ଇଉକାଲିପଟାସ୍

ଉଇକିପିଡ଼ିଆ ରୁ
ଇଉକାଲିପଟାସ୍
ହାୱାଇ ଦ୍ୱୀପର ଇଉକାଲିପଟାସ୍
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Myrtales
କୁଳ: Myrtaceae
ପ୍ରଜାତି: Eucalyptus
ଜାତି: E. globulus
ବାଇନୋମିଆଲ ନାଆଁ
Eucalyptus globulus
Labill.

ଇଉକାଲିପଟାସ (Tasmanian Blue Gum, Southern Blue Gum ବା Blue Gum, ଉଦ୍ଭିଦିକ ନାମ Eucalyptus globulus) ହେଉଛି ଏକ ଚିରହରିତ ଦ୍ରୁମ । ଏହା ପୃଥିବୀର ସବୁ ଜଳବାୟୁରେ ବଢ଼ିପାରେ। ଏହାର ଉତ୍ପତ୍ତିସ୍ଥଳ ହେଉଛି ଅଷ୍ଟ୍ରେଲିଆ । ଏହା ୩୦ରୁ ୫୫ ମିଟର (୯୮ ରୁ ୧୮୦ ଫୁଟ) ଉଚ୍ଚ ହୋଇଥାଏ। ସବୁଠାରୁ ଉଚ୍ଚ (୯୦.୭ ମିଟର) ଇଉକାଲିପଟାସ ତାସମାନିଆରେ ଦେଖାଯାଇଛି ।[୧] ଆଗରୁ ତାସମାନିଆରେ ଏହାଠାରୁ ଉଚ୍ଚ ୧୦୧ ମିଟରର ଗଛ ଥିଲା ବୋଲି କେହି କେହି କହିଥାନ୍ତି ।[୨] ତାସମାନିଆ ଓ ଅଷ୍ଟ୍ରେଲିଆ ଛଡ଼ା ଏହା ଇଉରୋପ, ପର୍ତୁଗାଲ, ଦକ୍ଷିଣ ଆଫ୍ରିକା, ନିଉଜିଲାଣ୍ଡ, ଆମେରିକା, ହାୱାଇ, ମାକାରୋନେସିଆ ଓ କକେସସ ଆଦି ସ୍ଥାନରେ ମଧ୍ୟ ଦେଖିବାକୁ ମିଳେ । [୩][୪]

ସ୍ୱରୂପ ବର୍ଣନା[ସମ୍ପାଦନା]

ଏହି ଗଛରୁ ବାରମ୍ବର ଫଡ଼ା ଫଡ଼ା ହୋଇ ବଳ୍କଳ ବାହାରିଥାଏ। ପତ୍ର ଗୁଡ଼ିକ ବିପରୀତ ଆବର୍ତୀ, ଅଠାଳିଆ ଓ ଏହାର ଲମ୍ବ ୬ ରୁ ୧୫ ସେ.ମି. ହୋଇଥାଏ। ପାକଳ ପତ୍ର ଗାଢ଼ ସବୁଜ ରଙ୍ଗର ହୋଇଥାଏ। ଏହାକୁ ଦଳିଲେ ଏକପ୍ରକାର ସୁଗନ୍ଧ ବାହାରେ। ଏହାର କଢ଼ ଗୁଡ଼ିକ ନଟୁ ଆକାରର ଏବଂ ଏହାର କଢ଼ ଅଗରେ ଏକ ଟୋପି ରହିଥାଏ। ଲହୁଣୀ ରଙ୍ଗର ଫୁଲଗୁଡ଼ିକ ଗୋଟି ଗୋଟି ହୋଇ ଫୁଟିଥାଏ ଓ ଏଥିରୁ ଅତି ସୁଗନ୍ଧଯୁକ୍ତ ମହୁ ଜାତ ହୋଇଥାଏ। ଫଳ ଗୁଡ଼ିକୁ ଟାଣୁଆ ଓ ୧.୫ରୁ ୨.୫ ସେ.ମି. ବ୍ୟାସଯୁକ୍ତ ହୋଇଥାଏ। ଗୋଟିଏ ଫଳରେ ୩ରୁ ୬ ଗୋଟି ମଂଜି ରହିଥାଏ। ଏହାର ଚେର ମାଟି ଭିତରେ ବହୁତ ଗଭୀରତାକୁ ଯାଇଥାଏ।

