ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିପିଡ଼ିଆ ରୁ
(ଆଲୋଚନା:ପ୍ରଧାନ ପୃଷ୍ଠା ରୁ ଲେଉଟି ଆସିଛି)
ସର୍ଟକଟ:
WP:VP
WP:PUMP
WP:VILLAGE
WP:VILLAGEPUMP
ଆମ ଆଲୋଚନା ସଭା: ଏହା ବୈଷୟିକ (Technical) ଅସୁବିଧା ସବୁ ସୁଧାରିବା, ନୀତିନିୟମ ପାଳିବା ପାଇଁ ତିଆରି କରାଯାଇଛି । ଦୟାକରି ନିଜର ଦସ୍ତଖତ କରିବା ଓ ତାରିଖ ଦେବାପାଇଁ "~~~~" ନିଜ ମତ ପରେ ଟାଇପ କରନ୍ତୁ ନହେଲେ ଏଡିଟ ଟୁଲ ପତି (Edit Toolbar)ରେ ଥିବା ଦସ୍ତଖତ ଉପରେ କ୍ଲିକ କରନ୍ତୁ ।
ନୂଆ ବିଭାଗଟିଏ ଆରମ୍ଭ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ସାଇତା ସଙ୍କଳନ
ଅଭିଲେଖ ୧ ·
ଆଲୋଚନା ସଭା

ଆଲୋଚନା ସଭାଟି ଓଡ଼ିଆ ଉଇକିପିଡ଼ିଆରେ ଲେଖା ଲେଖି କରୁଥିବା ଲୋକଙ୍କ ଭିତରେ ଆଲୋଚନା କରିବା ପାଇଁ ତିଆରି କରାଯାଇଛି ।

ଭିତର ଚିଜ


[ବଦଳାଇବେ] ଉଇକି ପ୍ରକଳ୍ପ

ଭାଇ ମାନେ, ଏଠାରେ କେଉଁ କେଉଁ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି, ଦୟାକରି ମତ ଦିଅନ୍ତୁ ।

  1. ଉଇକିପ୍ରକଳ୍ପ ସହର -- ଅηsuмaη Talk ୧୪:୦୪, ୨୭ ଡିସେମ୍ବର ୨୦୧୧ (UTC)
  2. ଉଇକିପ୍ରକଳ୍ପ ନିର୍ବାଚନ ମଣ୍ଡଳୀ -- ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୪୭, ୨୭ ଡିସେମ୍ବର ୨୦୧୧ (UTC)
  3. ଉଇକିପ୍ରକଳ୍ପ ବିଦ୍ୟାଳୟ--କମଳାକାନ୍ତ ନାୟକ ୧୪:୪୫, ୨୫ ଜାନୁଆରୀ ୨୦୧୨(UTC)

[ବଦଳାଇବେ] ଉଇକି ମେଳଣ ଓ କର୍ମଶାଳା

ସମସ୍ତଙ୍କୁ ଅନୁରୋଧ ଯେଉଁମାନେ ଓଡ଼ିଶାରେ (ମୁଖ୍ୟତ) ମେଳଣ କିମ୍ବା କର୍ମଶାଳା କରିବାକୁ ଚାହୁଁଛନ୍ତି, ଏଠାରେ ଜଣାନ୍ତୁ । ଆମେ ସମସ୍ତେ ସହଯୋଗ ପାଇଁ ପୁରା ଚେଷ୍ଟା କରିବୁ । -- ଅηsuмaη Talk ୧୪:୧୪, ୨୭ ଡିସେମ୍ବର ୨୦୧୧ (UTC)

[ବଦଳାଇବେ] ଓଡ଼ିଆ ଉଇକିଆଳିଙ୍କ ନିମନ୍ତେ

ଆଦରର ଉଇକିଆଳିଗଣ,

ଉଇକିମିଡ଼ିଆ ଫାଉଣ୍ଡେସନରେ ଯୋଗ ଦେଲା ପରେ ପ୍ରଥମ ଥର ମୁଁ ଆପଣ ସଭିଙ୍କ ସଙ୍ଗେ ସୌଜନ୍ୟମୂଳକ ଆଲୋଚନା କରୁଛି ଏହି ଲେଖା ଦେଇ । ଓଡ଼ିଆ ଉଇକିପିଡ଼ିଆ ୨,୨୬୦ ପ୍ରସଙ୍ଗ ଟପିଲା, ୧୦ ମାସର ସଙ୍ଘ ନିର୍ମାଣ (ଏପ୍ରିଲରେ ପ୍ରଥମ ଭୁବନେଶ୍ୱର କର୍ମଶାଳା ପରଠାରୁ ଏବେ ଯାଏଁ) ଭିତରେ ଆମେ ଅନେକ ନୂଆ ଉଇକିଆଳିଙ୍କୁ ଭେଟିଛୁ ଆଉ ଅନେକ ଉଚ୍ଚ ମାନର ପ୍ରସଙ୍ଗ ଲେଖା ହୋଇଛି । ତେବେ ଏତକ ଦିନ ଭିତରେ ଯାହା ହୋଇପାରିଛି ଓ ହୋଇପାରିନାହିଁ ତାହା ମୁଁ ସଭିଙ୍କ ଚିନ୍ତାର ପରିସର ଭିତରକୁ ଆଣିବାକୁ ଚାହେଁ ।

