ଅଭିନ୍ନ ରାଉତରାୟ

ଉଇକିପିଡ଼ିଆ‌ରୁ
ଅଭିନ୍ନ ରାଉତରାୟ
Born (1960-06-18) ୧୮ ଜୁନ ୧୯୬୦ (ବୟସ ୬୩)
ତିଗିରିଆ ଗାଁ, ବାଲିଚନ୍ଦ୍ରପୁର, ଯାଜପୁର
Nationalityଭାରତୀୟ
Occupationନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା
Organizationଉତ୍ତର ପୁରୁଷ
Parent(s)ଦାମୋଦର ରାଉତରାୟ, ରେବତୀ ରାଉତରାୟ

ଅଭିନ୍ନ ରାଉତରାୟ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ତାଙ୍କର କେତେକ ଉଲ୍ଲେଖନୀୟ ନାଟକ ଭିତରେ ତାଙ୍କ ଅଭିନୀତ ନାଟକ "ସେମାନେ ବି ମୋର" ଏବଂ ତାଙ୍କ ନିର୍ଦ୍ଦେଶିତ ନାଟକ "ଧୂସର ପୃଥିବୀ" ଅନ୍ୟତମ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୯୬୦ ମସିହା ଜୁନ ୧୮ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥିତ ବାଲିଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ତିଗିରିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାମୋଦର ରାଉତରାୟ ଓ ମାତାଙ୍କ ନାମ ରେବତୀ ରାଉତରାୟ ।

ନାଟ୍ୟ ଅଭିନୟ ଓ ନିର୍ଦ୍ଦେଶନା[ସମ୍ପାଦନା]

ସେ ସ୍କୁଲରେ ପାଠପଢ଼ା ସମୟରେ ଓଡ଼ିଆ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନାଟକ ଥିଲା ଉତ୍ତର ପୁରୁଷ ନାଟ୍ୟସଂସ୍ଥାର ନାଟକ "ସେମାନେ ବି ମୋର" । ତାହାପରେ ସେ ଉତ୍ତର ପୁରୁଷ ନାଟ୍ୟସଂସ୍ଥା ସହିତ ମିଶି ଅନ୍ୟାନ୍ୟ ନାଟକରେ ଅଭିନୟ କରିଥିଲେ ।[୧] ରାମଚନ୍ଦ୍ର ବେହେରାଙ୍କ ରଚିତ ନାଟକ "ଧୂସର ପୃଥିବୀ"ରେ ସେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ ।

ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ଧୂସର ପୃଥିବୀ
  • ନିର୍ବାସିତ ନାନାବାୟା
  • ଅସ୍ଥାୟୀ ଠିକଣା[୨]
  • ସର୍କିଟ ହାଉସର ଦେଶ
  • ସେମାନେ ଆମ ପ୍ରତିନିଧୀ[୩]
  • ମୁକ୍ତି ଲାଭ[୪]
  • ସୀତା
  • ଧଡି ରାମାୟଣ
  • ଆଧେ ଅଧୁରେ[୫]

ଆଧାର[ସମ୍ପାଦନା]

  1. Panda, Namita (2011-03-26). "For the love of theatre". The Telegraph. Archived from the original on 2022-02-16. Retrieved 2011-03-26. {{cite news}}: |archive-date= / |archive-url= timestamp mismatch; 2015-09-23 suggested (help)
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2014-03-27. Retrieved 2014-10-09. {{cite web}}: Cite has empty unknown parameter: |1= (help)
  3. http://www.thehindu.com/todays-paper/tp-national/tp-otherstates/sir-adjudged-best-play-at-theatre-festival/article1768451.ece
  4. http://timesofindia.indiatimes.com/city/bhubaneswar/Uttar-Purush-theatre-festival-begins/articleshow/20183797.cms
  5. ଧରିତ୍ରୀ ୦୮/୧୦/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ "ଧରିତ୍ରୀ ଆଳାପ"