ଫରାସୀ ଉଦ୍ଭିଦ ବିଜ୍ଞାନୀ ଜ୍ୟାକସ ଲାବିଲାରଡେରେ (Jacques Labillardière) ଏହି ଗଛକୁ ପ୍ରଥମେ ଚିହ୍ନଟ କରିଥିଲେ। (Eucalyptus globulus)(id = 6643)[୫] ସେ ଏହି ଗଛକୁ ରେଚେର୍ଚେ ଉପସାଗରୀୟ ଅଂଚଳରୁ ଆବିଷ୍କାର କରିଥିଲେ।

ଉପଯୋଗ[ସମ୍ପାଦନା]

କାଠ[ସମ୍ପାଦନା]

ଇଉକାଲିପଟାସ ଗଛର କାଠ ହଳଦିଆ ବାଦାମୀ ମିଶା ରଙ୍ଗର ଓ ଓଜନିଆ, ଏହାକୁ ପ୍ରକ୍ରିୟାକରଣ କରିବା ସହଜସାଧ୍ୟ ନୁହେଁ। [୬] ଏହା ସେତେ ଶକ୍ତ ନ ହେଲେବି ବିଭିନ୍ନ କାଠ କାମ, ବାଡ଼, ଖୁଣ୍ଟ ଇତ୍ୟାଦିରେ ବ୍ୟବହାର କରାଯାଇଥାଏ। [୭]

ଗନ୍ଧ ତୈଳ[ସମ୍ପାଦନା]

ଏହାର ପତ୍ରରୁ ରାସାୟନିକ ପଦ୍ଧତିରେ ଗନ୍ଧତୈଳ (ଇଉକାଲିପଟାସ ତୈଳ ବା ନୀଳଗିରି ତେଲ) ପ୍ରସ୍ତୁତ କରାଯାଏ। ନୀଳଗିରି ତେଲ ଉତ୍ପାଦନରେ ଚୀନ ସବୁଠାରୁ ଆଗୁଆ। [୮][୯]

ଏହି ତୈଳର ବିଭିନ୍ନ ଚିକିତ୍ସୀୟ ଉପଯୋଗ ରହିଛି। ଏହାଛଡ଼ା ଏହା ସୁଗନ୍ଧ ତେଲ, ଜୈବ-କୀଟନାଶକ ଓ ଜୀବାଣୁ ନାଶକ ଗୁଣ ମଧ୍ୟ ରହିଛି। [୧୦][୧୧][୧୨][୧୩]

ଜଡ଼ିବୁଟି ଚା[ସମ୍ପାଦନା]

ତାସମାନିଆରେ ଏହାର ପତ୍ରରୁ ଚା ପ୍ରସ୍ତୁତ କରି ପିଆଯାଏ। [୧୪]

ମହୁ[ସମ୍ପାଦନା]

ଇଉକାଲିପଟାସ ତେଲରୁ ମହୁମାଛିମାନେ ମକରନ୍ଦ ସଂଗ୍ରହ କରି ଯେଉଁ ମହୁ ତିଆରି କରନ୍ତି ତାହା ଗୁଣକାରୀ ଓ ସୁଗନ୍ଧଯୁକ୍ତ ହୋଇଥାଏ।

ସମ୍ବନ୍ଧିତ ବର୍ଗ[ସମ୍ପାଦନା]

