ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ

ଉଇକିପିଡ଼ିଆ ରୁ

ମଇ ମାସର ୧୮ ତାରିଖକୁ ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ ୤ ୧୯୭୭ ମସିହା ଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି ୤ ବିକାଶଶୀଳ ସମାଜରେ ସଙ୍ଗ୍ରହାଳୟ ବା ମ୍ୟୁଜିଅମ ର ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ୤ ସଙ୍ଗ୍ରହାଳୟ ଅତୀର ସ୍ମୃତିସବୁକୁ ସଂରକ୍ଷିତ କରି ରଖିଥାଏ ୤ ଅତୀତର ସେଇସବୁ ସ୍ମାରକଗୁଡ଼ିକ କେତେକ ସ୍ଥାନରେ ଏବେ ବି ଅବହେଳିତ, ଅଲୋଡ଼ା, ଅଖୋଜା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି ୤ ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା କରିବା ଜରୁରୀ ଅଟେ ୤ ସମସ୍ତେ ମିଳିମିଶି ଏହାର ସୁରକ୍ଷା ଓ ସ୍ଵତନ୍ତ୍ର ଯତ୍ନନେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ ୤

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା