ । କଟି ଅପରେଶନ୍ ଓ ଗ୍ରୀବା ଅପରେଶନ୍ ମିଶି ଆମେରିକାରେ ଯେତେ ଅପରେଶନ୍ ହୁଏ ତାଙ୍କ ମଧ୍ୟରେ ତୃତୀୟ୍ ସ୍ଥାନ ଅଧିକାର କରନ୍ତି ।

ଗର୍ଭାବସ୍ଥାରେ[ସମ୍ପାଦନା]

୫୦% ରୁ ୭୦% ଗର୍ଭବତି ମହିଳା କଟି ଯନ୍ତ୍ରଣା ଭୋଗନ୍ତି ।

ଗର୍ଭ ସମୟ ବଢି ଚାଲିଲେ ଗର୍ଭସ୍ଥ ଶିଶୁ ଓଜନ ବଢିଯିବାଦ୍ବାରା ଶରୀରର ମାଧ୍ୟାକର୍ଷଣ ରେଖା ଆଗକୁ ଷୁଞ୍ଚିଯାଇ ଅଙ୍ଗଭଙ୍ଗୀ ବଦଳି ଯାଏ । ଏହି ପରିବର୍ତ୍ତିତ ପରିସ୍ଥିତିରେ କଟି ଯନ୍ତ୍ରଣା ବୃଦ୍ଧି ପ୍ରାପ୍ତ ହୁଏ ।

ଶିଶୁ ଜନ୍ମ ନିମନ୍ତେ ନିର୍ଦିଷ୍ଟ ହର୍ମୋନ୍ ଶରୀରରେ ନିର୍ଗତ ହୁଏ । ଏହି ହର୍ମୋନ୍ ଦ୍ବାରା ଶ୍ରୋଣୀରେ(Pelvis)ଥିବା ଗଣ୍ଠିମାନଙ୍କରେ ଥିବା ଗଣ୍ଠି ବନ୍ଧନୀ(Ligament) ନରମ ହୋଇଯିବା ଗଣ୍ଠି ଢିଲା ହୋଇଯାଏ । ଫଳରେ ଶିଶୁ ମା ପେଟ ଭିତରୁ ବହାରିବାକୁ ସୁବିଧା ହୁଏ । ଏହି ପ୍ରକାରର ପରିବର୍ତ୍ତନ ସହ କଟି ସାଲିସ୍ କରି ପାରେ ନାହିଁ, ଏଣୁ ଯନ୍ତ୍ରଣା ହୁଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Casazza, BA (15 February 2012). "Diagnosis and treatment of acute low back pain". American family physician 85 (4): 343–50. PMID 22335313. 
  2. Kelly GA, Blake C, Power CK, O'keeffe D, Fullen BM (February 2011). "The association between chronic low back pain and sleep: a systematic review". Clin J Pain 27 (2): 169–81. doi:10.1097/AJP.0b013e3181f3bdd5. PMID 20842008. 
  3. ୩.୦ ୩.୧ Miller SM (September 2012). "Low back pain: pharmacologic management". Prim. Care 39 (3): 499–510. doi:10.1016/j.pop.2012.06.005. PMID 22958559. 
  4. Borczuk, Pierre (July 2013). "An Evidence-Based Approach to the Evaluation and Treatment of Low Back Pin in the Emergency Department". Emergency Medicine Practice 15 (7). http://www.ebmedicine.net/topics.php?paction=showTopic&topic_id=371. 
  5. "Low Back Pain Fact Sheet". National Institute of Neurological Disorders and Stroke. National Institute of Health. http://www.ninds.nih.gov/disorders/backpain/detail_backpain.htm. Retrieved 12 July 2013. 
  6. Manusov EG (September 2012). "Evaluation and diagnosis of low back pain". Prim. Care 39 (3): 471–9. doi:10.1016/j.pop.2012.06.003. PMID 22958556. 
  7. "Low back pain – acute". U.S. Department of Health and Human Services – National Institutes of Health. http://www.nlm.nih.gov/medlineplus/ency/article/007425.htm. Retrieved 1 April 2013. 
  8. Floyd, R., & Thompson, Clem. (2008). Manual of structural kinesiology. New York, NY: McGraw-Hill Humanities/Social Sciences/Languages.
  9. Use of imaging studies for low back pain: percentage of members with a primary diagnosis of low back pain who did not have an imaging study (plain x-ray, MRI, CT scan) within 28 days of the diagnosis. Agency for Healthcare Research and Quality. 2013. http://www.qualitymeasures.ahrq.gov/content.aspx?id=38884. Retrieved 11 June 2013. 
  10. American Academy of Family Physicians, Ten Things Physicians and Patients Should Question, American Academy of Family Physicians, http://www.choosingwisely.org/doctor-patient-lists/american-academy-of-family-physicians/ 
  11. Manchikanti L, Glaser SE, Wolfer L, Derby R, Cohen SP (2009). "Systematic review of lumbar discography as a diagnostic test for chronic low back pain". Pain Physician 12 (3): 541–59. PMID 19461822. http://www.painphysicianjournal.com/linkout_vw.php?issn=1533-3159&vol=12&page=541. 
  12. Chou, R; Qaseem, A, Owens, DK, Shekelle, P, Clinical Guidelines Committee of the American College of, Physicians (1 February 2011). "Diagnostic imaging for low back pain: advice for high-value health care from the American College of Physicians". Annals of Internal Medicine 154 (3): 181–9. doi:10.1059/0003-4819-154-3-201102010-00008. PMID 21282698. 
  13. Flynn TW, Smith B, Chou R (November 2011). "Appropriate use of diagnostic imaging in low back pain: a reminder that unnecessary imaging may do as much harm as good". J Orthop Sports Phys Ther 41 (11): 838–46. doi:10.2519/jospt.2011.3618. PMID 21642763. 
  14. Davis PC, Wippold II FJ, Cornelius RS, et al. (2011). American College of Radiology ACR Appropriateness Criteria – Low Back Pain. http://www.acr.org/~/media/ACR/Documents/AppCriteria/Diagnostic/LowBackPain.pdf. 
  15. Hoy D, Bain C, Williams G, et al. (June 2012). "A systematic review of the global prevalence of low back pain". Arthritis Rheum. 64 (6): 2028–37. doi:10.1002/art.34347. PMID 22231424. 
  16. ୧୬.୦ ୧୬.୧ Choi BK, Verbeek JH, Tam WW, Jiang JY (2010). Choi, Brian KL. ed. "Exercises for prevention of recurrences of low-back pain". Cochrane Database of Systematic Reviews (1): CD006555. doi:10.1002/14651858.CD006555.pub2. PMID 20091596. 
  17. Chou R, Qaseem A, Snow V, et al. (October 2007). "Diagnosis and treatment of low back pain: a joint clinical practice guideline from the American College of Physicians and the American Pain Society". Annals of Internal Medicine 147 (7): 478–91. doi:10.7326/0003-4819-147-7-200710020-00006. PMID 17909209. 
  18. Guild DG (September 2012). "Mechanical therapy for low back pain". Prim. Care 39 (3): 511–6. doi:10.1016/j.pop.2012.06.006. PMID 22958560. 
  19. Sahar T, Cohen MJ, Uval-Ne'eman V, et al. (April 2009). "Insoles for prevention and treatment of back pain: a systematic review within the framework of the Cochrane Collaboration Back Review Group". Spine 34 (9): 924–33. doi:10.1097/BRS.0b013e31819f29be. PMID 19359999. 
  20. Sprouse R (September 2012). "Treatment: current treatment recommendations for acute and chronic undifferentiated low back pain". Prim. Care 39 (3): 481–6. doi:10.1016/j.pop.2012.06.004. PMID 22958557. 
  21. Momsen AM, Rasmussen JO, Nielsen CV, Iversen MD, Lund H (November 2012). "Multidisciplinary team care in rehabilitation: an overview of reviews". J Rehabil Med 44 (11): 901–12. doi:10.2340/16501977-1040. PMID 23026978. http://www.medicaljournals.se/jrm/content/?doi=10.2340/16501977-1040. 
  22. Hendrick P, Milosavljevic S, Hale L, et al. (March 2011). "The relationship between physical activity and low back pain outcomes: a systematic review of observational studies". Eur Spine J 20 (3): 464–74. doi:10.1007/s00586-010-1616-2. PMC 3048226. PMID 21053026. 
  23. French, SD.; Cameron, M.; Walker, BF.; Reggars, JW.; Esterman, AJ. (2006). "Superficial heat or cold for low back pain.". Cochrane Database of Systematic Reviews (1): CD004750. doi:10.1002/14651858.CD004750.pub2. PMID 16437495. 
  24. van Middelkoop M, Rubinstein SM, Kuijpers T, Verhagen AP, Ostelo R, Koes BW, van Tulder MW (2011). "A systematic review on the effectiveness of physical and rehabilitation interventions for chronic non-specific low back pain". Eur Spine J 20 (1): 19–39. doi:10.1007/s00586-010-1518-3. PMC 3036018. PMID 20640863. 

ଅଧିକ ତଥ୍ୟ[ସମ୍ପାଦନା]