ଆଣ୍ଟ୍ରୋଡେମସ

ଉଇକିପିଡ଼ିଆ‌ରୁ

ଆଣ୍ଟ୍ରୋଡେମସ
ଜୀବାଶ୍ମ କାଳ: Late Jurassic, 150 Ma
Holotype
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
ଗୋଷ୍ଠୀ: ଥେରୋପୋଡ଼ା
Family: Allosauridae
Genus: Antrodemus
Leidy, 1873
ଜାତି: ଆ. ଭାଲେନ୍ସ
ବାଇନୋମିଆଲ ନାମ
ଆଣ ଭାଲେନ୍ସ
(Leidy, 1870 [originally Poekilopleuron])
Synonyms

ଆଣ୍ଟ୍ରୋଡେମସ ହେଉଛି ଥ୍ରୀଓପଡ୍ ଶ୍ରେଣୀର ଏକ ସନ୍ଦେହପୂର୍ଣ୍ଣ ବର୍ଗ (Genus) । ଏଥିରେ କେବଳ ଗୋଟିଏ ଜାତି ରହିଛି : Antrodemus valens । ଏହାର ଅବଶେଷ ଆମେରିକାର କଲରାଡୋର ମିଡିଲ ପାର୍କରୁ ମିଳିଛି । ଜୋସେଫ ଲେଇଡି ୧୮୭୦ରେ ପ୍ରଥମେ ଏହାର ବର୍ଣ୍ଣନା ଓ ନାମକରଣ କରିଥିଲେ । ଜୀବାଶ୍ମ ସ୍ତର ଅନୁସାରେ ଏହି ଡାଇନୋସରଟି ଜୁରାସିକ ଯୁଗରେ ବାସ କରୁଥିଲା ।

ଏହାର ପ୍ରଥମ ଜୀବାଶ୍ମ ୧୮୬୯ରେ ମିଳିଥିଲା ଯାହା ବୋଧହୁଏ ମିଡିଲ ପାର୍କସ୍ଥିତ ମରିସନ ଶିଳା ବିନ୍ୟାସ (Morrison Formation rocks)ରୁ ଆସିଥିଲା । ଏହାକୁ ପାଇଥିବା ଫର୍ଡିନାଣ୍ଡ ଭାଣ୍ଡିଭର ହେଡେନ ଏହାକୁ ଜୋସେଫ ଲେଇଡିଙ୍କ ପାଖକୁ ପଠାଇଥିଲେ । ଏହା ଲାଙ୍ଗୁଡର ମେରୁଦଣ୍ଡ ହାଡର ଖଣ୍ଡେ ବୋଲି ଚିହ୍ନଟ ହେଲା । ସେ ପ୍ରଥମେ ଏହାକୁ ପୋଏକିଲୋପ୍ଲ୍ୟୁରନ ବର୍ଗରେ ରଖିଥିଲେ [୧] କିନ୍ତୁ ପରେ ଏହା ଲାଗି ନିଜସ୍ୱ ବର୍ଗ ସୃଷ୍ଟି କଲେ । [୨]

୧୯୨୦ରେ ଚାର୍ଲ୍ସ ଗିଲମୋର ଆଲୋସୋରସ୍ ଓ ଆଣ୍ଟ୍ରୋଡେମସ୍ର ମେରୁହାଡରେ ତଫାତ୍ ନଥିବା ଦର୍ଶାଇ ଦୁଇଟି ଭିତରୁ ପୁରୁଣା ନାମ ଆଣ୍ଟ୍ରୋଡେମସ୍ର ପ୍ରଚଳନ ଲାଗି ଯୁକ୍ତି ବାଢିଥିଲେ ଯାହା ପ୍ରାୟ ୫୦ ବର୍ଷ ଯାଏଁ ଚଳି ଆସିଲା । [୩] ପରେ ଜେମ୍ସ ମାଡ୍‌ସେନ୍ ଯୁକ୍ତି ଦେଲେ ଯେ ଆଣ୍ଟ୍ରୋଡେମସ୍ ନାମକରଣରେ ବ୍ୟବହୃର ନମୁନା ଖରାପ ଧରଣର ଓ ସନ୍ଦିଗ୍ଦ ଥିଲା । .[୪] ଏଣୁ ବର୍ତ୍ତମାନରେ ଆଣ୍ଟ୍ରୋଡେମସ୍ ଏକ ସନ୍ଦିଗ୍ଦ ନାମ (nomen dubium) ଭାବେ ରହି ଯାଇଛି । [୫][୬]

ଆଧାର[ସମ୍ପାଦନା]

  1. Leidy, Joseph (1870). "Remarks on Poicilopleuron valens, Clidastes intermedius, Leiodon proriger, Baptemys wyomingensis, and Emys stevensonianus". Proceedings of the Academy of Natural Sciences of Philadelphia. 22: 3–4.
  2. Leidy, Joseph (1873). "Contribution to the extinct vertebrate fauna of the western territories". Report of the U.S. Geological Survey of the Territories I: 14–358.
  3. Gilmore, Charles W. (1920). "Osteology of the carnivorous dinosauria in the United States National Museum, with special reference to the genera Antrodemus (Allosaurus) and Ceratosaurus". Bulletin of the United States National Museum. 110: 1–159. doi:10.5479/si.03629236.110.i.
  4. Madsen, James H., Jr. (1993) [1976]. Allosaurus fragilis: A Revised Osteology. Utah Geological Survey Bulletin 109 (2nd ed.). Salt Lake City: Utah Geological Survey.{{cite book}}: CS1 maint: multiple names: authors list (link)
  5. Paul, G.S. and Carpenter, K. (2010). "Case 3506: Allosaurus Marsh, 1877 (Dinosauria, Theropoda): proposed conservation of usage by designation of a neotype for its type species Allosaurus fragilis Marsh, 1877." Bulletin of Zoological Nomenclature, 67(1): 53-56. [୧]
  6. Rauhut, Oliver W. M. (2011). "Theropod dinosaurs from the Late Jurassic of Tendaguru (Tanzania)". Special Papers in Palaeontology. 86: 195–239. doi:10.1111/j.1475-4983.2011.01084.x.

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]