[ବଦଳାଇବେ] ସଫଳତା

  • ୧୦ ମାସ ଭିତରେ ୧୫ ଗୋଟି ମେଳଣ ଓ କର୍ମଶାଳା ଯାହା କଟକ, ଭୁବନେଶ୍ୱର, ବେଙ୍ଗାଳୁରୁ, ବାଲେଶ୍ଵର ଓ ଦିଲ୍ଲୀଠାରେ କରାଯାଇଛି, ମୋଟ ଭାଗନେଇଥିବା ଲୋକଥିଲେ ୨୧୫ ଯାହା ଭିତରୁ ପାଖାପାଖି ୧୫୦ ରୁ ଅଧିକ ନୂଆ ଲୋକ ଥିବେ ଯେଉଁମାନେ ପ୍ରଥମ ଥର ପାଇଁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିବାକୁ ପାଇଥିବେ ।
  • ମୋଟ ସଚଳ ବ୍ୟବହାରକାରୀଙ୍କ ସଂଖ୍ୟା ଗଣନା ଅନୁସାରେ ୩୮ ହୋଇଥିଲେ ହେଁ ପ୍ରକୃତରେ ଏହା ୧୦-୧୨ ଭିତରେ ପହଁଞ୍ଚିଛି ।
  • ୨,୨୬୦ ଗୋଟି ପ୍ରସଙ୍ଗ ଲିଖନ, ଯାହା ବାସ୍ତବିକ ଏକ ବିରାଟ ସଫଳତା, ଅଧିକାଂଶ ପ୍ରସଙ୍ଗର ମାନ ଧାଡ଼ିକିଆ ଲେଖାରୁ ସାଧାରଣ ପ୍ରସଙ୍ଗ ହୋଇପାରିଛି ।
  • ଓଡ଼ିଆ ଉଇକିପିଡ଼ିଆ ବାବଦରେ ସାଧାରଣରେ କିଛି ପରିମାଣରେ ସଚେତନତା ତିଆରି ।

[ବଦଳାଇବେ] ଉଇକିଆଳିଙ୍କ ପାଇଁ କେତୋଟି ମୁଖ୍ୟ ଲକ୍ଷ

  • ୧୦ ମାସ ଭିତରେ ୧୫ ଗୋଟି ମେଳଣ ଦେଇ ୧୫୦ରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି କେବଳ ୧୦ ଜଣ ସଚଳ ବ୍ୟବହାରକାରୀ ତିଆରି ଏକ ୬ % ବୃଦ୍ଧି ଯାହା ଖୁବ କମ, ଯାହାର କାରଣ:
  • କର୍ମଶାଳା/ମେଳଣରେ ନୂଆମାନଙ୍କୁ ଉଇକିଆଳିଗଣ ଠିକ ଭାବରେ ଉଇକିପିଡ଼ିଆର ମହତ୍ଵ ବୁଝାଇପାରିନାହାନ୍ତି, ଯାହା ଫଳରେ ସେମାନେ ଏଥିରେ ସମ୍ପାଦନା କରୁନାହାନ୍ତି ।
  • କର୍ମଶାଳା ପରେ ସେଥିରେ ଯୋଗଦେଇଥିବା ବ୍ୟକ୍ତିମାନେ ଏଥିରେ ସମ୍ପାଦନା କରୁଛନ୍ତି କି ନାଁ ତାହା ଉପରେ କେହି ଧ୍ୟାନ ଦେଉନାହାନ୍ତି, ତେଣୁ ଏକ କର୍ମଶାଳାରେ ଯୋଗ ଦେଇ ଫେରୁଥିବା ଲୋକେ ଥରେ କିମ୍ବା ଦୁଇଥର ଉଇକିପିଡ଼ିଆ ସମ୍ପାଦନା କଲାପରେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନର ବାଟ ପାଉ ନାହାନ୍ତି । ସେହି କ୍ଷେତ୍ରରେ ସେହି ବ୍ୟବହାରକାରୀମାନେ ଆଉ ଉଇକିପିଡ଼ିଆ ସମ୍ପାଦନାକୁ ଗୁରୁତ୍ଵ ଦେଉନାହାନ୍ତି ।

ପ୍ରଥମଟି ଅପେକ୍ଷା ଦ୍ଵିତୀୟଟି ମୋତେ ବେଶି ଅସୁବିଧାଜନକ ବୋଧହୁଏ, କାରଣ ଅଧିକାଂଶ ବ୍ୟକ୍ତି ତଳଲିଖିତ ପ୍ରଶ୍ନର ଉତ୍ତର ନ ପାଇଲା ଯାଏଁ କେବେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ସେତେ ଦରକାର ମଣିବେ ନାହିଁ:

  1. ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି?
  2. ଏହା କଲେ ମୋର କଣ ଲାଭ ହେବ?
  3. ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?
  4. ଏକ ଲୋକମାନଙ୍କର କି କି କାମରେ ଆସିବ?

ମୁଁ ତଳେ ଏହି ସବୁ ପ୍ରଶ୍ନ ଯାହା ଯେକୌଣସି ସାଧାରଣ ଲୋକ ମନରେ ଉଙ୍କିମାରିବ ତାହାର ଉତ୍ତର ଦେଉଛି:

ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି? ଓଡ଼ିଆରେ ବହୁବିଧ ବିଷୟବସ୍ତୁ, ପ୍ରବନ୍ଧ ଆଦି ଲେଖା ହୋଇଥିଲେ ହେଁ ସେସବୁ ହୁଏତ:

