ଅର୍ଜୁନ ଚରଣ ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
ଅର୍ଜୁନ ଚରଣ ହେମ୍ବ୍ରମ
Born
ଅର୍ଜ୍ଜୁନ ଚରଣ ହେମ୍ବ୍ରମ

୧୯୫୨
Nationalityଭାରତୀୟ
Educationସ୍ନାତକୋତ୍ତର( ଇଂରାଜୀ )
Alma materବିଜେବି କଲେଜ, ରେଭେନ୍ସା ମହାବିଦ୍ୟାଳୟ
Parent(s)ଭକ୍ତ ଚରଣ ହେମ୍ବ୍ରମ, ସାରଳା ହେମ୍ବ୍ରମ

ଅର୍ଜୁନ ଚରଣ ହେମ୍ବ୍ରମ, ଓଡ଼ିଶାରେ ଜନ୍ମିତ ଜଣେ ସାନ୍ତାଳି ଭାଷାର କବି । ସାନ୍ତାଳି କବିତା ସଂକଳନ ଚାନ୍ଦ ବୋଙ୍ଗା ନିମନ୍ତେ, ତାଙ୍କୁ ୨୦୧୩ ମ‌ସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[୧] କବି ଅର୍ଜୁନଙ୍କଦ୍ୱାରା ରଚିତ ୮୦ଟି କବିତା ଏହି ସଂକଳନରେ ସ୍ଥାନ ପାଇଛି । [୨][୩]

କବି ଅର୍ଜୁନ ଚରଣ ହେମ୍ବ୍ରମ ୧୯୫୨ ମସିହାରେ ମୟୁରଭଞ୍ଜର ଦାନ୍ତିଆଠାରେ ଜନ୍ମଗ୍ରହଣ କରିଥିଲେ । ବାଙ୍ଗିରିପୋଷିରୁ ସ୍କୁଲ ଶିକ୍ଷା ସମାପ୍ତ କରି, ସେ ଭୁବନେଶ୍ୱରର ବିଜେବି କଲେଜରୁ ସ୍ନାତକ ତଥା କଟକର ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରି, ୨୦୧୨ ମସିହାରେ ଅବସର ଗ୍ରହଣ କରିସାରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ଚିକି ଗାବନ(୧୯୨୧)
  • ଲାଡେ ସାର୍ଜମ(୧୯୮୬)
  • ଚାନ୍ଦ ବୋଙ୍ଗା(୨୦୧୧)

ସମ୍ପାଦନା[ସମ୍ପାଦନା]

  • ଚାଇ ଚମ୍ପା
  • ବାହା ବୋଙ୍ଗା[୪][୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(୨୦୧୩)
  • ବନଫୁଲ ପୁରସ୍କାର
  • ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପୁରସ୍କାର
  • ରଘୁନାଥ ମୁର୍ମୁ ଫେଲୋସିପ
  • ସାନ୍ତାଳି ଲେଖକ ପୁରସ୍କାର[୬]

ଆଧାର[ସମ୍ପାଦନା]