ଅନେକ ଉଦ୍ଭିଦ ବିଜ୍ଞାନୀଙ୍କ ମତରେ ଇ ଗ୍ଲୋବୁଲସ ବର୍ଗ ଭିତରେ ନିମ୍ନ ଲିଖିତ ଉପବର୍ଗ ଆସିଥାନ୍ତି।

  • E. globulus subsp. bicostata = E. bicostata - Southern Blue Gum, Eurabbie, Victorian Blue Gum
  • E. globulus subsp. globulus = E. globulus - Tasmanian Blue Gum
  • E. globulus subsp. maidenii= E. maidenii - Maiden's Gum
  • E. globulus subsp. pseudoglobulus = E. pseudoglobulus - Gippsland Blue Gum, Victorian Eurabbie

ଏହାକୁ ମେଲବୋର୍ଣର ଉଦ୍ଭିଦ ଉଦ୍ୟାନ [୧୫] ତାସମାନୀୟ ଗୁଳ୍ମ ବଗିଚା [୧୬] ମାନିଥାନ୍ତି କିନ୍ତୁ ରାଜକୀୟ ଉଦ୍ଭିଦ ଉଦ୍ୟାନ ସିଡ଼ନୀ [୧୭] ଏହା ମାନେନାହିଁ। ଏଠାରେ ଏଇ ଚାରିଗୋଟି ଉପବର୍ଗକୁ ଅଲଗା ଅଲଗା ବର୍ଗ ବୋଲି ଧରାଯାଏ।

ଛପା[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆଧାର[ସମ୍ପାଦନା]

  1. Giant Trees Consultative Committee
  2. Lewin, D. W. 1906: The Eucalypti Hardwood Timbers of Tasmania
  3. "GRIN Taxonomy for Plants - Eucalyptus globulus". United States Department of Agriculture. http://www.ars-grin.gov/cgi-bin/npgs/html/taxon.pl?15919. 
  4. ka:ევკალიპტი ევკალიპტი
  5. IPNI citation: Eucalyptus globulus Labill. Voy. i. 153. t. 13; Nov. Holl. Pl. ii. 121.
  6. Cribb, A.B. & J.W., Useful Wild Plants in Australia, Collins 1982, p25 ISBN 0-00-636397-7 ଛାଞ୍ଚ:Please check ISBN
  7. Index of Species Information, Eucalyptus globulus
  8. Edited by Boland,D.J., Brophy, J.J., and A.P.N. House, Eucalyptus Leaf Oils - Use, Chemistry, Distillation and Marketing, Inkata Press, 1991, p4.
  9. Eucalyptus Oil, FAO Corporate Document Repository
  10. Eucalyptus globulus Monograph, Australian Naturopathic Network
  11. Herbal Monograph: Eucalyptus globulus, Himlaya Healthcare
  12. Eucalyptus globulus, Association of Societies for Growing Australian Plants (ASGAP)[୧]
  13. Young-Cheol Yang, Han-Young Choi, Won-Sil Choi, J. M. Clark, and Young-Joon Ahn, Ovicidal and Adulticidal Activity of Eucalyptus globulus Leaf Oil Terpenoids against Pediculus humanus capitis (Anoplura: Pediculidae), J. Agric. Food Chem., 52 (9), 2507 -2511, 2004.[୨]
  14. Eucalyptus Globulus Labill Leaf Pieces Tea
  15. "A Census of the Vascular Plants of Victoria". Royal Botanic Gardens, Melbourne. http://www.rbg.vic.gov.au/dbpages/viclist/cd/. 
  16. "The Tasmanian Herbarium". http://www.tmag.tas.gov.au/Herbarium/Herbarium2.htm. 
  17. "Flora of New South Wales". Royal Botanic Gardens, Sydney. http://plantnet.rbgsyd.nsw.gov.au/floraonline.htm. 

ବାହାର ଆଧାର[ସମ୍ପାଦନା]