  • ଏକ ପକ୍ଷପାତର ଶୀକାର ହୋଇଥାଇପାରନ୍ତି, କାରଣ ସାଧାରଣତ ଜଣେ ଲେଖକ ଦେଇ ଲିଖିତ ଲେଖାରେ ସେହି ଲେଖକର ନିଜର ମତ ବାସ୍ତବ ତଥ୍ୟ ସହ ଗୋଳି ହୋଇ ରହିଥାଏ ଯାହା ଫଳରେ ପାଠକ ଜାଣତରେ ବା ଅଜାଣତରେ କିଛି ତଥ୍ୟ ପାଇବାରୁ ବଞ୍ଚିତ ହୋଇଥାଏ ବା କିଛି ଅଦରକାରୀ ତଥ୍ୟ ଆହରଣ କରିଥାଏ, ଉଇକିପିଡ଼ିଆରେ ତଥ୍ୟମାନ ବହୁ-ସମ୍ପାଦକଙ୍କ ଦେଇ ସମ୍ପାଦିତ ହୋଇଥାଏ, ନିରପେକ୍ଷ ବିଚାରକୁ ନେଇ ଲିଖିତ ହୋଇଥାଏ ଓ ବାରମ୍ବାର ବଦଳାଯାଇଥାଏ, ସବୁରି ଉପରେ ଏଥିରେ ମନଗଢ଼ା ଘଟଣାବଳି ବଦଳରେ ଆଗରୁ ପ୍ରକାଶିତ କୌଣସି ଆଧାରରେ ପ୍ରସଙ୍ଗର ସମ୍ପାଦନା କରାଯାଇଥାଏ ଯାହା ତଥ୍ୟର ସଠିକତାକୁ ବହୁଗୁଣିତ କରିଥାଏ । ତେଣୁ ଆପଣ ଏହି ଜ୍ଞାନକୋଷର ସମ୍ପାଦନା କରି ତଥ୍ୟଗତ ଜ୍ଞାନକୁ ଖୋଲାରେ ସଭିଙ୍କ ପାଖରେ ଓଡ଼ିଆରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି ।

ଏହା କଲେ ମୋର କଣ ଲାଭ ହେବ?

  1. ଆପଣଙ୍କ ଲିଖନ ଶୈଳୀ ଉନ୍ନତ ହେବ, ହୁଏତ ନାନାଦି କାରଣରୁ ଆପଣ ଲେଖିବାକୁ ଚାହୁଁଥିବା/ଆଗ୍ରହୀଥିବା ଅନେକ ପ୍ରସଙ୍ଗ ବାବଦରେ କେବେ ଲେଖିପାରି ନଥିବେ ଯାହା ଉଇକିପିଡ଼ିଆରେ ଆପଣ ଅଧିକ ବିଶଦ ଭାବରେ ଲେଖିପାରିବେ ।
  2. ଆପଣଙ୍କର ଗବେଷଣା କରିବାର ଅଭିଜ୍ଞତା ବଢ଼ିବ ।
  3. ଯେହେତୁ ନାନାଦି ଆଧାର ଖୋଜି ଲୋଡ଼ି ଆପଣ ପ୍ରସଙ୍ଗଟିର ସମ୍ପାଦନା କରିବେ, ତାହା ଆପଣଙ୍କର ଲେଖାକୁ ବହୁମୁଖୀ କରିବ ।

ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?, ଏକ ଲୋକମାନଙ୍କର କି କି କାମରେ ଆସିବ?

