ଆଳୁ କଲରା ଭଜା

ଉଇକିପିଡ଼ିଆ‌ରୁ
ଆଳୁ କଲରା ଭଜା
ଆଳୁ କଲରା ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ, କଲରା, ସୋରିଷତେଲ, ହଳଦୀ, ଲୁଣ, ଶୁଖିଲା ଲଙ୍କାଗୁଣ୍ଡ। କିମ୍ବା ଶୁଖିଲା ଲଙ୍କା, ରସୁଣ।
ବଦଳଚେକା ଭଜା, ଚୁନା ଭଜା

ଦରକାରୀ ସାମଗ୍ରୀ[ସମ୍ପାଦନା]

ଆଳୁ, କଲରା, ସୋରିଷତେଲ, ହଳଦୀ, ଲୁଣ, ଶୁଖିଲା ଲଙ୍କାଗୁଣ୍ଡ, କିମ୍ବା ଶୁଖିଲା ଲଙ୍କା, ରସୁଣ।

ନିମ୍ନରେ କେବଳ ଚେକା କଲରା ଆଳୁ ଭଜାର ପ୍ରସ୍ତୁତି ପ୍ରଣାଳୀ ଦିଆଗଲା।

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ କଲରା, ଆଳୁକୁ ଚେକା ଚେକା (ଗୋଲ ଗୋଲ) କରି କାଟି ନିଅନ୍ତୁ। ତାକୁ ଭଲ ଭାବରେ ଧୋଇନେଇ ଲୁଣ ଓ ହଳଦୀ ଆବଶ୍ୟକ ମୁତାବକ ଗୋଳେଇ ଦିଅନ୍ତୁ। କଢ଼େଇ ଚୁଲୀରେ ବସାଇ ସାମାନ୍ୟ ଗରମ ହେଲା ପରେ ସୋରିଷତେଲ ଦେଇ ସେଥିରେ ଏହି କଲରା ଓ ଆଳୁ ଖଣ୍ଡକୁ କଢ଼େଇର ମଝି ଭାଗରେ ରଖି ଦିଅନ୍ତୁ। ଧିର ଆଞ୍ଚରେ ନିଆଁ ଦେଉଥାଆନ୍ତୁ। କୌଣସି ଥାଳିଆଦ୍ୱାରା ଘୋଡ଼ାଇ ଦିଅନ୍ତୁ। ପାଞ୍ଚରୁ ଦଶ ମିନିଟ୍ ପରେ ଥାଳିଆ କାଢ଼ି ଦିଅନ୍ତୁ। ଏହି ସମୟରେ ପୂର୍ବରୁ ଛେଚା ହୋଇଥିବା 'ଶୁଖିଲା ଲଙ୍କା ଓ ରସୁଣ'କୁ ପକାଇ ଖରିକାରେ ଭଲଭାବରେ ଏପଟ ସେପଟ କରି ଭାଜନ୍ତୁ। ଭଜା ଭଲ ଭାବରେ ଭାବେ ଭାଜି ହୋଇଗଲା ପରେ ଓହ୍ଲାଇ ଦିଅନ୍ତୁ।


ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ।

ଆଧାର[ସମ୍ପାଦନା]