ଇଚ୍ଛାପୁରମ
| ଇଚ୍ଛାପୁର | |
| — ସହର , ମଣ୍ଡଳ ଓ ପୌରପାଳିକା — | |
|
|
|
|
|
|
| ଦିଗବାରେଣି | 19.12°N 84.7°E / 19.12°N 84.7°Eଦିଗବାରେଣି: 19.12°N 84.7°E / 19.12°N 84.7°E |
| ଦେଶ | ଭାରତ |
| ରାଜ୍ୟ | ଆନ୍ଧ୍ର ପ୍ରଦେଶ |
| ଭାରତର ଜିଲାସବୁ | ଶ୍ରୀକାକୁଲମ |
| ବିଧାୟକ | ପିରିୟା ସାଇରାଜ |
| ଲୋକସଂଖ୍ୟା | (2001[update]) |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ବେବସାଇଟ | [http://ichchapuram.com ichchapuram.com] |
ଇଚ୍ଛାପୁର (ତେଲୁଗୁ: ఇచ్ఛాపురం, ଇଂରାଜୀ: Ichchapuram/Ichapuram; ଇଚ୍ଛାପୁରମ ରୂପେ ମଧ୍ୟ ପରିଚିତ) ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଏକ ପୌରପାଳିକା ତଥା ସଦର ମହକୁମା ଅଟେ । ଏହାର ଉତ୍ତର ଓ ପଶ୍ଚିମ ସୀମାରେ ଓଡ଼ିଶା, ଦକ୍ଷିଣ ରେ କଭିତି ମଣ୍ଡଳ ଏବଂ ପୂର୍ବରେ ବଙ୍ଗୋପସାଗର ଅବସ୍ଥିତ ।
ବିଷୟସୂଚୀ |
ଭୌଗୋଳିକ ଅବସ୍ଥିତି [ସମ୍ପାଦନା]
ଇଚ୍ଛାପୁର ର ଅକ୍ଷାଂଶ ଓ ଦ୍ରାଘିମା 19°07′N 84°42′E / 19.12°N 84.7°E I [୧]ସମୁଦ୍ର ପତ୍ତନ ଠାରୁ ଏହାର ଉଚ୍ଚତା ୭ ମି. (୨୨ ଫୁଟ) ।
ଦି ଇମ୍ପେରିଆଲ ଗେଜେଟର ଅଫ ଇଣ୍ଡିଆଅନୁସାରେ [୨] ୧୯୦୧ ମସିହା ରେ ଇଚ୍ଛାପୁର ଗଞ୍ଜାମ ଜିଲ୍ଲା ଜମିଦାରୀ ତହସିଲ ଅନ୍ତର୍ଗତ ୩୦୦ ବର୍ଗ ମାଇଲ ର ଅଞ୍ଚଳ ଥିଲା।ଏହାର ଲୋକସଂଖ୍ୟା ୮୩,୫୦୦ ଥିଲା ଯାହାକି ୧୮୯୧ ରେ ୭୪,୮୪୬ ଥିଲା । ବ୍ରହ୍ମପୁର ତାଲୁକା ଅଞ୍ଚଳ ଏହାର ପଡିଶା ତହସିଲ ଥିଲା । ଏହି ତହସିଲ ର ମୁଖ୍ୟ ଗ୍ରାମ ଗୁଡିକ ହେଲା ଚିକିଟି, ସୁଡଙ୍ଗୀ ଓ ଜରଦା । ଚିକିଟି ବାହୁଡା ନଦୀ ଦ୍ଵାରା ଉନ୍ନତ ଏକ ଚାଷବାସ ର ଅଞ୍ଚଳ ଥିଲା ବେଳେ ଜରଦା ଓ ସୁଡଙ୍ଗୀ ଘଞ୍ଚ ଜଙ୍ଗଲ ଓ ପାହାଡରେ ରେ ଭରପୁର ଥିଲା।
