ଅନନ୍ତଶୟନ, ସରାଙ୍ଗ
ଉଇକିପିଡ଼ିଆ ରୁ
ତାଳଚେର ସହରଠାରୁ ମାତ୍ର ୯କି.ମି. ଦୂରତ୍ଵରେ ଥିବା ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ଵଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ରୂପ କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା ଏହାକୁ କିଏ କେବେ ତିଆରି କରିଥିଲେ ତାର କୌଣସି ଭରସାଯୋଗ୍ୟ ତଥ୍ୟ ନାହିଁ ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ [୧]
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
|
|||||||||||||||||