ଆଇସ ବକେଟ ଚ୍ୟାଲେଞ୍ଜ

ଉଇକିପିଡ଼ିଆ‌ରୁ
ଏଏଲଏସ ଆଇସ ବକେଟ ଚ୍ୟାଲେଞ୍ଜ କରିବା

ଅାଇସ ବକେଟ ଚ୍ୟାଲେଞ୍ଜ, ବେଳେବେଳେ ଏଏଲଏସ ଅାଇସ ବକେଟ ଚ୍ୟାଲେଞ୍ଜ ନାମରେ ମଧ୍ୟ ଜଣା, ଜଣଙ୍କ ମୁଣ୍ଡରେ ବରଫମିଶା ପାଣି ଢାଳି ଆମ୍ୟୋଟ୍ରୋପିକ ଲାଟେରାଲ ସ୍କ୍ଲେରୋସିସ (ଏଅଲଅସ) ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ଓ ଏଥହାର ଗବେଷଣା ନିମନ୍ତେ ପାଣ୍ଠି ସଂଗ୍ରହ ନିମନ୍ତେ ଏକ କାର୍ଯ୍ୟକ୍ରମ । ୨୦୧୪ ମଧ୍ୟ ଆଡ଼କୁ ଏହା ସୋସିଆଲ ମିଡ଼ିଆଦ୍ୱାରା ଜଣାଶୁଣା ହେବାରେ ଲାଗିଲା ।[୧][୨] କିଛି ଲୋକ ଚ୍ୟାଲେଞ୍ଜରୁ ମିଳୁଥିବା ପଇସା ଅନ୍ୟାନ୍ୟ ସଙ୍ଗଠନକୁ ଦାନ କରିବା ପସନ୍ଦ କରୁଥିଲେ ମଧ୍ୟ ପ୍ରାୟ ଯୁକ୍ତରାଷ୍ଟ୍ର ଆମେରିକା ଲୋକେ ଏଏଲଏସ ଆସୋସିଅଏସନ ପାଇଁ ଭାଗନିଅନ୍ତି ଓ ଯୁକ୍ତରାଜ୍ୟରେ ଲୋକେ ମୋଟର ନିଉରନ ଡିଜିଜ ଆସୋସିଏସନ[୩]ରେ ଭାଗ ନିଅନ୍ତି ।[୪]

ଏହି ଚ୍ୟାଲେଞ୍ଜରେ ଭାଗନେଉଥିବା ବ୍ୟକ୍ତିମାନଙ୍କୁ ନିଜ ମୁଣ୍ଡରେ ବରଫମିଶା ପାଣି ଢାଳିବା ବେଳେ ଭିଡ଼ିଓ ଉତ୍ତୋଳନ କରି ଏବଂ ବାକିମାନଙ୍କୁ ସେହି ଭଳି କରିବାର ଚ୍ୟାଲେଞ୍ଜ ପାଇଁ ବାଛିବାକୁ ପଡ଼େ । ଏଥିରେ ବଛାଯାଉଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟା ଭିତରେ ପ୍ରତିଯୋଗିତାରେ ଭାଗନେବାକୁ ପଡ଼େ ନଚେତ ଏକ ଦାତବ୍ୟ ଆର୍ଥିକ ଅନୁଦାନ ଭାବେ ଜୋରିମାନା ଦେବାକୁ ପଡ଼େ ।[୫]

ଇତିହାସ[ସମ୍ପାଦନା]

ଆରମ୍ଭ[ସମ୍ପାଦନା]

ଆଟଲାଣ୍ଟା ଫାଲକନ୍ସ ଖେଳାଳିଗଣ, କୋଚ ଓ ଅଧିକାରୀମାନେ ଆଇସ ବକେଟ ଚ୍ୟାଲେଞ୍ଜରେ ଭାଗ ନେଉଛନ୍ତି

ଆର୍ଥିକ ଅନୁଦାନ ଲାଗି ଜଣଙ୍କ ମୁଣ୍ଡରେ ବରଫ-ଥଣ୍ଡା ପାଣି ଢାଳିବାର ଆରମ୍ଭ ଠିକ ଭାବେ ଜଣା ପଡ଼ିନାହିଁ ଓ ଏକାଧିକ ଆଧାରରୁ ଏହା ଆସିଥିବା କୁହାଯାଏ ।[clarification needed] ସବୁଠାରୁ ଅଧିକ ଗ୍ରହଣୀୟ ଆଧାର ଅନୁସାରେ ଏହି ଶ୍ରେୟ, ମାର୍ଚ୍ଚ ୨୦୧୨ରେ ଏଏଲଏସରେ ପିଡ଼ୀତ ବୋଷ୍ଟନ ସହର ନିବାସୀ ପିଟ ଫ୍ରେଟ୍ସଙ୍କୁ ଯାଇଥାଏ ।[୬][୭]

୨୦୧୩ର ମଧ୍ୟ ଭାଗରୁ ୨୦୧୪ର ଆରମ୍ଭ ଯାଏ, "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ" ନାମକ ଏକ ଅଜଣା ଚ୍ୟାଲେଞ୍ଜ ଉତ୍ତର ଯୁକ୍ତରାଷ୍ଟ୍ର ଆମେରିକାର ସୋସିଆଲ ମିଡ଼ିଆରେ ଖ୍ୟାତିଲାଭ କରିଥିଲା । ଏହି ଚ୍ୟାଲେଞ୍ଜରେ କ୍ୟାନସର ଗବେଷଣା ନିମନ୍ତେ ଅର୍ଥ ଅନୁଦାନ ଦେବା କିମ୍ବା ପାଣିକୁ ଡେଇଁବାର ବିକଳ୍ପ ରହିଥିଲା ।[୮]