୨୦୦୧ ଭାରତ ର ଲୋକସଂଖ୍ୟା ଅନୁସାରେ [୩] ଇଚ୍ଛାପୁର ର ଲୋକସଂଖ୍ୟା ୪୨,୬୫୦ । ମୋଟ ଲୋକ ସଂଖ୍ୟା ର ୪୮% ପୁରୁଷ ଓ ୫୨% ସ୍ତ୍ରୀ।ଏହାର ସାକ୍ଷରତା ହାର ୫୩% ଯାହାକି ଜାତୀୟ ହାର ୫୯.୫% ରୁ କମ।ପୁରୁଷ ସାକ୍ଷରତା ହାର ୬୪% ଥିଲା ବେଳେ ମହିଳା ସାକ୍ଷରତା ହାର ୪୪% । ଇଚ୍ଛାପୁର ରେ ମୋଟ ଲୋକସଂଖ୍ୟା ର ୧୩% ହେଉଛନ୍ତି ୬ ବର୍ଷ ରୁ କମ ଶିଶୁ ।
ଜାଣିବା କଥା [ସମ୍ପାଦନା]
- ଇଚ୍ଛାପୁର ହେଉଛି ଓଡିଶା ଓ ଆନ୍ଧ୍ର ପ୍ରଦେଶ ର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାହାକି ଆନ୍ଧ୍ର ପ୍ରଦେଶ ରେ ଅବସ୍ଥିତ । ଏହା ଦକ୍ଷିଣ ଓଡିଶାର ଅର୍ଥନୈତିକ ରାଜଧାନୀ ବ୍ରହ୍ମପୁର ଠାରୁ ଅତି ନିକଟ ରେ ଅବସ୍ଥିତ ।
- ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ଓ ଆନ୍ଧ୍ର ପ୍ରଦେଶ ବୈଦ୍ୟ ବିଧାନ ପରିଷଦ ଏଠାରେ ଅବସ୍ଥିତ । ଏହା ଏକ ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ।[୪]
- ଏଠାରେ ୪୧୧ ସ୍ଵୟଂ ସହାୟକ ଗୋଷ୍ଠୀ ଅଛନ୍ତି ।
- ଡାକ ଓ ତାର ର ସୁବିଧା ରହିଛି ।
ବିଧାନସଭା ମଣ୍ଡଳୀ [ସମ୍ପାଦନା]
ଇଚ୍ଛାପୁର ନିଜେ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଟେ । ୧୯୯୯ ରେ ୧,୩୦,୩୦୬ ଜଣ ପଞ୍ଜୀକୃତ ମତଦାତା ଥିଲେ ।
ନିର୍ବାଚିତ ପ୍ରତିନିଧି ମାନଙ୍କ ତାଲିକା[୫]
- ୧୯୫୧ - ଅସି ନୀଳାଦ୍ରି ରେଡ୍ଡୀ.[୬]
- ୧୯୫୫ ଓ ୧୯୭୨ - ଉପ୍ପାଡା ରଙ୍ଗାବାବୁ ରେଡ୍ଡୀ[୭]
- ୧୯୬୨ - କୀର୍ତି ଚନ୍ଦ୍ର ଦେଓ.[୮]
- ୧୯୬୭ -ଏଲ.କେ. ରେଡ୍ଡୀ[୯]
- ୧୯୭୮ - ବେନ୍ଦଲମ ଭେଙ୍କଟେଶ୍ଵରମ ଶର୍ମା
- ୧୯୮୩, ୧୯୮୫, ୧୯୮୯ and ୧୯୯୯ -ଏମ.ଭି.କୃଷ୍ଣ ରାଓ
- ୧୯୯୪ - ସ୍ଵର୍ଗତ ଡାକ୍କଟ ଅଚ୍ୟୁତ ରାମାୟା ରେଡ୍ଡୀ
- ୨୦୦୪ - ନରେଶ କୁମାରଅଗ୍ରୱାଲ
- ୨୦୦୯ - ସାଇ ରାଜ ପିରିୟା
ଯାତାୟାତ [ସମ୍ପାଦନା]
ରେଳ [ସମ୍ପାଦନା]
ଭୁବନେଶ୍ଵର,ବ୍ରହ୍ମପୁର,କଟକ,କୋଲକାତା,ଚେନ୍ନାଇ,ହାଇଦ୍ରାବାଦ ଓ ମୁମ୍ବାଇ ସବୁଦିନ ରେଳ ଯୋଗାଯୋଗ ର ସୁବିଧା ଅଛି ।
ଗ୍ରାମ ଓ ପଞ୍ଚାୟତ [ସମ୍ପାଦନା]
ଇଚ୍ଛାପୁର ମଣ୍ଡଳ ରେ ୨୧ ଟା ଗ୍ରାମ ପଞ୍ଚାୟତ ରହିଛି।[୧୦]
