ଆଲୋଚନା:୧ ଜାନୁଆରୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆମେ ପ୍ରାୟତଃ କହୁ ଜାନୁଆରୀ ୨୬ (ଜାନୁଆରୀ ଛବିସ) ଆଉ ଅଗଷ୍ଟ ପନ୍ଦର ଇତ୍ୟାଦି । ତେବେ ୧ ଜାନୁଆରୀ ଓ ଜାନୁଆରୀ ୧ ଭିତରୁ ୧ ଜାନୁଆରୀକୁ ଶ୍ରେୟସ୍କର କାହିଁକି ଭାବୁଛନ୍ତି ? ଅବଶ୍ୟ ମୁଁ ଜାଣିନି । କେଉଁଠି ଠିକ ହେବ କହିଲେ ଆଗକୁ ତିଆରି ହେବାକୁ ଥିବା ଲେଖା ସବୁ ସେଇ ଢାଞ୍ଚାରେ କରିବି । navbox ଛାଞ୍ଚ ସବୁବି ଜାନୁଆରୀ ୧ ଫର୍ମାଟରେ ଅଛି ।--ଶିତିକଣ୍ଠ (ଆଲୋଚନା) ୦୪:୨୩, ୯ ମାର୍ଚ୍ଚ ୨୦୧୪ (UTC)

ଭାରତରେ ପ୍ରଚଳିତ ଲିଖିତ ପଦ୍ଧତି ହିସାବରେ ମାସ-ଦିନରୁ ମୁଁ ଦିନ-ମାସ କୁ ପୃଷ୍ଠାଟି ଘୁଞ୍ଚାଇଛି ଓ ପ୍ରଥମ ପ୍ରସଙ୍ଗ ୨୭ ଫେବୃଆରୀର ନାମକରଣ ମଧ୍ୟ ଏହାକୁ ଦୃଷ୍ଟିରେ ରଖି କରିଥିଲି, ବୋଧହୁଏ ସେଇ କାରଣରୁ ୧ ଜାନୁଆରୀ ଅଧିକ ଶ୍ରେୟସ୍କର । ଏହାଛଡ଼ା ସେ ବାବଦରେ ମୋ ପାଖରେ ଅନ୍ୟ କିଛି ଦୃଢ଼ ପ୍ରମାଣ/ କାରଣ ନାହିଁ । ଅନ୍ୟ ବ୍ୟବହାରକାରୀ ମତ ଦେବା ପରେ, ବହୁମତ ଢାଞ୍ଚାରେ ବାକିସବୁ ପ୍ରସଙ୍ଗ ତିଆରି କରିବାକୁ ଅନୁରୋଧ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୫:୦୭, ୯ ମାର୍ଚ୍ଚ ୨୦୧୪ (UTC)
ଠିକ ଅଛି ଭାଇ ଅନ୍ୟ ବ୍ୟବହାରକାରୀଙ୍କ ମତକୁ କିଛି ଦିନ ଅପେକ୍ଷା କରୁଛି । ଯଦି କିଛି ମତ ନମିଳେ ତେବେ ୧ ଜାନୁଆରୀ ଫର୍ମାଟରେ ତିଆରି କରିଦେବି ।--ଶିତିକଣ୍ଠ (ଆଲୋଚନା) ୦୫:୩୨, ୯ ମାର୍ଚ୍ଚ ୨୦୧୪ (UTC)