ମଇ ୨୦୧୪ରେ ଇଣ୍ଡିଆନାର ସାଲେମରେ ହୋଇଥିବା ଏହି ଚ୍ୟାଲେଞ୍ଜର ଏକ ସଂସ୍କରଣରେ ପ୍ରତିଯୋଗୀମାନଙ୍କୁ ଥଣ୍ଡା ପାଣିରେ ବୁଡ଼ିବା ପରେଦାତବ୍ୟ ନିମନ୍ତେ ଅର୍ଥ ଅନୁଦାନ ଦେବାକୁ ପଡ଼ୁଥିଲା । ଉଦାହରଣ ସ୍ୱରୂପ ଅସ୍ତ୍ରୋପଚାର କରାଯାଇ ନପାରିବା ଭଳି ମସ୍ତିଷ୍କ ଟ୍ୟୁମରର ଚିକିତ୍ସା ପାଇଁ ଏହି ରୋଗରେ ଛିହ୍ନଟ ହୋଇଥିବା ଏକ ସ୍ଥାନୀୟ ଶିଶୁକୁ ଅନୁଦାନ ଦେବା ;[୯] ଆଉ ଏକ ସଂସ୍କରଣରେ,କ୍ୟାନସର ସୋସାଇଟି ଅଫ ନିଉ ଜେଲାଣ୍ଡର ଅକଲ୍ୟାଣ୍ଡ ଶାଖାକୁ ଏହି ଅନୁଦାନ ଦିଆଯାଉଥିଲା ।[୧୦]

ସ୍ପେସାଲ ଅଲିମ୍ପିକଦ୍ୱାରା ବ୍ୟବହୃତ ପୋଲାର ପ୍ଲଞ୍ଜ ନାମକ ଏକ ଆର୍ଥିକ ଅନୁଦାନ ରହିତ ସ୍ପିନ-ଅଫ ପାଇଁ ୨୦୧୪ର ଆରମ୍ଭରେ ନ୍ୟାସନାଲ ଫଲେନ ଫାୟାରଫାଇଟରସ ଫାଉଣ୍ଡେସନ ଏକ ଅନୁଦାନ ସଂଗ୍ରହକାରୀ ଭାବେ ଏହି "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ"କୁ ଜନପ୍ରିୟ କରାଇଥିଲା ।[୧୧]

୨୦୧୪ ମସିହା ମଇ ୨୦ ତାରିଖରେ ନିଉ ଜର୍ସିର ୱାସିଙ୍ଗଟନ ଟାଉନସିପଠାରେ ଅଗ୍ନିଶନ ବିଭାଗ ନିଆଁ ଲିଭା କଳ ବ୍ୟବହାର କରି "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ"ର ଏକ ଭିଡ଼ିଓ ଇଉଟିଉବରେ ଦେଇଥିଲେ । ଏଥିରେ ଭାଗନେଇଥିବା ସଭ୍ୟମାନେ ଅଗ୍ନିଶମ ବିଭାଗର ଉପକରଣମାନ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଣ୍ଡିତ ହୋଇଥିଲେ ।[୧୨]


ଆଧାର[ସମ୍ପାଦନା]

  1. Lost Coast of New Zealand (2014-07-09). "Charities benefit from viral ice challenge". TVNZ. Retrieved 2014-08-17.
  2. "News". Cancer Society Auckland. Archived from the original on 2014-08-19. Retrieved 2014-08-17.
  3. MND Association. "The MND Ice Bucket Challenge | Latest News". MND Association. Retrieved 2014-08-18.
  4. Jordan, Erin (27 August 2014). "Catholic organizations encourage ice bucket donations to Iowa City-area research institute". KCRG-TV. Archived from the original on 29 August 2014. Retrieved 28 August 2014. An Iowa City-area research institute has received donations from around the world as Catholic organizations encourage members to route their Ice Bucket Challenge gifts to an organization that doesn't do research on embryonic stem cells. The John Paul II Medical Research Institute, founded in 2008 by Dr. Alan Moy, an Iowa City pulmonologist, has gotten "hundreds of thousands" of dollars in donations from people who want to support research on Amyotrophic Lateral Sclerosis (ALS), but don't want the research done with human embryos, said CEO Jay Kamath.
  5. Arco, Matt (August 13, 2014). "Governor Chris Christie gets in on 'Ice Bucket Challenge', dares Cory Booker". Nj.com. Retrieved August 13, 2014.
  6. Goldberg, Eleanor (15 August 2014). "Meet The Guy Who Made ALS 'Ice Bucket Challenge' Go Viral". Huffington Post. Retrieved 14 September 2014.
  7. Gallo, Carmine (5 September 2014). "How Pete Frates Found His Calling And Launched The Ice Bucket Challenge". Forbes. Retrieved 14 September 2014.
  8. Perez, Iris (2014-06-25). "DNR: Don't rise 'Cold Water Challenge'". MyFox Twin Cities. Fox Television Stations. Retrieved 2014-08-17.
  9. MacDonald, Janelle (May 15, 2014). "People take the plunge to support 7-year-old with brain tumor". Archived from the original on August 26, 2014. Retrieved August 24, 2014.
  10. "The Ice Water Challenge". Cancersocietyauckland.org.nz. Archived from the original on 2014-08-19. Retrieved 2014-08-18.
  11. "'Ice bucket challenge' charity fundraiser gains momentum". Dispatch.com. Retrieved 2014-08-18.
  12. "'Cold water challenge' video lands Washington Township firefighters in hot water after video posted online". nj.com. Retrieved 2014-08-18.