ଅରବିନ୍ଦ ମୁଦୁଲି

ଉଇକିପିଡ଼ିଆ‌ରୁ
ଅରବିନ୍ଦ ମୁଦୁଲି
ଜନ୍ମ (1961-09-01) ୧ ସେପ୍ଟେମ୍ବର ୧୯୬୧ (ବୟସ ୬୨)
ଖଣନ୍ତି, ବେଗୁନିଆ, ଖୋର୍ଦ୍ଧା
ମୃତ୍ୟୁ୧ ମାର୍ଚ୍ଚ ୨୦୧୮(2018-03-01) (ବୟସ ୫୬)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ସଂଯୋଜନା
ସକ୍ରିୟ ବର୍ଷ୧୯୮୫-୨୦୧୮ ପର୍ଯ୍ୟନ୍ତ
(s)ବିଶ୍ୱଶାନ୍ତି ଭଜନସନ୍ଧ୍ୟା, ଭୁବନେଶ୍ୱର
ପ୍ରସିଦ୍ଧିଭଜନ
ଉଲ୍ଲେଖନୀୟ କୃତିନନ୍ଦସୂତ କଳାକହ୍ନାଇ, କଳା ସାଆନ୍ତେ, କାଳିଆ ଅମୃତବାଣୀ, ରଥ ଦଉଡ଼ି, ରହିଯାରେ ଜଗାକାଳିଆ, ନାଗାର୍ଜୁନ, ଦେବଦାଶି, ପ୍ରଳୟ, ରଥ ଦର୍ଶନ, ମହିମା ଅଲେଖ
ବୈବାହିକ-ସାଥୀସଞ୍ଜୁକ୍ତା ମୁଦୁଲି
ସନ୍ତାନସଙ୍ଗୀତା ମୁଦୁଲି, ଜଗବନ୍ଧୁ ମୁଦୁଲି, କୃପାସିନ୍ଧୁ ମୁଦୁଲି
ୱେବସାଇଟଅଫିସିଆଲ୍ ୱେବ୍‌ସାଇଟ୍
ଦସ୍ତଖତ
ଅରବିନ୍ଦ ମୁଦୁଲିଙ୍କ ଦସ୍ତଖତ

ଅରବିନ୍ଦ ମୁଦୁଲି (୧ ସେପ୍ଟେମ୍ବର ୧୯୬୧-୧ ମାର୍ଚ୍ଚ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତଜ୍ଞ, ଗୀତିକାର, ଗାୟକ ଓ ସ୍ୱର ସଂଯୋଜକ ଥିଲେ । ସେ ଭଜନ ସମ୍ରାଟ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ ଥିଲେ ।

୨୦୧୮ ମସିହା ମାର୍ଚ୍ଚ ୧ ତାରିଖରେ ହୃଦଘାତ ଯୋଗୁଁ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ଜୀବନକାଳ[ସମ୍ପାଦନା]

ଅରବିନ୍ଦ ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ) ଦିନ ଜନ୍ମଗ୍ରହଣ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ୫,୦୦୦ରୁ ଅଧିକ ଭଜନ ଗାଇସାରିଲେଣି । ଭାରତର ୩୦୦ରୁ ଅଧିକ ସହରରେ ୫,୦୦୦ରୁ ଅଧିକ ସିଧା ଗୀତ ପରିବେଷଣ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । କେବଳ ଭଜନ ଗାଉଥିବା ଏହି ଗାୟକ ଓଡ଼ିଶାର ଭଜନ ସମ୍ରାଟ ରୂପେ ପରିଚିତ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ । ସେ ୩୦୦ରୁ ଅଧିକ ଭଜନ ଆଲବମରେ କଣ୍ଠଦାନ କରିଛନ୍ତି ।

