କଇଥ
ଉଇକିପିଡ଼ିଆ ରୁ
| କଇଥ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Rosids |
| ଗଣ: | Sapindales |
| କୁଳ: | Rutaceae |
| ଉପକୁଳ: | Aurantioideae |
| ଟ୍ରାଇବ: | Citreae |
| ପ୍ରଜାତି: | Limonia L. |
| ଜାତି: | L. acidissima |
| ବାଇନୋମିଆଲ ନାଆଁ | |
| Limonia acidissima L. |
|
କଇଥ (ଅନ୍ୟନାମ କପିତ୍ଥ, କପିପ୍ରିୟ, ଦନ୍ତଶଠ,ପୁଷ୍ପଫଳ, ଦଧିତ୍ଥ, ଗ୍ରାହୀ, ଗନ୍ଧଫଳ,ଚିରପାକୀ) ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। [୧]ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।
ବିଷୟସୂଚୀ |
ଚିହ୍ନଟ [ସମ୍ପାଦନା]
ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। [୨]
ଉପଯୋଗ [ସମ୍ପାଦନା]
ଔଷଧୀୟ [ସମ୍ପାଦନା]
- ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
- ଶ୍ୱାସ/ ଦମା, କାମଳ,
- ପାଳିଜ୍ୱର (ମୂଳର ଅର୍କ)
- କୋଷ୍ଠକାଠିନ୍ୟ (ପାଚିଲା ଫଳ)
- ହଇଜା, ତରଳଝାଡ଼ା, ବଦହଜମି, ପେଟ ଗୋଳମାଳ (କଂଚାଫଳ)
- ପାକସ୍ଥଳୀକୁ ଉପକାରୀ (କଞ୍ଚା ଫଳ)
- ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ [୩]
ସାମାନ୍ୟ [ସମ୍ପାଦନା]
ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ।
ଅନ୍ୟ ଭାଷାରେ ନାମ [ସମ୍ପାଦନା]
- ଇଂରାଜୀ: Wood Apple, Elephant Apple, Monkey Fruit or Curd Fruit
- ବଙ୍ଗାଳୀ: Bael, Koth Bael (বেল, কৎ বেল)
- ଗୁଜରାଟୀ: કોથુ
- ହିନ୍ଦୀ : କୈଥ(कैथा), କାଠ ବେଲ ବା କବୀଟ
- କନ୍ନଡ଼: Belada Hannu / Byalada Hannu ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
- ମାଳୟ: Belingai ବେଲିଙ୍ଗାଇ
- ମାଲୟାଲମ: Vilam Kai ୱିଲାମ କାଇ(വിളാങ്കായ്)
- ମରାଠୀ: KavaTH କବଠ (कवठ).
- ସଂସ୍କୃତ: ବିଲ୍ଲ, କପିତ୍ଥ (कपित्थ),[୪] ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ, [୫]
- ସିଂହଳୀ: Divul. (දිවුල්)
- ତାମିଲ: Vilam Palam (விளாம் பழம்)
- ତେଲୁଗୁ: Vellaga Pandu (వెలగ పండు)
ଆଧାର [ସମ୍ପାଦନା]
- ↑ ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- ↑ ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
- ↑ ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
- ↑ Feronia elephantum on treknature
- ↑ S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Limonia acidissima ଉପରେ ମାଧ୍ୟମ ରହିଅଛି |
- Germplasm Resources Information Network: Limonia
- Germplasm Resources Information Network: Limonia acidissima
- genus page, Flora of Pakistan: L. acidissima species page
- Purdue-hort_edu: The Wood Apple
- Pandanus Database - Limonia