  1. ଓଡ଼ିଆ ଭାଷାରେ ଅନେକ ତଥ୍ୟଗତ ପ୍ରସଙ୍ଗ ଏକ ଖୋଲା ଭୂମିରେ ଯାହାକୁ ଜଗତର ଯେକୌଣସି ସ୍ଥାନରେ ଥାଏ ଜଣେ ଖୋଲାରେ ପଢ଼ିପାରିବ, ବିତରଣ କରିପାରିବ ଓ ଲାଭଜନକ/ଅଣଲାଭକାରି (Commercial, non-commercial) କାମରେ ଲଗାଇପାରିବ ।
  2. ଅନେକ ଉପଯୋଗି ବିଷୟବସ୍ତୁର ଓଡ଼ିଆରେ ନଥିକରଣ (Documentation) ହୋଇପାରିବ ।
  3. ଓଡ଼ିଆରେ ଅଧିକ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଲେ ଗୁଗଲ, ଫେସବୁକ ଓ ଅନେକ ସାଇଟରେ ଓଡ଼ିଆ ଭାଷା ସଚଳ ହୋଇପାରିବ ଯାହା ଆମ ପାଇଁ ତଥା ଆମ ପର ପିଢ଼ି ପାଇଁ କାମରେ ଆସିବ ।
  4. ଭାଷା ଠାରୁ ଦୂରେଇଯାଉଥିବା ଅନେକ ଲୋକ ଓଡ଼ିଆରେ ଇଣ୍ଟରନେଟରେ ଏହାର ବ୍ୟବହାର ସମ୍ବନ୍ଧରେ ଅବଗତ ହୋଇ ପୁଣିଥରେ ଭାଷାର ବିକାଶରେ ସହଯୋଗ କରିବେ ।
  5. ବିଦେଶରେ ଥିବା ଅନେକ ଓଡ଼ିଆ, ଓଡ଼ିଆ ଭାଷାରେ ଅନେକ ତଥ୍ୟ ସମ୍ବନ୍ଧରେ ପଢ଼ିପାରିବେ, ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପ ଉଇକିଅଭିଧାନ, ଉଇକିପାଠାଗାର (WikiSource), ଉଇକିକଥା (WikiQuote) ଆଦି ମଧ୍ୟ ଓଡ଼ିଆ ଭାଷା ଓ ଚଳଣିର ଭଣ୍ଡାର ହୋଇ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରିବ ।
  • ଉଇକିପିଡ଼ିଆ ଭିତରେ ସବୁ ଉଇକିଆଳି କିଛି ଗଠନମୂଳକ ପ୍ରକଳ୍ପରେ ଏକାଠି ଭାଗ ନେଉନାହାନ୍ତି ଯାହା ସେମାନଙ୍କୁ ବାନ୍ଧି ରଖିବାରେ ସହଯୋଗ କରିବ ।
  • ସଭିଏଁ କେବଳ ଏକା ଏକା ନିଜେ ପ୍ରସଙ୍ଗ ସମ୍ପାଦନା କରୁଛନ୍ତି, କିନ୍ତୁ ଆଲୋଚନା ସଭାରେ ଆଲୋଚନା କିଛି ହେଉନାହିଁ ତେଣୁ ସଭିଏଁ ନିଜ ନିଜ କାମ ସମ୍ବନ୍ଧରେ ଆଲୋଚନା କରୁନାହାନ୍ତି ବା ଅସୁବିଧା ଗୁଡ଼ିକ ଲୋକଲୋଚନକୁ ଆଣୁନାହାନ୍ତି ।
  • ନୂଆ ଉଇକିଆଳିଙ୍କୁ ସଙ୍ଘକୁ ପାଛୋଟା କେବଳ ଏକ ଛାଞ୍ଚ ବା ଟେମ୍ପଲେଟର ବ୍ୟବହାର କରି ନୁହେଁ, ସେ ପ୍ରଥମ କରି କରିଥିବା ସମ୍ପାଦନାରେ କରୁଥିବା ଭୁଲ ଭଟକା ସମ୍ବନ୍ଧରେ ତାଙ୍କୁ କେହି ଅବଗତ କରୁନାହାନ୍ତି, ତେଣୁ ଅଳ୍ପ କେତୋଟି ସମ୍ପାଦନା ପରେ ସେ ହୁଏତ ଅଧିକ କାମ କରିବାର ମନୋବଳ ହରାଇବେ, ନୂଆ ଉଇକିଆଳିଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରି କେହି ତାଙ୍କ ଆଲୋଚନା ପୃଷ୍ଠାରେ ଲେଖୁନାହାନ୍ତି ।
  • ଉଇକିପିଡ଼ିଆ ବାବଦରେ ଆଲୋଚନା ଉଇକିପିଡ଼ିଆର "ଆଲୋଚନା" ପୃଷ୍ଠାରେ ନହୋଇ ଅଧିକ ଭାଗ ଫେସବୁକରେ ବା ଚାଟରେ ହେଉଛି ଯାହା ଆଲୋଚନାସବୁକୁ ଚିରକାଳ ଭବିଷ୍ୟତରେ ପୁନା-ଆଲୋଚନାର ଦୁଆରକୁ ବନ୍ଦ କରିଦେଉଛି, କିନ୍ତୁ ଉଇକିପିଡ଼ିଆ ଭିତରେ ଆଲୋଚନା କଲେ ତାହା ଚିରକାଳ ସାଇତା ହୋଇ ରହିପାରନ୍ତା!

ସୁଧୀଜନେ, ଦୟାକରି ଏହା ବାବଦରେ ଆପଣଙ୍କ ମତ, ଅଭିମତ ତଳେ ଥିବା ଧାଡ଼ିରେ ଦିଅନ୍ତୁ ଯାହାକୁ ନେଇ ଆମେ କିଛି ନୂଆ ପ୍ରକଳ୍ପ ଆଗକୁ ଆରମ୍ଭ କରିବା, କେତୋଟି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ଠାରୁ ଶୁଣିବାକୁ ଚାହେଁ:

  • ଆପଣ କାହିଁକି ନୂଆ ଲୋକମାନଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି?
  • କାହିଁକି ଏତେ ଅଧିକ କର୍ମଶାଳା ହେଲା ପରେ ବି ଅଧିକ ସମ୍ପାଦନା କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବିଗତ କେତେ ମାସ ଧରି ସେହି ୧୦-୧୨ ଭିତରେ ଅଟକି ରହିଛି?
  • ଆପଣ ନୂଆ ଲୋକଙ୍କୁ ଉଇକିପିଡ଼ିଆ ବାବଦରେ ଜଣାଇଲା ବେଳେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି?
  • ଉଇକିପିଡ଼ିଆ ସମ୍ପାଦନା କରୁଥିବା ପାଖାପାଖି ସବୁଯାକ ବ୍ୟବହାରକାରୀ ୨୦-୩୫ ଭିତରେ ଯାହା ଫଳରେ ଏହା ଏକ ଖୋଲା ମେଲା ଯୁବକ ସଙ୍ଘ ଭଳି ବାହାର ଲୋକଙ୍କୁ ବୋଧ ହୋଇପାରେ, ବୟସ୍କ ଲୋକମାନଙ୍କୁ ଏଥି ଭିତରକୁ ଆଣିବାରେ ଉଇକିଆଳି ମାନେ କାହିଁକି ସଫଳ ହେଉନାହାନ୍ତି ।

ଏହି ଧାଡ଼ି ତଳେ ଆପଣଙ୍କ ମତ ଦିଅନ୍ତୁ ଓ ଶେଷରେ ଉପରେ ଥିବା ପଟିରେ ToolbarSignVector.png ସନ୍ତକ ଓ ସମୟଚିହ୍ନ ଉପରେ କ୍ଲିକ କରି "ସାଇତିବେ" । --Subhashish Panigrahi (WMF) (ମୋ ଆଲୋଚନା) ୧୫:୧୦, ୧୫ ଫେବୁଆରି ୨୦୧୨ (UTC)

