ଅନ୍ତ୍ରାବରୋଧ

ଉଇକିପିଡ଼ିଆ ରୁ
ଅନ୍ତ୍ରାବରୋଧ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଏକ କ୍ଷୁଦ୍ର ଅନ୍ତ୍ରାବରୋଧକୁ ଦର୍ଶାଉଥିବା ତଳି ପେଟର ଉର୍ଦ୍ଧ୍ୱମୁଖୀ ଏକ୍ସ-ରେ। ଏକାଧିକ ବାୟୁ ଦ୍ରବ ସ୍ତରରୁ ଦେଖିବାକୁ ମିଳେ।
ଆଇସିଡ଼ି-୧୦ K56.
ଆଇସିଡ଼ି- 560
ରୋଗ ଡାଟାବେସ 15838
ମେଡ଼ିସିନ-ପ୍ଲସ 000260
MeSH D007415

ଅନ୍ତ୍ରାବରୋଧ (ବା ମଳାବରୋଧ) ହେଉଛି କ୍ଷୁଦ୍ରାନ୍ତ୍ର ବା ବୃହଦନ୍ତ୍ରରେ ଅବରୋଧ ଜନିତ ଖାଦ୍ୟ ପଦାର୍ଥାଦିର ସୁଗମ ସଂଚାଳନରେ ତ୍ରୁଟି। ମାନବ ଶରୀରର ପାଚନ ସଂସ୍ଥାନରେ କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର ପ୍ରମୁଖ ଅଂଗ ହୋଇଥିବାରୁ ଏହି ରୋଗ ସାଧାରଣ ଜଣା ପଡ଼ୁଥିଲେ ବି ଏହା ଏକ ଗମ୍ଭୀର ସମସ୍ୟା ରୂପେ ବିବେଚିତ ହୋଇଥାଏ। ଏହି ସ୍ଥିତିରେ ରୋଗୀର ଅନ୍ତ୍ର ଅବରୋଧ ହୋଇ ଯାଇଥିବାରୁ ମଳ କିମ୍ବା ଅଧୋବାୟୁ ଆଦି ନିଷ୍କାସିତ ହୋଇ ପାରେ ନାହିଁ। ମଳ ନିଃସାରଣ ପୀଡ଼ା ଜନକ ହୋଇଥାଏ।

ଲକ୍ଷଣ[ସମ୍ପାଦନା]

ଏହି ରୋଗୀର ପେଟରେ ତୀବ୍ର ଯନ୍ତ୍ରଣା ହୋଇ ବାନ୍ତି ହୋଇଥାଏ। ଏହି ବାନ୍ତିରେ ଖିଆ ଯାଇଥିବା ଖାଦ୍ୟ ପଦାର୍ଥ, ପିତ୍ତ ଓ ଅଟକି ରହିଥିବା ମଳ ବାହାରିଥାଏ। ଏହାର ଅନ୍ୟାନ୍ୟ ଲକ୍ଷଣ ଗୁଡ଼ିକ ହେଲା -

  • ତଳିପେଟ ଯନ୍ତ୍ରଣା
  • କ୍ଷୁଧାହ୍ରାସ
  • ମୁଣ୍ଡ ବୁଲେଇବା
  • କୋଷ୍ଠକାଠିନ୍ୟ
  • ତଳିପେଟର ସ୍ଫିତୀ

କାରଣ[ସମ୍ପାଦନା]

ଏହି ରୋଗପାଇଁ ଖାଦ୍ୟ ପେୟରେ ହେଉଥିବା ତ୍ରୁଟି ହିଁ ଦାୟୀ। ଏହାର କୋତୋଟି ମୁଖ୍ୟ କାରଣ ଗୁଡ଼ିକ ନିମ୍ନ ପ୍ରକାରର ହୋଇଥାଏ। ୧. ଅତ୍ୟଧିକ ତେଲ ବା ଘିଅ ଯୁକ୍ତ ଖାଦ୍ୟପଦାର୍ଥର ସେବନ ଏହାଛଡ଼ା ଅସ୍ୱଚ୍ଛ ଓ ଅପରିସ୍କାର ଖାଦ୍ୟର ସେବନ ଏପରି ସମସ୍ୟା ଜାତ କରିଥାଏ। ଖାଦ୍ୟରେ ବାଲି, ବା ବାଳ ଆଦି ଥିଲେ ତାହା ପେଟ ଭିତରକୁ ଯାଇ ଅବରୋଧ ସୃଷ୍ଟି କରିଥାଏ। ୨. ଦେହର ପୂର୍ବ ରୋଗ ଯଥା, ଗ୍ୟାସ, କୋଷ୍ଠ କାଠିନ୍ୟ, ଅର୍ଶାଙ୍କୁରରେ ମଳଦ୍ୱାରର ମାର୍ଗ ଅବରୋଧ ଆଦି। ୩. କେତେକ ଗମ୍ଭୀର ରୋଗ ଯଥା ଉଦରଗୁହାରେ ଅାବୁ (ଟ୍ୟୁମର), ଗ୍ରନ୍ଥି ଅନ୍ତ୍ର ସଂକୋଚନ, ଗଣ୍ଡୁପଦ କୃମି(ରାଉଣ୍ଡ ୱର୍ମ)।