- ଅର୍କଭଦ୍ର (ଗ୍ରାମ ଓ ପଞ୍ଚାୟତ)
- ବାଳକୃଷ୍ଣପୁର (ଗ୍ରାମ ଓ ପଞ୍ଚାୟତ)
- ବିର୍ଲାଙ୍ଗୀ (ଗ୍ରାମ ଓ ପଞ୍ଚାୟତ)
- ବଡବାଡ (ଗ୍ରାମ ଓ ପଞ୍ଚାୟତ)
- ବୁର୍ଜପାଡୁ (ଗ୍ରାମ ଓ ପଞ୍ଚାୟତ)
- ଧରମପୁର (ଗ୍ରାମ ଓ ପଞ୍ଚାୟତ)
- ଏଡୁପୁର (ଗ୍ରାମ ଓ ପଞ୍ଚାୟତ)
- ହରିପୁର (ଗ୍ରାମ ଓ ପଞ୍ଚାୟତ)
- କେଦାରିପୁର (ଗ୍ରାମ ଓ ପଞ୍ଚାୟତ)
- କୀରତିପୁର(ଗ୍ରାମ ଓ ପଞ୍ଚାୟତ)
- କେସୁପୁର (ଗ୍ରାମ ଓ ପଞ୍ଚାୟତ)
- କୋଳିଗ୍ରାମ (ଗ୍ରାମ ଓ ପଞ୍ଚାୟତ)
- କୋଠାରି (ଗ୍ରାମ ଓ ପଞ୍ଚାୟତ)
- ଲୋଡାପୁଟି (ଗ୍ରାମ ଓ ପଞ୍ଚାୟତ)
- ମଣ୍ଡାପଲ୍ଲୀ (ଗ୍ରାମ ଓ ପଞ୍ଚାୟତ)
- ମସଖାପୁର (ଗ୍ରାମ ଓ ପଞ୍ଚାୟତ)
- ମୁଚ୍ଚିନ୍ଦ୍ରା (ଗ୍ରାମ ଓ ପଞ୍ଚାୟତ)
- ପଇତାରି(ଗ୍ରାମ ଓ ପଞ୍ଚାୟତ)
- ଟି.ବ୍ରମ୍ହପୁର(ଗ୍ରାମ ଓ ପଞ୍ଚାୟତ)
- ତେଲୁକୁଞ୍ଚି (ଗ୍ରାମ ଓ ପଞ୍ଚାୟତ)
- ତୁଳସୀଗ୍ରାମ (ଗ୍ରାମ ଓ ପଞ୍ଚାୟତ)
ଆଧାର [ସମ୍ପାଦନା]
- ↑ Falling Rain Genomics, Inc - Ichchapuram
- ↑ The Imperial Gazetteer of India. Vol 13, pp: 33
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. http://web.archive.org/web/20040616075334/http://www.censusindia.net/results/town.php?stad=A&state5=999. Retrieved 2008-11-01.
- ↑ APVVP.Hospitals
- ↑ Election Commission of India.1978-2004 results-Ichapuram
- ↑ Election Commission of India.Madras Assembly results.1951
- ↑ Election Commission of India.A.P.Assembly results.1972
- ↑ Election Commission of India.A.P.Assembly results.1962
- ↑ Election Commission of India.A.P.Assembly results.1967
- ↑ Details of Andhra Pradesh till Village Panchayat Tier