‌‌‌‌-----------------------------------------------------------

  • ଇଣ୍ଟରନେଟ ର ବ୍ୟବହାର ଯୁବଗୋଷ୍ଠୀ ଙ୍କ ମଧ୍ୟ ରେ ସୀମିତ ଥିବାରୁ ବୟସ୍କ ଲୋକ ବେଶୀ ସହଯୋଗ କରିପାରୁନାହାନ୍ତି । --Diptiman Panigrahi(ମୋ ଆଲୋଚନା )୨୧:୩୧, ୧୫ ଫେବୁଆରୀ ୨୦୧୨ (UTC)
  • ନୂଆ ଲୋକଙ୍କ ପାଖରେ ପହଞ୍ଚି ହେଉଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ବ୍ୟକ୍ତିଗତ ଲାଭ ନଥାଇ ଉଇକିପିଡ଼ିଆରେ ସମୟ ଦେବାକୁ ଅନିଚ୍ଛୁକ । ଉଇକିପିଡ଼ିଆ ବଦଳରେ ଅନ୍ୟ ଜାଗାରେ ଲେଖିଲେ, ସଙ୍ଗେ ସଙ୍ଗେ ଅଧିକ ଲୋକଙ୍କ ନଜରକୁ ଆସିବା ସହ ପାଠକଙ୍କ ପ୍ରତିକ୍ରିୟା ବାବଦରେ ଅବଗତ ହେଉଛନ୍ତି ଏହାସହ କେତେକ ସ୍ଥାନରୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ମିଳୁଛି ତେଣୁ ଠିକ ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ଅଧିକରୁ ଅଧିକ ଚେଷ୍ଟା କରିବାକୁ ପଡ଼ିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୧୬, ୧୬ ଫେବୁଆରି ୨୦୧୨ (UTC)
  • ଓଡିଆ ରେ ଲେଖିବାକୁ କେହି ପ୍ରସ୍ତୁତ ହେଉନାହନ୍ତି। ମୃତ୍ୟୁଞ୍ଜୟ ଭାଇ ସହ ଏକମତ ଏହା ମଧ୍ୟ ଏକ କାରଣ।--Kamalakanta777 (ମୋ ଆଲୋଚନା) ୦୯:୫୭, ୧୭ ଫେବୁଆରି ୨୦୧୨ (UTC)
  • ପ୍ରିୟ ଶୁଭଭାଇ,

ଆପଣ ଦର୍ଶାଇଥିବା ତଥ୍ୟଗୁଡିକ ସତ ।

ପ୍ରଥମ ଏବଂ ଏକ ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ଇଚ୍ଛା । ଯେଉଁମାନେ ବର୍ତମାନର ଆକ୍ଟିଭ ଉଇକିଆଳି ଅଛନ୍ତି ସେମାନଙ୍କ ଛାଡିଦେଲେ ପ୍ରାୟ ବହୁତ କମ ଲୋକଙ୍କର ଏହିପରି ଏକ ଖୋଲା ଜ୍ଞାନ କୋଷରେ ଲେଖିବା ପାଇଁ ଇଚ୍ଛା ଅଛି । ଏଠାରେ ଲେଖିଥିବା କମ ର ଅର୍ଥ ବହୁତ କମ । କାରଣ ଓଡିଆ ଲୋକମାନକର(ଜାଣିଥିବା) କମ୍ପୁଟର ଓ ଇନ୍ଟାରନେଟ ବ୍ୟବହାର ବହୁତ କମ । ସାଧାରଣତଃ ଯୁବଗୋଷ୍ଠୀମାନେ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯେଉମାନେ ଆମୋଦପ୍ରମୋଦ ବ୍ୟତୀତ ଏହି ପରି ଏକ ଜ୍ଞାନକୋଷରେ ଲେଖିବାକୁ ଠିକ ମନେ କରନ୍ତି ନ।ହିଁ କିମ୍ବା ବୋର ଭାବନ୍ତି । ଆଉ ବୟସ୍କ ଲୋକେ (ଜାଣିଥିବା) ସଂଖ୍ୟା ବହୁତ କମ । ତା ଛଡା ଅନ୍ୟ ଏକ ଗୁରୁତ୍ଵପୂର୍ଣ କଥା ହେଉଛି ଏହା ଏକ ଅଣଲାଭକାରୀ ସଂସ୍ଥା, ସେଥିପାଇଁ ମଧ୍ୟ ପ୍ରାୟ ଜାଣିଥିବା ଲୋକେ ଏଠି ଲେଖୁ ନାହାନ୍ତି ।


ଆପଣ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର (ମୋ ମତରେ)

୧- ଆମେ ଯାହାବି ପହଞ୍ଚିଛୁ ମୁଖ୍ୟତ ଅନଲାଇନ ପହଞ୍ଚି ପରିଛୁ ହେଲେ ମୁହାମୁହି ପ୍ରଚାର ପ୍ରାୟତଃ ନାହି ।ଆଉ ଜିଏବି ନୂଆ ଲୋକ ଏଥିରେ ଇଚ୍ଛା ଦେଖାଉଛନ୍ତି ତାଙ୍କୁ ମାର୍ଗଦର୍ଶକର ଅଭାବ ରହୁଛି । ନୂଆ ଲୋକମାନେ ସାଧାରଣତ ଇଚ୍ଛା ଦେଖାଉଛନ୍ତି କିନ୍ତୁ ଏଠାକୁ ଆସି ଓଡିଆରେ ଲେଖିବାରେ ସେମାନଙ୍କର ଇଚ୍ଛା ପ୍ରାୟତଃ କମି ଯାଉଛି। ହଁ ମୁ କହିଦିଏଯେ ଆମେ ନୂଆ ଲୋକମାନଙ୍କ ପାଖରେ ପହଞ୍ଚୁଛୁ ହେଲେ ତାଙ୍କୁ ଆଣି ଏଠାରେ ଲେଖାଇବାରେ ସଫଳ ହୋଇପାରୁନୁ କାରଣ ସେମାନେ ଖାଲି ଏହା ଦେଖି ଖୁସି ହଉଛନ୍ତି ଯେ ଯାହା ହଉ କଣ ଗୋଟେ ଭଲ ଲେଖା ହଉଛି। ହେଲେ ସେମାନଙ୍କ ପାଖରେ ଆତ୍ମବିଶ୍ଵାସରେ ଅଭାବ ରହୁଛି ଯେ ସେମାନେ ମଧ୍ୟ ଲେଖିପାରିବେ ଯାହାକି ଅନ୍ୟମାନେ ପଢିପାରିବେ ଓ ସେଇଟା ବି ସୁନ୍ଦର ହେବ ।