ନିବାରଣ[ସମ୍ପାଦନା]

ଏହି ରୋଗ ଆରୋଗ୍ୟ ସାଧ୍ୟ। କେତେକ ଅନ୍ତ୍ରାବରୋଧ ଆପଣାଛାଏଁ ଭଲ ହୋଇ ଯାଇଥାଏ;[୧]

ଆୟୁର୍ବେଦୀୟ ଚିକିତ୍ସା[ସମ୍ପାଦନା]

ଆୟୁର୍ବେଦରେ ଏହି ରୋଗର ନିବାରଣ ପାଇଁ ଅନେକ ପ୍ରଭାବୀ ବିଧି ଉପଲବ୍ଧ। ଏହି ରୋଗରେ ନାରାୟଣ ଚୂର୍ଣ୍ଣ, ଶିବାକ୍ଷାର ପାଚନ ଚୂର୍ଣ୍ଣ ଓ ହିଙ୍ଗ୍ୱାଷ୍ଟକ ଚୂର୍ଣ୍ଣ ଆଦି ଔଷଧ ଦିଆ ଯାଇଥାଏ। କୌଣସି ଔଷଧ ପ୍ରୟୋଗ କରିବା ଆଗରୁ ବିରେଚନ (ଝାଡ଼ା ସଫା ଔଷଧ) ଦିଆ ଯାଇଥାଏ।[୨]

ଡାକ୍ତରୀ ଚିକିତ୍ସା[ସମ୍ପାଦନା]

ଅଧିକାଂଶ କ୍ଷେତ୍ରରେ ଏହା ଅସ୍ତ୍ରୋପଚାର ଦରକାର କରିଥାଏ। [୩]

ପଥ୍ୟାପଥ୍ୟ[ସମ୍ପାଦନା]

ପଥ୍ୟ[ସମ୍ପାଦନା]

ରୋଗୀପାଇଁ ପୁରୁଣା ଚାଉଳ ଭାତ, ମୁଗଡ଼ାଲି, ଘିଅ ପଡ଼ିଥିବା ଖେଚୁଡ଼ି, ପତଳା ମୂଳା, ବଥୁଆ, ସଜନା ଛୁଇଁ, ଲେମ୍ବୁ, କ୍ଷୀର ଓ ସମାନ ମାତ୍ରାରେ ମିଶିଥିବା ଘିଅ ଚିନି, ମିଶ୍ରିତ ଯବ ଚଣାର ଛତୁଆ ଆଦି ଉତ୍ତମ ପଥ୍ୟ ଅଟେ। ଅପଥ୍ୟ

ଅପଥ୍ୟ[ସମ୍ପାଦନା]

ଆଳୁ, କନ୍ଦ, ବେସନରୁ ପ୍ରସ୍ତୁତ ପଦାର୍ଥ, କଷାଳିଆ ପଦାର୍ଥ, ଖଟା, ତେଲ, ରାଗ, ମସଲାଯୁକ୍ତ ଖାଦ୍ୟ ଓ ଗରିଷ୍ଠ ଖାଦ୍ୟକୁ ପରିହାର କରିବା ଆବଶ୍ୟକ।

ଆଧାର[ସମ୍ପାଦନା]

  1. Ludmir, J; P Samuels; BA Armson; MH Torosian (December 1989). "Spontaneous Small Bowel Obstruction Associated With A Spontaneous Triplet Gestation – A Case Report". J Reprod Med (Pub Med) 34 (12): 985–7. PMID 2621741. 
  2. ଡାକ୍ତର ଦୀନବନ୍ଧୁ ମହାରଣା - ପାଚନ ସଂସ୍ଥାନ ଜନିତ ରୋଗ ଅନ୍ତ୍ରାବରୋଧ, ପ୍ରଜାତନ୍ତ୍ର ସାପ୍ତାହିକୀ, ଫେବ୍ରୁଆରୀ ୨୦୦୪
  3. "Abdominal Adhesions and Bowel Obstruction". University of California San Francisco. http://surgery.ucsf.edu/conditions--procedures/bowel-obstruction.aspx. Retrieved August 11, 2013. 

ଆହୁରି ପଢ଼ନ୍ତୁ:[ସମ୍ପାଦନା]