ଖୋର୍ଦ୍ଧା ନିବାସୀ ଅରବିନ୍ଦ ୧୮ ବର୍ଷ ବୟସରେ ଭୁବନେଶ୍ୱରରୁ କଟକ ଯାଏଁ ଟ୍ରକରେ ବସି ଭିକାରି ବଳଙ୍କ ନିକଟରୁ ଭଜନ ଶୁଣିବା ପାଇଁ ଯାଉଥିଲେ । କଟକର ବାଖରାବାଦରେ ଥିବା ତାଙ୍କ ଜଣେ ଚିହ୍ନା ମାମୁଁ ବିପ୍ରଚରଣ ପଟ୍ଟନାୟକ ତାଙ୍କୁ ଭିକାରି ବଳଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇଥିଲେ । ତେବେ ଦିନେ ସଞ୍ଜବେଳରେ ଭିକାରି ବଳଙ୍କ ଦର୍ଶନ ନପାଇ ସେ ସେଠାରୁ ଫେରିଆସିଥିଲେ ଓ ତାହା ପର ଦିନ ସକାଳେ ଆଉଥରେ ଯାଇଥିଲେ । ସେଠାରେ ସେ ତାହା ପରଠାରୁ ଭିକାରି ବଳଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।[୨]

ସିନ୍ଧି ସେରିମୋନିଆଲ ହଲ, ଦୁବାଇରେ ସଙ୍ଗୀତ ପରିବେଷଣ
ସଙ୍ଗୀତ ପରିବେଷଣ
ସଙ୍ଗୀତ ପରିବେଷଣ
ଦିଲ୍ଲୀରେ ସଙ୍ଗୀତ ପରିବେଷଣ
ଗୁରୁ ଶ୍ରୀ ଭିକାରି ବଳଙ୍କ ସହିତ

ସଙ୍ଗୀତ[ସମ୍ପାଦନା]

ସୁପରିଚିତ[ସମ୍ପାଦନା]

  • ନନ୍ଦସୂତ କଳାକହ୍ନାଇ
  • କାଳିଆ ଅମୃତବାଣୀ
  • ଅନ୍ଧ କହୁଛି ଆରେ ଛୋଟା ଭାଇ
  • ରହିଯାତୁ ରହିଯାରେ ଜଗାକାଳିଆ
  • ଚାଳରେ ମୋ ବସୁ ପଛେ ଶାଗୁଣା ପକ୍ଷୀ
  • କଳା ସାଆନ୍ତେ ଅଛ କେମନ୍ତେ
  • ଆସିଥିଲି ଶ୍ରୀମନ୍ଦିର ଜାଉଛି ମୁଁ ସ୍ୱର୍ଗଦ୍ୱାର
  • ନନ୍ଦିଘୋଷ ରଥ ଦିସେ ନନ୍ଦରଜା କାନ୍ଧ ପରି
  • ଆସିଲା ମହାପ୍ରଳୟ
  • ଛାଡ୍ ଛାଡ୍ ରଥଦଉଡ଼ି
  • ପିଞ୍ଜିରି ପିଞ୍ଜା
  • ବଳ ଥିଲା ବେଳେ ବନ୍ଧୁପଣ କରି
  • ମାଠିଆରେ ଗୋଟେ କଣା
  • ନାରାୟଣି ସେନା ଲୋଡାନାହି ମୋର

ନିର୍ଦ୍ଦେଶନା[ସମ୍ପାଦନା]

କ୍ୟାସେଟ ଓ ସିଡି[ସମ୍ପାଦନା]

