ଆଉରଙ୍ଗଜେବ

ଉଇକିପିଡ଼ିଆ ରୁ
ଆଉରଙ୍ଗଜେବ
Abul Muzaffar Muhi-ud-Din Muhammad Aurangzeb
Aurangzeb seated on the Peacock Throne.
Flag of the Mughal Empire.svg 6th Mughal Emperor
Reign 31 July 1658 – 3 March 1707
Coronation 15 June 1659 at Red Fort, ଦିଲ୍ଲୀ
Predecessor ଶାହଜାହାନ
Successor ବାହାଦୁର ଶାହ I
Spouse Dilras Banu Begum
Nawab Raj Bai Begum
Aurangabadi Mahal
Udaipuri Mahal
Issue
Zeb-un-Nissa
Zinat-un-Nissa
Muhammad Azam Shah
Mehr-un-Nissa
Muhammad Akbar
Sultan Muhammad
Bahadur Shah I
Badr-un-Nissa
Zubdat-un-Nissa
Muhammad Kambaksh
Full name
Abul Muzaffar Muhi-ud-Din Muhammad Aurangzeb
House Timurid
Father ଶାହଜାହାନ
Mother ମମତାଜ ମହଲ
Born ୪ ନଭେମ୍ବର ୧୬୧୮(1618-11-04) (N.S.)
ଦାହୋଦ, ମୋଗଲ ସାମ୍ରାଜ୍ୟ
Died ୩ ମାର୍ଚ, ୧୭୦୭ (୮୮ ବର୍ଷ)
ଅହମଦନଗର, ଭାରତ
Burial ଖୁଲଦାବାଦ
Religion ଇସଲାମ

ଆଉରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହଜାହାନଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ ସିଂହାସନ ଆରୋହଣ କରିଥିଲେ । [୧]୧୬୫୯ ରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା ପୃଥିବୀ-ବିଜୟୀ ଉପାଧିରେ ଭୂଷିତ କରେଇଥିଲେ । [୨][୩]

ସିଂହାସନ ଆରୋହଣ[ସମ୍ପାଦନା]

ରାଜତ୍ଵ[ସମ୍ପାଦନା]

ଆଉରଙ୍ଗଜେବଙ୍କର ରାଜତ୍ଵର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ଵର ଦ୍ଵିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।

ଧର୍ମ ନୀତି[ସମ୍ପାଦନା]

ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । ଆକବରଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡ଼ିଥିଲେ । ସେ ହିନ୍ଦୁ ମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । ଭାରତରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ କାଶୀ, ମଥୁରାଗୁଜରାଟର ବିଖ୍ୟାତ ହିନ୍ଦୁ ମନ୍ଦିରମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ । ହିନ୍ଦୁମାନଙ୍କର ମେଳା ଓ ଯାତ୍ରାଉପରେ ନିଷେଧାଷ ଜାରି କରାଗଲା । ହିନ୍ଦୁମାନଙ୍କ ଉପରେ ଜିଜିୟା କର ଓ ଯାତ୍ରୀ କର ପୂନର୍ବାର ବସାଗଲା । ରାଜପୁତମାନଙ୍କ ବ୍ୟତୀତ ଅନ୍ୟ ହିନ୍ଦୁମାନେ ହାତୀ, ଘୋଡା, ପାଲିଙ୍କି ପ୍ରଭୃତି ଚଢିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ହିନ୍ଦୁମାନଙ୍କର ବିଦ୍ୟାଳୟମାନ ଉଠାଇ ଦିଆଯାଇ ସେଗୁଡିକ ସ୍ଥାନରେ ମଦ୍ରାସା ବା ମୁସଲମାନ ବିଦ୍ୟାଳ୍ୟ ମାନ ସ୍ଥାପନ କରାଗଲା। ଅନେକ ହିନ୍ଦୁଙ୍କୁ ଚାକିରୀରୁ ବାହାର କରି ଦିଆଗଲା । ଯେଉଁ ହିନ୍ଦୁମାନେ ସୁନ୍ନି ଇସଲାମ ଧର୍ମ ଗ୍ରହଣ କଲେ ସେମାନଙ୍କଉ ବଡ଼ ବଡ଼ ଚାଲିରୀ ମିଳିଲା । ହିନ୍ଦୁ ବଣିକମାନଙ୍କ ଉପରେ ଦୁଇଗୁଣ କର ବସାଇଦିଆଗଲା । ଆଉରଙ୍ଗଜେବଙ୍କର ଏହିପରି ଧର୍ମାନ୍ଧ ନୀତି ଫଳରେ ପଞ୍ଜାବର ସତନାମୀ ମାନେ, ମଥୁରାର ଜାଠମାନେ, ରାଜପୁତ ଓ ମରହଟ୍ଟାମାନେ ଚାରିଆଡେ ବିଦ୍ରୋହ କରିବାଅକୁ ଲାଗିଲେ । ଏହା ଫଳରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେବାକୁ ଲାଗିଲା। [୪] [୫]