୨-କର୍ମଶାଳାଗୁଡିକ ହଉଛି ସତ କିନ୍ତୁ ପ୍ରାୟ କର୍ମଶାଳାରେ ଭାଗ ନଉଥିବା ସଭ୍ୟ(ଶିଖିବାକୁ ଆସୁଥିବା) ମାନେ ଏଥିରେ ଇଚ୍ଛା ଦେଖାଉନାହାନ୍ତି । କିମ୍ବା କର୍ମଶାଳା ଉପଯୁକ୍ତ ବା ଲେଖିପାରିବା ଭଳି ଲୋକମାନଙ୍କୁ ନେଇ ହଉନାହି ।


୩-ଲେଖିଲାବେଳେ କିପରି ଲେଖା ହେବ ସେମାନେ ଜାଣିପାରୁନାହାନ୍ତି ଏବଂ ଏହା ବି ଜାଣି ପାରୁନାହାନ୍ତି ଯେ କାହାକୁ ଯୋଗାଯୋଗ କରିବେ ଏବଂ କିପରି ସାଙ୍ଗେସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇବେ । କାରଣ ଉଇକିପେଡିଆ ମୁଖ୍ୟପୃଷ୍ଠାରେ ସେପରି କିଛି ନାହିଁ ଯେଉଠି ସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇ ପାରିବେ(ନିଜ ଅଭିଜ୍ଞତା ଏକ ବନ୍ଧୁଙ୍କ ଠାରୁ) । ଏହାଛଡା ଟେକନିକାଲ ଶବ୍ଦଗୁଡିକର ଅନୁବାଦ ଏବଂ ଅତି ଶୁଦ୍ଧ ଓଡିଆ ମଧ୍ୟ ବୁଝିବାରେ ଅସୁବିଧା ହେଉଛି ।


୪- ଏହି ପ୍ରଶ୍ନର ଉତ୍ତରଟି ଜଣାଶୁଣା କାରଣ ବୟସ୍କ ବ୍ୟକ୍ତି ଯିଏକି କମ୍ପୁଟର ବ୍ୟବହାର କରୁଥିବେ ସେମାନଙ୍କ ସଂଖ୍ୟା କମ । ଆଉ ମୁ ଯେତେ ଜଣ ବୟସ୍କ ଲୋକଙ୍କ ସହ ଯୋଗାଯୋଗ କରିଛି ସେମାନଙ୍କ ଅସରନ୍ତି ପ୍ରଶ୍ନର ଉତ୍ତର ଦେଇ ସାରିଲାପରେ ସେମାନକ ଠାରୁ "ହଉ ଦେଖିବା" ଶୁଣି ସାରିଲାପରେ ମନରେ ଥିବା ଉଶ୍ଚ୍ହାହ ଏକାଥରେ ମରି ଯାଉଛି ।


କିଛି ଭୁଲଭାଲ ଲେଖାଥିଲେ କ୍ଷମାକରିବେ । ନିଜ ମତାମତ ଦେଇଛି କିଛି ଇଂରାଜୀ ଶବ୍ଦ ବ୍ୟବହାର କରିଛି ସେଥିପାଇଁ ମଧ୍ୟ କ୍ଷମା କରିବେ । ଆଶା କରୁଛି ଆମେ ସମସ୍ତେ ମିଶି ଓଡିଆ ଉଇକିପେଡିଆକୁ ଏହାର ସର୍ବୋଚ ସ୍ଥାନରେ ପହଞ୍ଚାଇପାରିବା ।ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୁତି ଲୋଡା। --Jnanaranjan sahu (ମୋ ଆଲୋଚନା) ୨୩:୦୨, ୧୭ ଫେବୁଆରି ୨୦୧୨ (UTC)

[ବଦଳାଇବେ] ଓଡ଼ିଆ ୱିକିପେଡ଼ିଆରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି

Some changes are necessary here

ମୁଁ ୱିକିପେଡ଼ିଆରେ ନୂଆ ସଦସ୍ୟତା ନେବା (ଖାତା ଖୋଲିବା) ପରେ ମୋତେ ପ୍ରଥମେ ଏହି ପୃଷ୍ଠା ଦେଖାଇ ଦିଆଯାଇଥିଲା, ଏବଂ ଏଥିରେ କେତୋଟି ଜିନିଷ ମୋତେ ବୁଝା ପଡ଼ିନଥିଲା ଆଉ କିଛିଟା ଜିନିଷ ଅନାବଶ୍ୟକ ଭାବରେ ଲେଖାଯାଇଥିବା ପରି ଅନୁଭବ ହେଲା୤ ତେଣୁ ଏହାକୁ ଏଠାରେ ଦେଇଛି୤ ଆଶା କରୁଛି ଆଗାମୀ ଦିନରେ ନୂଆ ଓଡ଼ିଆ ୱିକି ସଦସ୍ୟମାନଙ୍କୁ ଏହି ପ୍ରକାରର ସ୍ବାଗତ ନ ଜଣାଯାଉ, କହିବା ବୋଧଗମ୍ୟ ନ ହୋଇପାରେ କିନ୍ତୁ ଓଡ଼ିଆରେ କଥାଟିଏ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ, ସେମିତି ଘର ଭିତର କଥା ଘର ସାମନାରୁ ହିଁ ଜଣା ପଡ଼ିଯାଏ୤ ସେହିପରି ଯେତେବେଳେ ଓଡ଼ିଆ ୱିକିପେଡ଼ିଆରେ ସଦସ୍ୟ ବହୁତ କମ ହେଉଛନ୍ତି, ଯେଉଁମାନେ ବି ଆସୁଥିବେ, ଏହି ସ୍ବାଗତ ସନ୍ଦେଶ ପଢ଼ିଦେଇ ନିଶ୍ଚୟ ଭାବରେ ନିରୁତ୍ସାହିତ ହେଉଥିବେ, ଏହା ମୋର ଧାରଣା୤ ଦୟାକରି ଏଇ ସବୁ ଜିନିଷ ପ୍ରତି ଧ୍ୟାନ ଦିଆଯାଉ୤

--Drjyotiprasad (ମୋ ଆଲୋଚନା) ୨୧:୨୧, ୧୮ ଫେବୁଆରି ୨୦୧୨ (UTC)


[ବଦଳାଇବେ] Medicine project

Dear All

I am writing to share with you a very inspiring initiative regarding health and medicine articles on Wikipedia. Crores of Wikipedia (English) readers read up about health related issues either when they or their loved ones fall ill or before or after they have consulted doctors or when they are curious about a particular disease or drug. In fact, quite a few doctors and nurses also read up these articles to improve their knowledge.

Wikipedia's medical articles have 15-20 crore page views every month. The top 300 articles are viewed more than 1 lakh times every month. The challenge is that the majority of these articles are only available in English.

This initiative (http://en.wikipedia.org/wiki/Wikipedia:WikiProject_Medicine/Translation_task_force) has been conceptualised by WikiProject Medicine, Wikimedia Canada and very interesting organisation called Translators Without Borders. It seeks to translate a set of 80 of the most important health care articles into as many languages as possible.

Given the state of our health care system as well as the increasing readership of Indic language projects, there is huge positive impact that we can have if we participate in this initiative and have these articles in all Indic languages. The project page (referenced above) includes an outline of the project, FAQs, useful links and a sign up for interested volunteers.

Oriya Wikipedians can join this effort by creating a wikiproject for this in Oriya wikipedia. Remember, you don't have to be a health care professional to help out. All you have to do is simply care.

I am really happy to inform you that few Indic languages have already signed up for this wonderful project. Of these 3 languages - Assamese, Tamil, and Malayalam - have already started wiki project and started working on articles (really big comprehensive articles) related to Medicine.

Assamese wikipedia medicine project page: as:ৱিকিপিডিয়া:ৱিকিপ্ৰকল্প চিকিৎসাবিজ্ঞান

Some of the articles created:


Malayalam wikipedia biology project page: ml:വിക്കിപീഡിയ:വിക്കിപദ്ധതി/ജീവശാസ്ത്രം

Some of the articles created:

Tamil Wikipedia Medicine project:ta:விக்கிப்பீடியா:விக்கித் திட்டம் மருத்துவம்

Please note that this project do not involve machine translation or bots. I am really happy to inform that in Assamese, Tamil, and Malayalam wikipedias these projects are run by doctor (or medicine students) wikipedians :) Yes, Indic wikipedias have editors from all wakes of life.

There is so much potential on these articles. I encourage interested wikipedians to join this project by starting a Wiki project in Oriya wikipedia for this. Please let me know if you require any support for this.--Shiju Alex (WMF) (ମୋ ଆଲୋଚନା) ୦୬:୫୭, ୨୭ ଫେବୁଆରି ୨୦୧୨ (UTC)

ପ୍ରକଲ୍ପ ଟି ଅରମ୍ଭ ହେଲା ଓ ଅଧିକ ଜାଣିବା ପାଇନ୍ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ (ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ)--ଦିପ୍ତୀମାନ୍ ପାଣିଗ୍ରାହୀ ୨୨:୪୮, ୨୮ ଫେବୁଆରି ୨୦୧୨ (UTC)

[ବଦଳାଇବେ] ଯାଜପୁର ଓ ବୌଦ୍ଧ ପର୍ଯଟନ

ଯାଜପୁର ଠାରେ ହେବ ବୌଦ୍ଧ ପର୍ଯଟନ ଯାଜପୁର ଜିଲ୍ଲାର ଲାନଗୁଦୀ, କାଇମ, ନେଉଲିପୁର , ତାରାପୁର ଓ ଅନ୍ୟାନ୍ୟ ପାରବତ୍ୟନଚଳ କୁ ଲୋକମାନନ୍କୁ ଆକୃଷ୍ଟ କରିବାକୁ ସରକାର ଏଠାରେ ଏକ ବୌଧ ପର୍ଯଟନ କରିବାକୁ ସ୍ଥିର କରିଛନ୍ତି ଯାହା ଲାଗି ପ୍ରାୟ ଚୌଦ କୋଟି ତନ୍କା ଖର୍ଚ୍ଚ କରାଯିବ ବୋଲି ରାଜା ପର୍ଯଟନ ସଚିବ ସୁଚନା ଦେଇଛନ୍ତି ॥