ମସିହା ନାମ ଯୋଗଦାନ ମସିହା ନାମ ଯୋଗଦାନ
୨୦୧୧ ଭକ୍ତି ସମୁଦ୍ର କଣ୍ଠଦାନ ୨୦୧୦ ରଥ ରଥୀ ସାରଥୀ କଣ୍ଠଦାନ
୨୦୧୦ ଜାଉଛି ମୁଁ ସ୍ୱର୍ଗଦ୍ୱାର କଣ୍ଠଦାନ ୨୦୦୯ ଅନ୍ଧ ଲଉଡ଼ି କଣ୍ଠଦାନ
୨୦୦୯ ତାରିଣି ତୀର୍ଥ କଣ୍ଠଦାନ ୨୦୦୯ ତ୍ରିନାଥ ମେଳା କଣ୍ଠଦାନ
୨୦୦୯ ସ୍ତୁତି ଚିନ୍ତାମଣି କଣ୍ଠଦାନ ୨୦୦୮ ଭାବ ସମୁଦ୍ର କଣ୍ଠଦାନ
୨୦୦୮ ସୁଣରେ କୁମରମଣି କଣ୍ଠଦାନ ୨୦୦୮ ତୁମେ ରାମ ତୁମେ ଶ୍ୟାମ ତୁମେ ରାମାୟଣ କଣ୍ଠଦାନ
୨୦୦୮ ଆସୁଛି ମହାବିପତ୍ତି କଣ୍ଠଦାନ ୨୦୦୭ ବଳିଆର ଭାଇ କଣ୍ଠଦାନ
୨୦୦୭ ନନ୍ଦିଘୋଷ ଦଉଡି଼ କଣ୍ଠଦାନ ୨୦୦୭ ପଙ୍କଜ ମୁଖ କଣ୍ଠଦାନ
୨୦୦୭ ଓଡ଼ିଆର ଗେହ୍ଲାପୁଅ କଣ୍ଠଦାନ ୨୦୦୭ କଳା ରସିକ କଣ୍ଠଦାନ
୨୦୦୭ ମହିମା ଭଜନ କଣ୍ଠଦାନ ୨୦୦୬ ସାଆନ୍ତେ ମୋ ଭାରି ବଢ଼ିଆ କଣ୍ଠଦାନ
୨୦୦୬ ନନ୍ଦିଘୋଷ ରଥ ଦିସେ ନନ୍ଦରାଜା କାନ୍ଧପରି କଣ୍ଠଦାନ ୨୦୦୫ ରଥ ଦଉଡି କଣ୍ଠଦାନ
୨୦୦୫ ଗୁରୁଣ୍ଡି ଗୋପାଳ କଣ୍ଠଦାନ ୨୦୦୫ ରଙ୍ଗ ପସରା କଣ୍ଠଦାନ
୨୦୦୫ କାଳିଆ ଅମୃତବାଣି (ଭାଗ-୧,୨) କଣ୍ଠଦାନ ୨୦୦୪ କାହ୍ନା ଆସେ ନନ୍ଦିଘୋଷରେ କଣ୍ଠଦାନ
୨୦୦୪ ଦୁର୍ଗତି ନାସିନୀ କଣ୍ଠଦାନ ୨୦୦୪ ଜନେ ହସିବେ କଣ୍ଠଦାନ
୨୦୦୪ ନନ୍ଦ କୋଳେ ଖେଳେ ଗୋବିନ୍ଦ କଣ୍ଠଦାନ ୨୦୦୪ ଆଉ ନଆସୁ ସୁନାମି କଣ୍ଠଦାନ
୨୦୦୩ ଜୟ ମା ଦୁର୍ଗା କଣ୍ଠଦାନ ୨୦୦୩ ମହା କାର୍ତ୍ତିକ କଣ୍ଠଦାନ
୨୦୦୩ ରଥ କହେ ମୁ ଦେବତା କଣ୍ଠଦାନ ୨୦୦୩ ରତନ ବେଦିରେ କଳାକାଇଞ୍ଚ କଣ୍ଠଦାନ
୨୦୦୩ ସୁଣ ସୁଧିଜନେ କଣ୍ଠଦାନ ୨୦୦୩ ଭାବ ରସିଆ କଣ୍ଠଦାନ
୨୦୦୩ କାଳିଆ ରସିକ ରଜା କଣ୍ଠଦାନ ୨୦୦୩ ମୁକ୍ତି ମଣ୍ଡପ କଣ୍ଠଦାନ
୨୦୦୩ କୃପାମଇ ତାରିଣି କଣ୍ଠଦାନ ୨୦୦୩ ଜଟା ଗୋସେଇଁ କଣ୍ଠଦାନ
୨୦୦୨ ଶ୍ରିକ୍ଷେତ୍ର ବନ୍ଧୁ କଣ୍ଠଦାନ ୨୦୦୨ ଘଟ ବାସିନୀ କଣ୍ଠଦାନ
୨୦୦୨ ଜୟ ଭୋଳାବାବା କଣ୍ଠଦାନ ୨୦୦୨ ରଙ୍ଗ ରସିଆ କାଳିଆ କଣ୍ଠଦାନ
୨୦୦୨ ଜୟ ମା ସୁକିଆବାଉତି କଣ୍ଠଦାନ ୨୦୦୨ ଜୟ ବାବା ହଟକେସ୍ୱର କଣ୍ଠଦାନ
୨୦୦୧ ଭାବ ମନ୍ଥନ କଣ୍ଠଦାନ ୨୦୦୧ କଳାସାଆନ୍ତ କଣ୍ଠଦାନ
୨୦୦୧ ମଙ୍ଗଳା କୃପା କଣ୍ଠଦାନ ୨୦୦୧ ଆଉ ନଆସୁ ଭୂମିକମ୍ପ କଣ୍ଠଦାନ
