ଅଲ‍‍‍‍‍ଣ୍ଡା

ଉଇକିପିଡ଼ିଆ‌ରୁ

ଅଲଣ୍ଡା ଓଡ଼ିଶାର ପୁରୀ ଜିଲ୍ଲାର ନିମାପଡା ବିଧା‍‍‍‍‍‍‍‍‍‍ନସଭା ନିର୍ବାଚନ ମଣ୍ଡଳୀ ତଥା ନିମାପଡା ବ୍ଲକର ଏକ ଗ୍ରାମ ତଥା ଗ୍ରାମ ପଂଚାୟତ ଅଟେ ।

ଭୌଗୋଳିକ ଅବସ୍ଥିତି ତଥା ଗମନାଗମନ[ସମ୍ପାଦନା]

ଅଲଣ୍ଡା ଗ୍ରାମ ନିମାପଡା ସହରଠାରୁ ପଶ୍ଚିମ ଦିଗରେ ପ୍ରାୟ ୧୧ କି.ମି. ଦୂରରେ ଅବସ୍ଥିତ ଅଟେ । ପିପିଲି-ନିମାପଡା-କୋଣାର୍କ ରାଜ୍ୟ ରାଜପଥ ୧୩ ରାସ୍ତାର କାଜିପାଟଣା ଛକଠାରୁ ଏହା ଦକ୍ଷିଣ ଦିଗରେ ପ୍ରାୟ ୩ କିଲୋମିଟର ଗଲେ ଏହି ଗ୍ରାମ ଆସେ । ଏହି ରାଜପଥରେ ନିୟମିତ ବସ ଗମନାଗମନ ହୋଇଥାଏ । ଆହୁରି ମଧ୍ୟ ସାତଶଂଖ-ବଳ‍ଂଗା- ନିମାପଡା ରାସ୍ତାର ଧନୁଆ ଛକଠାରୁ ଉତ୍ତର ଦିଗକୁ ପ୍ରାୟ ୨ କିମି ଗଲେ ଏହି ଗାଁରେ ପହଂଚିହେବ ।

ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ପ୍ରାୟ ୩୪ କିଲୋମିଟର ଅଟେ ।

ଗ୍ରାମଟିର ଆୟତନ ହେଉଛି ୨୨୫ ହେକ୍ଟର[୧]

ଏହାର ନିକଟବର୍ତ୍ତୀ ଗାଁଗୁଡ଼ିକ ହେଲା ତାଳତଅଁଳା, ମଣିଜଂଗ, କୁମାରପଡା ତଥା ତୋରିହଁବଂଧ ।

ଗ୍ରାମ ପଂଚାୟତ[ସମ୍ପାଦନା]

ଏହି ଅଲଣ୍ଡା ଗ୍ରାମ ନାମରେ ଏଠାର ଗ୍ରାମ ପଂଚାୟତ ମଧ୍ୟ ନାମିତ ହୋଇଛି । ଏହି ପଂଚାୟତ ଅଧୀନରେ ଆସୁଥିବା ଗ୍ରାମ ଗୁଡିକର ହେଲା ଅଲଣ୍ଡା,ତାଳତଅଁଳା, ମଣିଜଂଗ, କୁଶିଂଗା,ଜୁଆଁଳୋ ଓ ପୋରକଣା । [୨]:-

ଜନସଂଖ୍ୟା[ସମ୍ପାଦନା]

୨୦୧୧ର ଜନ ଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୧୮୩୨[୩] । ମୁଖ୍ୟତଃ ଏଠାର ଅଧୀବାସୀ କୃଷିଜୀବି ଅଟଂତି ।

ମନ୍ଦିର[ସମ୍ପାଦନା]

ଏହି ଗ୍ରାମ ମଧ୍ୟ ଭାଗରେରେ ବୁଧନାଥ ମହାଦେବ ମହାପ୍ରଭୁଂକ ମଂଦିରଟିଏ ଅଛି । ଏହା ଏକ ପୁରାତନ ମଂଦିର । ଗ୍ରାମର ଉତ୍ତର ଦିଗରେ ଗ୍ରାମ ଦେବୀ ଦ୍ୱାରୀକା ଠାକୁରାଣୀଂକ ମଂଦିରଟିଏ ଅଛି । ଗ୍ରାମର ଦକ୍ଷିଣ ଦିଗରେ ଥିବା ମଠରେ ଜଗନ୍ନାଥ ମହାପ୍ରଭୁଂକ ମଂଦିରଟିଏ ଅଛି ।

ଆଧାର[ସମ୍ପାଦନା]

  1. "INDIAN VILLAGE DIRECTORY". VillageInfo.in.
  2. "PURI District - Nimapada Block - Alanda Panchayat Information". Retrieved 15 April 2018.[permanent dead link]
  3. "Nimapada Block - Puri". Census Organization of India. Retrieved 15 April 2018.