== ଯାଜପୁର ଜିଲ୍ଲା ==

  •  : ଆମ ଓଡିଶାରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ। ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମନେ ରାଜୁତି କରୂଥିଲେ ।
ଦଶମ ଶତାବ୍ଦୀରେ ଭୌମରାଜତ୍ବପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ବ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବାଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରଜତ୍ବ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ବମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦ ର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜ ରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନ କୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ବମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ବ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।
ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।
୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ସବ୍ଡିଭିଜନ ହୋଇରହିଲା। ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା। ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀ ଦ୍ବାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା। ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ବାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା।
ଏହି ଜିଲ୍ଲାର ଉପର ଅଞ୍ଚଳ କିଛି ପାହାଡିଆ ଓ ଜଙ୍ଗଲଭୂମି ରହିଛି। ସମତଳ ଅଞ୍ଚଳରେ ଜଳସେଚନ ଦ୍ବାରା କୃଷିର ଉନ୍ନତି ହୋଇପାରୁଛି। ତଥାପି ଜଙ୍ଗଲ ଓ ପାହାଡିଆ ଜମିର ପରିମାଣ ୭୨୫ ବର୍ଗ କିଲୋମିଟର। ଯାଜପୁର ଜିଲ୍ଲା ଖଣିଜ ଦ୍ରବ୍ୟରେ ଭରପୁର। ଏହି ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବହୁ ପରିମାଣରେ କ୍ରୋମାଇଟ୍ ଉତ୍ପାଦନ ହୁଏ। ଅନେକ ଲୁହାପଥର ଭରି ରହିଛି ଯାହାକି ଆମ ରାଜ୍ୟର ପାରାଦ୍ବୀପ ବନ୍ଦରରୁ ଜାହାଜ ଯୋଗେ ବିଦେଶକୁ ରତ୍ପାନୀ ହେଉଛି। ସୁକିନ୍ଦା ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ଓଡିଶା ରେ ଅବସ୍ଥିତ ।
ଏହି ଜିଲ୍ଲାର ଉତ୍ତରରେ କେନ୍ଦୁଝର,ଦକ୍ଷିଣ ରେ କଟକ ଓ କେନ୍ଦ୍ରାପଡା, ପୂର୍ବରେ ଭଦ୍ରକ ଜିଲ୍ଲା ଓ ପଶ୍ଚିମରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ । ଯାଜପୁର ଜିଲ୍ଲାର ଆୟତନ ୨,୮୮୭.୬୯ ବର୍ଗ କିମି। ୨୦୦୧ ମସିହା ଜନଗଣନା ଅନୁସାରେ ଲୋକ ସଂଖ୍ୟା୧୬ ଲକ୍ଷ୍ୟ ୨୫ ହଜାର। ଗ୍ରାମ : ୧୭୮୧। ଗ୍ରାମପଞ୍ଚାୟତ ସଂଖ୍ୟା : ୨୮୦। ସାକ୍ଷରତା : ଶତକଡା ୭୨-୭୯ ଭାଗ।
ଦର୍ଶନୀୟ ସ୍ଥାନ : ଯାଜପୁର ଜିଲ୍ଲାର ଯାଜପୁର ଟାଉନରେ ଥିବା ପ୍ରସିଦ୍ଧ ପୀଠ ବିରଜା ମନ୍ଦିର ଓଡିଶା ଓ ଓଡିଶା ବାହାରେ ବିଖ୍ୟାତ। ବରାହ ଓ ନାଭିଗୟା ଦର୍ଶନୀୟ ସ୍ଥାନ ରହିଛି। ଏତତ୍ ଭିନ୍ନ ଚଣ୍ଡିଖୋଲ, ମହାବିନାୟକ, ଛତିଆ, ଗୋକର୍ଣିକା, କୁରାଂଶ, ବ୍ୟାସ ସରୋବର ପ୍ରଭୃତି ପୀଠସ୍ଥଳ ଅନ୍ୟତମ। ବୌଦ୍ଧ ବିହାରଗୁଡିକ ମଧ୍ୟରେ ରତ୍ନଗିରି, ଉଦୟଗିରି ପ୍ରଭୃତି ଦର୍ଶକମାନଙ୍କୁ ଆର୍କଷିତ କରିଥାଏ ।
ପ୍ରସିଦ୍ଧ ବ୍ୟକ୍ତି ଓ କବି ଓ ଲେଖକ : ଅଭିମନ୍ୟୁ ସାମନ୍ତସିଂହାର, ବିଚ୍ଛଦ ଚରଣ ପଟ୍ଟନାୟକ, ହାଡିଦାସ, ବିରୁପାକ୍ଷ କର ଇତ୍ୟାଦି ।
ଉତ୍ପନ୍ନ ଖାଦ୍ୟଶସ୍ୟ : ଧାନ, ମୁଗ, ବିରି, କୋଳଥ, ଚିନାବାଦାମ, ଆଳୁ, ଆଖୁ ଇତ୍ୟାଦି ଉତ୍ପନ୍ନ ହୁଏ ।
ମୁଖ୍ୟ ନଦୀ ଓ ଶାଖାନଦୀ:
  • ବୈତରଣୀ
  • ବ୍ରାହ୍ମଣୀ
  • ଖରସ୍ରୋତା
  • ବିରୂପା
  • ବୁଢ଼ା
  • କଣି
  • ବଡ଼ଗେଙ୍ଗୁଟି
  • କେଳୁଆ

--ହେମନ୍ତ କୁମାର ରାୟ (ମୋ ଆଲୋଚନା) ୧୬:୦୬, ୨୯ ଫେବୁଆରି ୨୦୧୨ (UTC)ହେମନ୍ତ କୁମାର ରାୟ

ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ଉପକରଣ
ଅଲଗା ଭାଷା