୨୦୦୧ ପୁରାଣ ଗନ୍ଥି କଣ୍ଠଦାନ ୨୦୦୦ ନିଗମାନନ୍ଦ ଚରିତାମୃତ କଣ୍ଠଦାନ
୧୯୯୯ ପ୍ରଳୟ କଣ୍ଠଦାନ ୧୯୯୮ ଧର୍ମ ନାବ କଣ୍ଠଦାନ
୧୯୯୮ ଶ୍ରିକ୍ଷେତ୍ର ପତି ସଙ୍ଗୀତ ନିର୍ଦ୍ଦେଶନା ୧୯୯୮ ଜୟ ମା ବୁଢ଼ି ଠାକୁରାଣି କଣ୍ଠଦାନ
୧୯୯୮ ମା ବାୟାଣି କଣ୍ଠଦାନ ୧୯୯୭ ସଙ୍କଟ ତାରିଣି ମା ହିଙ୍ଗୁଳା କଣ୍ଠଦାନ
୧୯୯୭ ବୈକୁଣ୍ଠ ଭଜନମାଳା କଣ୍ଠଦାନ ୧୯୯୭ ବେଷ୍ଟ ଟେନ ଅଫ ଅରବିନ୍ଦ ମୁଦୁଲି କଣ୍ଠଦାନ
୧୯୯୭ ନିର୍ବାଣ କଣ୍ଠଦାନ ୧୯୯୬ କାଳିଆ ଦର୍ଶନ ସଙ୍ଗୀତ ନିର୍ଦ୍ଦେଶନା
୧୯୯୫ ଦାରୁଦିଅଁ କଣ୍ଠଦାନ ୧୯୯୫ ରଥ ଦର୍ଶନ କଣ୍ଠଦାନ
୧୯୯୫ ଦେବଦାସୀ କଣ୍ଠଦାନ ୧୯୯୫ କ୍ଷୀରପ୍ରିୟ ଗଣେଷ କଣ୍ଠଦାନ
୧୯୯୪ କୈବଲ୍ୟ ତିର୍ଥ କଣ୍ଠଦାନ ୧୯୯୪ ଜୟ ମା କାଳିକାଇ କଣ୍ଠଦାନ
୧୯୯୩ ନାଗାର୍ଜୁନ କଣ୍ଠଦାନ ୧୯୯୩ କରୁଣା ସାଗର କଣ୍ଠଦାନ
୧୯୯୨ ଅବଢା ଅମୃତ କଣ୍ଠଦାନ ୧୯୯୨ ଛନ୍ଦାଚରଣ କଣ୍ଠଦାନ
୧୯୯୨ ସୁନା ଟାହିଆ କଣ୍ଠଦାନ ୧୯୯୨ କଳାମଣିମା କଣ୍ଠଦାନ
୧୯୯୨ ଜୟ ଶିବଶମ୍ଭୁ କଣ୍ଠଦାନ ୧୯୯୨ ଜୟ ଶିବଶଙ୍କର କଣ୍ଠଦାନ
୧୯୯୧ ରହିଯାରେ ଜଗାକାଳିଆ କଣ୍ଠଦାନ ୧୯୯୧ କଳା ଶ୍ରିଅଙ୍ଗ କଣ୍ଠଦାନ
୧୯୯୧ ସୁନା ଦେଉଳ କଣ୍ଠଦାନ ୧୯୯୧ ତାରିଣି ଦର୍ଶନ କଣ୍ଠଦାନ
୧୯୯୦ ଭାବ ବିନୋଦିଆ କଣ୍ଠଦାନ ୧୯୯୦ ଭକତ ଭୋଳିଆ କଣ୍ଠଦାନ
୧୯୯୦ ମହିମା ଅଲେଖ କଣ୍ଠଦାନ ୧୯୯୦ ବଡ଼ ଓଷା କଣ୍ଠଦାନ
୧୯୯୦ ଶରଧାବାଲି ହିଟ୍ସ କଣ୍ଠଦାନ ୧୯୯୦ ସ୍ୱର୍ଗଦ୍ୱାର କଣ୍ଠଦାନ
୧୯୯୦ ପ୍ରଭୁ ସେବା କଣ୍ଠଦାନ ୧୯୮୯ ଜୟ ଜଗନ୍ନାଥ କଣ୍ଠଦାନ
୧୯୮୯ ସ୍ନାନପୁର୍ଣିମା କଣ୍ଠଦାନ ୧୯୮୯ ସ୍ୱାମି ଜଗନ୍ନାଥ କଣ୍ଠଦାନ
୧୯୮୮ ମର୍ତ୍ତ୍ୟବୈକୁନ୍ଥ କଣ୍ଠଦାନ ୧୯୮୮ ମନବୋଧ ଚଉତିଷା କଣ୍ଠଦାନ
୧୯୮୮ ବାଜେ ବନ୍ସି ନାଚେ ରାଧା କଣ୍ଠଦାନ ୧୯୮୮ କାଳିଆ ରଜା କଣ୍ଠଦାନ
୧୯୮୭ ନନ୍ଦିଘୋଷ କଣ୍ଠଦାନ ୧୯୮୭ ତୋର ସେଇ ବଂଶୀ ସେଇ ସ୍ୱନ କଣ୍ଠଦାନ
୧୯୮୭ ବଡ଼ଦେଉଳ କଣ୍ଠଦାନ ୧୯୮୭ ବଡ଼ଦେଉଳ କଣ୍ଠଦାନ
୧୯୮୬ ଚଉବାହା କଣ୍ଠଦାନ ୧୯୮୬ ଜଗନ୍ନାଥ ଜେ ଷୋଳକଳା କଣ୍ଠଦାନ
୧୯୮୬ ପୁଣ୍ୟତିର୍ଥ କଣ୍ଠଦାନ ୧୯୮୬ ନିଳାଦ୍ରିଶ କଣ୍ଠଦାନ
୧୯୮୬ ତାରିଣି ମା କଣ୍ଠଦାନ ୧୯୮୫ କାଳିଆସୁନା କଣ୍ଠଦାନ
୧୯୮୫ ନନ୍ଦସୁତ କଳାକହ୍ନେଇ କଣ୍ଠଦାନ