ରାଜ୍ୟ ବିସ୍ତାର[ସମ୍ପାଦନା]

୧୬୬୧ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ସେନାପତି ମିରଜୁମଲାଙ୍କୁ ଆସାମକୂଚବିହାର ଜୟ କରିବାକୁ ପଠେଇଥିଲେ । ଆସାମ ଅଭିଯାନରେ ବହୁ ସୈନ୍ୟ କ୍ଷତି ଘଟିଲା ଏବଂ ମିରଜୁମୁଲା ପ୍ରାଣତ୍ୟାଗ କରିଥିଲେ । ଏହାପରେ ବହୁକାଳ ଯୁଦ୍ଧ ଚାଲିଲା ଏବଂ ଆସାମର ରାଜା ପରାସ୍ତ ହେଇ ସନ୍ଧି କଲେ ।

ମିରଜୁଲାମଙ୍କ ପରେ ଆଉରଙ୍ଗଜେବଙ୍କର ମାମୁଁ ଶାୟସ୍ତ ଖାଁ ବଙ୍ଗର ଶାସକ ନିଯୁକ୍ତ ହେଇଥିଲେ । ସେ ଆରାକାନବାସୀ ଓ ପର୍ତ୍ତୂଗୀଜ ମାନଙ୍କର ଆମ ଦେଶ ଲୁଣ୍ଠନ ବନ୍ଦ କରାଇଥିଲେ ଏବଂ ଆରକାନର ରାଜାଙ୍କୁ ପରାସ୍ତ କରି ତାଙ୍କ ଠାରୁ ଚିତାଗଙ୍ଗ ଜୟ କରିଥିଲେ । ଉତ୍ତର-ପଶ୍ଚିମ ଅଞ୍ଚଳର ପାହାଡିଆ ବିଦ୍ରୋହୀ ଜାତିର ଲୋକ ମାନଙ୍କୁ ଆଉରଙ୍ଗଜେବ ପରାସ୍ତ କରିଥିଲେ ।

ଆଉରଙ୍ଗଜେବଙ୍କର ଅନୁଦାର ହିନ୍ଦୁନୀତି ବିରୋଧରେ ମଥୁରାର ଜାଠମାନେ ଏବଂ ପଞ୍ଜାବର ସତନାମୀ ସମ୍ପ୍ରଦାୟର ଲୋକମାନେ ବିଦ୍ରହ କରିଥିଲେ । ଆଉରଙ୍ଗଜେବ ବହୁ ସୈନ୍ୟ ପଠାଇ ସେମାନଙ୍କର ବିଦ୍ରୋହ ଦମନ କରିଥିଲେ ।

ଶିଖମାନଙ୍କ ସହିତ ସମ୍ପର୍କ[ସମ୍ପାଦନା]

ଶିଖମାନଙ୍କର ନବନ ଗୁରୁ ତେଗବାହାଦୁରଙ୍କୁ ଆଉରଙ୍ଗଜେବ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । ତେଗବାହାଦୁର ଏଥିରେ ଅସମ୍ମତ ହେବାରୁ ତାଙ୍କୁ ୧୬୭୫ରେ ନୃଶଂସ ହତ୍ୟା କରାଯାଇଥିଲା । ଏହା ପରେ ଶିଖମାନେ ସେମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ଵାରା ସଙ୍ଗଠିତ ଏକ ସାମରିକ ଜାତିରେ ପରିଣତ ହୋଇଥିଲା । ସେମାନେ ଆଉରଙ୍ଗଜେବ ବଞ୍ଚିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ ।

ରାଜପୁତମାନଙ୍କ ସହିତ ସମ୍ପର୍କ[ସମ୍ପାଦନା]

ଆକବର ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅନୁସରଣ କରିଥିବାରୁ ସେମାନେ ବିଶାଳ ମୋଗଲ ସାମ୍ରାଜ୍ୟ ବିସ୍ତାରରେ ଆକବରଙ୍କୁ ବିଶେଷ ସାହାର୍ଯ୍ୟ କରିଥିଲେ । ଆଉରଙ୍ଗଜେବ ରାଜପୁତମାନଙ୍କ ପ୍ରତି ଅନୁଦାର ନୀତି ପ୍ରୟୋଗ କରି ସେମାନଙ୍କୁ ସନ୍ଦେହପୂର୍ଣ୍ଣ ଚକ୍ଷୁରେ ଦେଖିବାରୁ ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରିବାରେ ଲାଗିଲେ ।

