ଅଲ ଚିକି ଅକ୍ଷର
| ଅଲ ଚିକି | |
|---|---|
| ପ୍ରକାର | ଅକ୍ଷର |
| କଥିତ ଭାଷା | ସାନ୍ତାଳି ଭାଷା |
| ଇଉନିକୋଡ ମାନଚିତ୍ର | U+1C50–U+1C7F |
| ଆଇ.ଏସ.ଓ ୧୫୯୨୪ | Olck |
| ଦେଖନ୍ତୁ: ଏହି ପୃଷ୍ଠାରେ ଆଇପିଏ ଉଚ୍ଚାରଣ ଚିହ୍ନ ଥାଇପାରେ । | |
ଅଲ ଚିକି ଲିପି, ଅଲ ସେମେତ("ଲିଖନର ଭାଷା"), ଅଲ ସିକି, ଅଲ (କେବେକେବେ ସାନ୍ତାଳି ଅକ୍ଷର ମଧ୍ୟ କୁହାଯାଏ) ନାମରେ ମଧ୍ୟ ଜଣା । ଏହା ୧୯୨୫ରେ ସାନ୍ତାଳି ଭାଷା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦେଇ ତିଆରି କରାଯାଇଥିଲା । ଏହା ଆଗରୁ ସାନ୍ତାଳି ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ଅକ୍ଷରରେ ଲେଖାଯାଉଥିଲା । କିନ୍ତୁ ଯେହେତୁ ସାନ୍ତାଳି ବାକି ଉତ୍ତର ଭାରତୀୟ ଭାଷା ପରି ଏକ ଇଣ୍ଡୋ-ଆର୍ଯ୍ୟିକ ସବୁ ନଥାଏ, ବିଶେଷ କରି ଏହି ଭାଷାର ଅଟକି ଅଟକି ବ୍ୟବହାର କରାଯାଉଥିବା ବ୍ୟଞ୍ଜନ ଓ ସ୍ଵର ବର୍ଣ୍ଣ ସବୁ ଇଣ୍ଡିକ ଭାଷାରଲିପିରେ ଲେଖିବାରେ ଅସୁବିଧା ହୋଇଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ଵର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ଵନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳି ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ ।
ଅଲ ଚିକିରେ ମୋଟ ୩୦ ଗୋଟି ଅକ୍ଷର ରହିଅଛି ।
[ଏହାକୁ ବଦଳାନ୍ତୁ] ଇଉନିକୋଡ଼ ସାରଣୀ
ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।
ଅଲ ଚିକି ପାଇଁ ଇଉନିକୋଡ଼ ବ୍ଲକ ହେଲା U+1C50–U+1C7F:
| ଅଲ ଚିକି[1] Unicode.org chart (PDF) |
||||||||||||||||
| 0 | 1 | 2 | 3 | 4 | 5 | 6 | 7 | 8 | 9 | A | B | C | D | E | F | |
| U+1C5x | ᱐ | ᱑ | ᱒ | ᱓ | ᱔ | ᱕ | ᱖ | ᱗ | ᱘ | ᱙ | ᱚ | ᱛ | ᱜ | ᱝ | ᱞ | ᱟ |
| U+1C6x | ᱠ | ᱡ | ᱢ | ᱣ | ᱤ | ᱥ | ᱦ | ᱧ | ᱨ | ᱩ | ᱪ | ᱫ | ᱬ | ᱭ | ᱮ | ᱯ |
| U+1C7x | ᱰ | ᱱ | ᱲ | ᱳ | ᱴ | ᱵ | ᱶ | ᱷ | ᱸ | ᱹ | ᱺ | ᱻ | ᱼ | ᱽ | ᱾ | ᱿ |
ଟୀକା
|
||||||||||||||||