[୩]

ମାନସମ୍ମାନ[ସମ୍ପାଦନା]

  • ସ୍ୱର୍ଣ୍ଣକ୍ଷେତ୍ର ଫାଉଣ୍ଡେସନ ପୁରସ୍କାର
  • ରାଜିବ ଗାନ୍ଧି ସଦଭାବନା ସମ୍ମାନ
  • ଚଳଚ୍ଚିତ୍ର ସମ୍ମାନ
  • ବାଣିଚିତ୍ର ସମ୍ମାନ
  • ରଙ୍ଗମ୍ ସମ୍ମାନ
  • ରାଜ୍ୟ ଚଲାପଥ ସମ୍ମାନ
  • ବୋଲଗଡ଼ ରତ୍ନ

ଆଧାର[ସମ୍ପାଦନା]

  1. "Bhajan Maestro Arabinda Muduli passes away | Odisha Television Limited". Odisha TV. 1 March 2018. Retrieved 1 March 2018.
  2. Naxatra TV Interview With Arabinda Muduli ( Vol-2 ) Telecast. 01 May 2011
  3. ଅରବିନ୍ଦ ମୁଦୁଲିଙ୍କ ସଙ୍ଗୀତ Archived 2011-10-25 at the Wayback Machine..

ବାହାର ଆଧାର[ସମ୍ପାଦନା]