ଆଉରଙ୍ଗଜେବଙ୍କର ସେନାପତି ମାରାବାରର ରାଜା ଯଶୋବନ୍ତ ସିଂହଙ୍କର ମୃତ୍ୟୁପରେ ଆଉରଙ୍ଗଜେବ ତାଙ୍କର ବିଧବା ରାଣୀ ଓ ଶିଶୁ ପୁତ୍ର ଅଜିତ ସିଂହଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇବାକୁ ଇଛା କଲେ ଓ ସେମାନଙ୍କୁ ବନ୍ଦୀ କଲେ । ମାତ୍ର ରାଠୋରବୀର ଯଶୋବନ୍ତ ସିଂହଙ୍କର ମିତ୍ର ଦୁର୍ଗାଦାସ କୌଶଳରେ ଅଜିତ ସିଂହ ଓ ତାଙ୍କ ମାଆଙ୍କୁ ଉଦ୍ଧାର କରି ମାରବାରର ରାଜଧାନୀ ଯୋଧପୁରକୁ ଘେନି ଯାଇଥିଲେ । ଏଥିରେ ଆଉରଙ୍ଗଜେବ ଉତ୍ତ୍ୟକ୍ତ ହୋଇ ୧୬୭୯ରେ ମାରବାର ଆକ୍ରମଣ କରିଥିଲେ । ଯୋଧପୁର ଆକ୍ରମଣ କରିଥିଲେ । ତଥାପି ମାରବାରର ରାଜପୁତମାନେ ଦୁର୍ଗାଦାସଙ୍କ ନେତୃତ୍ତ୍ଵରେ ଆଉରଙ୍ଗଜେବଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଚଳାଇଥିଲେ ।

ମିବାରର ରାଜା ରାଜସିଂହ ମାରବାରର ରାଣୀଙ୍କର ଭାଇ ଥିବାରୁ ସେ ମାରବାରକୁ ଆଉରଙ୍ଗଜେବଙ୍କ ବିରୋଧରେ ସାହାର୍ଯ୍ୟ କରିଥିଲେ । ଫଳରେ ଆଉରଙ୍ଗଜେବ ମିବାର ଆକ୍ରମଣ କଲେ । ରାଜପୁତମାନଙ୍କ ଅସୀମ ସାହାସ ଓ ରଣକୌଶଳ ଯୋଗୁଁ ଆଉରଙ୍ଗଜେବଙ୍କର ବହୁ ସୈନ୍ୟକ୍ଷତି ଘଟିଲା । ଉଭୟ ପକ୍ଷରୁ ବହୁ କ୍ଷତିହେବାରୁ ରାଜସିଂହଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଜୟସିଂହ ଆଉରଙ୍ଗଜେବଙ୍କ ସହିତ ସନ୍ଧି କରିଥିଲେ । କିନ୍ତୁ ମାରବାରର ରାଜପୁତ ମାନେ ଆଉରଙ୍ଗଜେବଙ୍କ ମୋଗଲ ସେନା ବିରୋଧରେ ଯୁଦ୍ଧ ବନ୍ଦ କରି ନ ଥିଲେ ।

ମରହଟ୍ଟାମାନଙ୍କ ସହିତ ସମ୍ପର୍କ[ସମ୍ପାଦନା]

ରାଜପୁତନାରେ ଯୁଦ୍ଧ ଚାଲିଥିବାବେଳେ ଦାକ୍ଷିଣାତ୍ୟରେ ଶିବାଜୀଙ୍କ ନେତୃତ୍ତ୍ଵରେ ମରହଟ୍ଟାମାନେ ପ୍ରବଳ ହୋଇ ଉଠିଲେ । ସେମାନେ ବାରମ୍ବାର ମୋଗଲ ସାମ୍ରାଜ୍ୟ ଲୁଣ୍ଠନ କରିବାରେ ଲାଗିଲେ । ବହୁ ଚେଷ୍ଟାକରି ମଧ୍ୟ ଆଉରଙ୍ଗଜେବ ସେମାନଙ୍କୁ ଆୟତ୍ତ କରିପାରିଲେ ନାହିଁ । ପରିଶେଷରେ ସେ ଶିବାଜୀଙ୍କୁ ସ୍ଵାଧୀନ ରାଜା ବୋଲି ସ୍ଵୀକାର କରିଥିଲେ । ୧୬୮୦ ରେ ଶିବାଜୀଙ୍କ ମୃତ୍ୟ୍ତୁପରେ ଆଉରଙ୍ଗଜେବ ମରହଟ୍ଟା ଶକ୍ତି ଧ୍ଵଂସ କରିବା ପାଇଁ ୧୬୮୧ରେ ଦାକ୍ଷିଣାତ୍ୟ ଯାତ୍ରା କଲେ । ସେତେବେଳେ ଦାକ୍ଷିଣାତ୍ୟରେ ଥିବା ବିଜାପୁରଗୋଲକୁଣ୍ଡାର ଶାସକମାନେ ସିହା ମୁସଲମାନ ଥିବାରୁ ଆଉରଙ୍ଗଜେବ ମରହଟ୍ଟା ମାନଙ୍କ ସହିତ ସେମାନଙ୍କୁ ମଧ୍ୟ ଧ୍ଵଂସ କରିବାକୁ ଇଛା କଲେ । ସେ ୧୬୮୬ ରେ ବିଜାପୁର ଓ ୧୬୮୭ରେ ଗୋଲକୁଣ୍ଡା ଅଧିକାର କଲେ ।

ଚରିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]