ଅର୍ଜୁନ ଗଛ

ଉଇକିପିଡ଼ିଆ ରୁ
ଅର୍ଜୁନ
ଅର୍ଜୁନ ଫଳ
ଅର୍ଜୁନ ବୃକ୍ଷର ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Combretaceae
ପ୍ରଜାତି: Terminalia
ଜାତି: T. arjuna
ବାଇନୋମିଆଲ ନାଆଁ
Terminalia arjuna
(Roxb.) Wight & Arn.

ଅର୍ଜୁନ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହାର ଗଣ୍ଡି ଦେଖିବାକୁ ପିଜୁଳି ଗଛର ଗଣ୍ଡି ପରି କିନ୍ତୁ ଅଧିକ ମୋଟା। ପତ୍ର ଗୁଡ଼ିକ ମଧ୍ୟ ପିଜୁଳି ଗଛର ପତ୍ରାକୃତିର ହୋଇଥାଏ କିନ୍ତୁ ଆକାରରେ ବଡ଼ ହୋଇଥାଏ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅର୍ଜ୍ଜୁନ
ସଂସ୍କୃତ କୁଭ, ଧବଳ, ଅର୍ଜ୍ଜୁନ
ହିନ୍ଦୀ କୌହ
ତେଲୁଗୁ ମିରିଚମାଟି
ବଙ୍ଗଳା ଆରଜୁନ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଷାୟରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ବଳକାରକ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।

ବ୍ୟବହାର[ସମ୍ପାଦନା]

ମୁଖ୍ୟତ୍ୟ ଏହାର ଛେଲି ଔଷଧୀୟ କାମରେ ଲାଗେ । ଏହା ହୃଦୟ ରୋଗର ଏକ ପ୍ରମୁଖ ଔଷଧ। ଏହାଛଡା, କଫ, ପିତ୍ତ, ଶୋଥ, କ୍ଷତ, ବସ୍ତିରୋଗ, ପ୍ରମେହ, ଉପଦଂଶ, ରକ୍ତପିତ୍ତ, ରକ୍ତଦୋଷ ଓ ବ୍ରଣାଦିର ନିବାରକ । ଏହାର ଛେଲିର କ୍ୱାଥକୁ ଚିନି ସହିତ ସେବନ କଲେ ବିଷଦୋଷ ନିବାରିତ ହୁଏ । ଏହି କ୍ୱାଥ ସହିତ ମିଶ୍ରିଗୁଣ୍ଡା ମିଶାଇ ସେବନ କଲେ ରକ୍ତପିତ୍ତ ନିବାରିତ ହୁଏ। ଏହାର ଛେଲିର ଚୂର୍ଣ୍ଣକୁ ପ୍ରମେହ, ବହୁମୂତ୍ର ଆଦିରେ ବ୍ୟବହାର କରାଯାଏ। ଲୋଧ ସହିତ ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚମ ଉକୁଣୀ ନାଶ ହୁଅନ୍ତି । ଏହାର କ୍ୱାଥ ବା କଳ୍କ ସହିତ ଚିନି ମିଶାଇ ପ୍ରତ୍ୟହ ସେବନ କଲେ ହୃଦ୍ ରୋଗ, ରକ୍ତପିତ୍ତ ଓ ପ୍ରମେହ ଆଦି ଦୂର ହୁଏ । କ୍ଷୟ କାସ, ରାଜଯକ୍ଷ୍ମା ଆଦିରେ ଏହାର ଛେଲିଚୂର୍ଣ୍ଣକୁ ବାସଙ୍ଗ ପତ୍ର ରସ, ଗାଈ ଘିଅମହୁ ସହିତ ସେବନ କରାଯାଏ । ନୂତନ ଓ ପୁରାତନ ହୃଦୟରୋଗରେ ଅର୍ଜ୍ଜୁନ ଛେଲିକୁ ସିଝାଇ ତା ସହିତ ଗାଈଦୁଧ ଓ ପାଣି ମିଶାଇ ସେବନ କଲେ ଉପକାର ହୁଏ । ଏହାର ପତ୍ରରେ ଗାଈଘିଅ ଲଗାଇ ଯେ କୌଣସି ଘାଆ ଉପରେ ଲଗାଇଲେ, ତାହା ଶୁଖିଯାଏ । ଅର୍ଜୁନ ଗଛର ମୂଳର ଛେଲିକୁ ଦୁଧରେ ସିଝାଇ ସେହି ଦୁଧକୁ ପାନ କଲେ କ୍ଷୟକାସ ନିବାରିତ ହୁଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