ଆଲେକ୍‌ଜାଣ୍ଡର୍ ମହାନ

ଉଇକିପିଡ଼ିଆ ରୁ
(ଆଲେକ୍ଜାଣ୍ଡାର ଦ ଗ୍ରେଟ ରୁ ଲେଉଟି ଆସିଛି)
ଆଲେକ୍ଜାଣ୍ଡାର ଦ ଗ୍ରେଟ
ଆଲେକ୍ଜାଣ୍ଡାର ତୃତୀୟ
Basileus of Macedon, Hegemon of the Hellenic League, Shahanshah of Persia, Pharaoh of Egypt, Lord of Asia
Alexander fighting the Persian king Darius III. From Alexander Mosaic, Naples National Archaeological Museum
King of Macedonia
Reign 336–323 BC
Predecessor Philip II
Successor Alexander IV
Philip III
Pharaoh of Egypt
Reign 332–323 BC
Predecessor Darius III
Successor Alexander IV
Philip III
King of Persia
Reign 330–323 BC
Predecessor Darius III
Successor Alexander IV
Philip III
King of Asia
Reign 331–323 BC
Predecessor New office
Successor Alexander IV
Philip III
Spouse Roxana of Bactria
Stateira II of Persia
Parysatis II of Persia
Issue
Alexander IV
Full name
Alexander III of Macedon
Dynasty Argead dynasty
Father Philip II of Macedon
Mother Olympias of Epirus
Born 20 or 21 July 356 BC
Pella, Macedon
Died 10 or 11 June 323 BC (aged 32)
Babylon
Religion Greek polytheism

ଆଲେକ୍ଜାଣ୍ଡାର ତୃତୀୟ ବା ଆଲେକ୍ଜାଣ୍ଡାର ଦ ଗ୍ରେଟ୍ ଥିଲେ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀ ଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ । [୧]

ପରିବାର[ସମ୍ପାଦନା]

ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୦ ରେ ପେଲାଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ମା' ଥିଲେ ଅଲିମ୍ପିଆସ ଓ ପିତା ଥିଲେ ସମ୍ରାଟ ଫିଲିପ ଦ୍ଵିତୀୟ । ୧୩ ବର୍ଷ ବୟସରେ ସେ ମହାନ ଦାର୍ଶନିକ ଆରିଷ୍ଟୋଟଲଙ୍କ ଠାରୁ ବିଜ୍ଞାନ, ଦର୍ଶନ ଓ ମେଡିସିନରେ ଶିକ୍ଷାଲାଭ କଲେ ।[୨]

ସିଂହାସନ ଆରୋହଣ[ସମ୍ପାଦନା]

ତାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପିତା ଫିଲିପଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେ ସିଂହାସନ ଆରୋହନ କଲେ । ଏକ ସୁଦକ୍ଷ ସୈନ୍ୟବାହିନୀ ଗଠନ କରି ବିଶ୍ଵ ବିଜୟ ଅଭିଯାନ ଆରମ୍ଭ କଲେ । ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ଵାରୋହୀ ଥିଲେ । ସେମାନଙ୍କ ମଧ୍ୟରେ ଇଞ୍ଜିନିୟର, ବୈଜ୍ଞାନିକ, ସର୍ଭେୟର ଓ ଐତିହାସିକ ଥିଲେ । ପ୍ରଥମ ଦୁଇ ବର୍ଷ ଭିତରେ ସେ ପର୍ସିଆନ ମାନଙ୍କୁ ପରାସ୍ତ କରି ଏସିଆ ମାଇନରର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ଅକ୍ତିଆର କଲେ । ପରେ ସେ ଦକ୍ଷିଣ କୁ ଭୂମଧ୍ୟସାଗର ଉପକୂଳ ସମେତ ଗାଜାଇଜିପ୍ଟ ଦଖଲ କଲେ । ସେଠାରେ ସେ ପୂର୍ବକୁ ଟାଇଗ୍ରିସ ନଦୀ ପର୍ଯ୍ୟନ୍ତ ଆସିଥିଲେ । ଖ୍ରୀଷ୍ଟପୂର୍ବ ୩୩୧ ରେ ସେ ପୁଣି ପର୍ସିଆନଙ୍କୁ ଉପରେ ଆକ୍ରମଣ କରି ରାଜଧାନୀ ବାବିଲୋନ ଦଖଲ କଲେ । ସିନ୍ଧୁନଦୀ ଅତିକ୍ରମ କରି ସେ ତକ୍ଷଶିଳା ଦଖଲ ପାଇଁ ଚେଷ୍ଟାକଲେ । କିନ୍ତୁ ଭାରତୀୟ ରାଜା ପୁରୁଙ୍କ ସହ ତାଙ୍କର ସଘର୍ଷ ଘଟିଥିଲା । ପରେ ପୁରୁ ଆତ୍ମ ସମର୍ପଣ କରିଥିଲେ । ୮ ବର୍ଷର ଅଭିଯାନ ପରେ ସେ ଏକ ବିଶାଳ ଭୂଖଣ୍ଡର ଅଧିକାରୀ ହୋଇଥିଲେ । ସେ ଜଣେ ସୈନିକ ପ୍ରିୟ ସମ୍ରାଟ ଥିଲେ । ଯୁଦ୍ଧରେ ଆହତ ସୈନିକଙ୍କ ସ୍ଵାସ୍ଥବସ୍ଥା ବ୍ୟକ୍ତିଗତ ଭାବେ ବୁଝୁଥିଲେ । ଚାକଚକ୍ୟ ଓ ଅୟସପୂର୍ଣ୍ଣ ଜୀବନ ବିତାଇବା ସହ ଆଲେକ୍ଜାଣ୍ଡାର ପ୍ରବଳ ମଦପାନ କରୁଥିଲେ । ଏହି କ୍ରୋଧ ପାଇଁ ସେ ତାଙ୍କର ଘନିଷ୍ଠ ସହଯୋଗୀ କ୍ଳାଇଟସଙ୍କୁ ହତ୍ୟା କରିଥିଲେ । ଖ୍ରୀଷ୍ଟପୂର୍ବ ୩୩୨ରେ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ୩୨୩ ଜୁନ ୧୩ ରେ ମୃତ୍ୟୁ ଘଟିଥିଲା ।[୩] [୪][୫]

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]