ଅମୃତ ଫଳ

ଉଇକିପିଡ଼ିଆ‌ରୁ
ଅମୃତ ଫଳ  
ଲେଖକମନୋଜ ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଐତିହାସିକ ଉପନ୍ୟାସ
ପ୍ରକାଶକବିଦ୍ୟାପୁରୀ
ବାଲୁବଜାର, କଟକ
ପ୍ରକାଶ ତାରିଖ୧୯୯୬, ୧୯୯୭, ୨୦୦୦, ୨୦୦୧, ୨୦୦୨, ୨୦୦୪, ୨୦୦୫, ୨୦୦୭, ୨୦୦୯, ୨୦୧୦, ୨୦୧୧, ୨୦୧୪, ୨୦୧୫
ମାଧ୍ୟମ ପ୍ରକାରଛପାବହି, ବନ୍ଧେଇ
ପୃଷ୍ଠା୨୦୨
ISBN୮୧-୭୪୧୧-୧୧୪-X

ଅମୃତ ଫଳ ମନୋଜ ଦାସଙ୍କ ଲିଖିତ ଏକ ଉପନ୍ୟାସ ।[୧] ଏହାର କଥାବସ୍ତୁ ଏକ ଐତିହାସିକ କାହାଣୀ ଉପରେ ଆଧାରିତ । ୧୯୯୬ ମସିହା ଜାନୁଆରୀ ମାସରେ ଏହା ପ୍ରଥମ କରି ପ୍ରକାଶିତ ହୋଇଥିଲା । ବିଦ୍ୟାପୁରୀ, ବାଲୁବଜାର, କଟକର ପିତାମ୍ବର ମିଶ୍ର ଏହି ପୁସ୍ତକଟିର ପ୍ରକାଶକ ଅଟନ୍ତି । କଟକରେ ଥିବା ଆଲାମଚାନ୍ଦବଜାରର ବିଦ୍ୟାଶ୍ରୀ ଡିଟିପି ସେଣ୍ଟରଦ୍ୱାରା ଏହାର ଲିପି ସଂଯୋଜନା କରାଯାଇଛି । ଭୁବନେଶ୍ୱରର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ବିଶ୍ୱନାଥ ଏଣ୍ଟରପ୍ରାଇଜେସ୍ଦ୍ୱାରା ଏହି ପୁସ୍ତକଟିକୁ ମୁଦ୍ରଣ କରାଯାଇଛି । ଅଦ୍ୟାବଧି ଏହାର ୧୪ଟି ମୁଦ୍ରଣ ପ୍ରକାଶ ପାଇସାରିଛି । ଚତୁର୍ଦ୍ଦଶ ପ୍ରକାଶନରେ ଏହାର ମୂଲ୍ୟ ୧୩୦ ଟଙ୍କା ରଖାଯାଇଛି । ୨୦୦୦ ମସିହାରେ ଏହି ଉପନ୍ୟାସଟି ପାଇଁ ମନୋଜ ଦାସଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଛି ।[୨]

ପ୍ରକାଶନ ଇତିହାସ[ସମ୍ପାଦନା]

[୩]
ପ୍ରକାଶନ ସଂଖ୍ୟା ପ୍ରକାଶନ ମାସ ପ୍ରକାଶନ ବର୍ଷ
ପ୍ରଥମ ଜାନୁଆରୀ ୧୯୯୬
ଦ୍ୱିତୀୟ ଅଗଷ୍ଟ ୧୯୯୭
ତୃତୀୟ ଜାନୁଆରୀ ୨୦୦୦
ଚତୁର୍ଥ ମାର୍ଚ୍ଚ ୨୦୦୧
ପଞ୍ଚମ ଫେବୃଆରୀ ୨୦୦୨
ଷଷ୍ଠ ଏପ୍ରିଲ ୨୦୦୪
ସପ୍ତମ ଅଗଷ୍ଟ ୨୦୦୫
ଅଷ୍ଟମ ଜାନୁଆରୀ ୨୦୦୭
ନବମ ଜାନୁଆରୀ ୨୦୦୯
ଦଶମ ଜାନୁଆରୀ ୨୦୧୦
ଏକାଦଶ ଜୁନ୍ ୨୦୧୦
ଦ୍ୱାଦଶ ନଭେମ୍ବର ୨୦୧୧
ତ୍ରୟୋଦଶ ଜାନୁଆରୀ ୨୦୧୪
ଚତୁର୍ଦ୍ଦଶ ଜାନୁଆରୀ ୨୦୧୫

କଥାବସ୍ତୁ ଓ ସାରକଥା[ସମ୍ପାଦନା]

ମନୋଜ ଦାସଙ୍କଦ୍ୱାରା ଲିଖିତ ଏହି ଉପନ୍ୟାସର କଥାବସ୍ତୁ ଇତିହାସ, ରହସ୍ୟ ତ‌ଥା ବାସ୍ତବିକତାର ଏକ ମିଶ୍ରଣ । ଏଥିରେ ଦୁଇଜଣ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ସମାନ୍ତରାଳ ଭାବେ ବର୍ଣ୍ଣନା କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାଚୀନ ଯୁଗର ରାଜା ଭର୍ତୃହରି ହୋଇଥିବା ବେଳେ ଆଉଜଣେ ହେଉଛନ୍ତି ଆଧୁନିକ ଯୁଗର ଶିଳ୍ପ‌ପତି ଅମରନାଥ । ଏହି ଉପନ୍ୟାସର କାହାଣୀ ଅନୁସାରେ ଉଜ୍ଜୟିନୀର ରାଜା ଭର୍ତୃହରି ଏକ ଅମୃତ ଫଳ ଲାଭ କରିବା ପରେ ବିଭିନ୍ନ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଫଳରେ ତାଙ୍କ ମନ‌କୁ ଗ୍ରାସ କରିଛି ନିଜ ଅସ୍ତିତ୍ତ୍ୱ ତ‌ଥା ଜୀବନର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ । ଅପରପକ୍ଷରେ ଶିଳ୍ପ‌ପତି ଅମରନାଥଙ୍କର ମଧ୍ୟ ଜୀବନ ବିଷୟରେ ହୋଇଛି ସମାନ ଅନୁଭୂତି । କିପରି ଅମରନାଥ ରାଜା ଭର୍ତୃହରିଙ୍କ ଜୀବନ ସ‌ହ ନିଜ ଜୀବନର ସାମଞ୍ଜସ୍ୟକୁ ହୃଦୟଙ୍ଗମ କରିଛନ୍ତି ଓ କିପରି ରାଜାଙ୍କ ଜୀବନ କାହାଣୀରୁ ସେ ନିଜ ମନରେ ଉଠିଥିବା ଆଧ୍ୟାତ୍ମିକ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି, ତାହା ହିଁ ଏହି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ ।[୪]

ଆଧାର[ସମ୍ପାଦନା]

  1. http://sambad.in/state/tata-steel-bhubaneswar-literary-meet-inaugurated-63750/
  2. ଅମୃତ ଫଳ. Vidyapuri. 17 August 2016. ISBN 817411114X. {{cite book}}: |first= missing |last= (help)
  3. History, Publication (17 August 2016). ଅମୃତ ଫଳ. Vidyapuri. ISBN 817411114X.
  4. Gist, ଅମୃତ ଫଳ. "ଅମୃତ ଫଳ (The Divine Fruit) by Manoj Das". Vidyapuri. Retrieved 17 August 2016.