ଅନନ୍ତ

ଉଇକିପିଡ଼ିଆ‌ରୁ

ଅନନ୍ତମୂଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Apocynaceae
ଉପକୁଳ: Asclepiadoideae
ପ୍ରଜାତି: Hemidesmus
ଜାତି: H. indicus
ବାଇନୋମିଆଲ ନାମ
Hemidesmus indicus L. R.Br.
Synonyms
  • Periploca indicaIndian Sarsaparilla

ଅନନ୍ତ ବା Indian Sarsaparilla (Hemidesmus indicus)( ସଂସ୍କୃତ: କ୍ଷୀରିଣୀ, क्षीरिणी , Kshirini ) ହେଉଛି ଦକ୍ଷିଣ ଏସିଆରେ ଦେଖା ଯାଉଥିବା ଏକ ଗୁଳ୍ମ ଜାତିର ଉଦ୍ଭିଦ । ଏହାର ମୂଳ ଟାଣ, ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣରେ ପୂର୍ଣ୍ଣ ହୋଇଥିବାରୁ ସାଧାରଣରେ ଏ ଗଛକୁ ଲୋକେ ତା’ର ମୂଳ ପାଇଁ ଅନନ୍ତମୂଳ ବୋଲି ଚିହ୍ନନ୍ତି । ଏହାର କାଣ୍ଡ ବହୁଶାଖାଯୁକ୍ତ, ନରମ ଓ ଅଗ ଆଡ଼କୁ ମୋଟା । ପତ୍ରଗୁଡ଼ିକ ବିପରୀତ ପାଖରେ ଲଗାଲଗି ହୋଇ ରହିଥାଏ। ଫୁଲ ବାହାରୁ ସବୁଜ ଦେଖାଯାଏ କିନ୍ତୁ ଭିତରଟା ନାରଙ୍ଗୀ ରଙ୍ଗର । ଉତ୍ତରରେ ଗଙ୍ଗା ନଦୀର ଅବବାହିକାଠାରୁ ଆରମ୍ଭ କରି ପୂର୍ବରେ ଆସାମ ଓ ମଧ୍ୟ, ପଶ୍ଚିମ ତଥା ଦକ୍ଷିଣ ଭାରତରେ ମଧ୍ୟ ଏହା ଦେଖା ଯାଇଥାଏ ।

ଉପଯୋଗ[ସମ୍ପାଦନା]

ଏହା ଅନେକ ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ବ୍ୟବହାର କରାଯାଉଥିବା ରସାୟନ ଊଦ୍ଭିଦ ଭିତରୁ ଏହା ଅନ୍ୟତମ । ଏହା ପିତ୍ତର ପ୍ରବାହକୁ ତ୍ୱରାନ୍ୱିତ କରେ ତଥା ପରିସ୍ରାର ପ୍ରବାହକୁ ବୃଦ୍ଧି କରିଥାଏ । ମୂତ୍ରନଳୀ ପ୍ରଦାହ ଏପରିକି ସିଫିଲିସ ରୋଗର ତୃତୀୟ ଓ ଚତୁର୍ଥ ସ୍ତରରେ ମଧ୍ୟ ଏହା ଉପକାରୀ ସିଦ୍ଧ ହୋଇଛି ।

ରାସାୟନିକ ସଂରଚନା[ସମ୍ପାଦନା]

ଏହାର ମୂଳକୁ ପରୀକ୍ଷଣ କରି ଜଣା ଯାଇଛି ଯେ ଏଥିରେ କୌମାରିନ (coumarin) ଯାହାର ମୁଖ୍ୟ ଉପାଦାନ ହେଲା ପି-ମେଥୋକ୍ସି ସାଲିସିଲିକ ଆଲଡେହାଇଡ(p-methoxy salicylic aldehyde), ଦୁଇଟି ଷ୍ଟେରଲ (sterol), ଏବଂ ପ୍ରେଗ୍ନାନେ (pregnane) ଓ ଗ୍ଲାଇକୋସାଇଡ (glycoside)। [୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ayurvedic Herbs for Longevity and Rejuvenation by Dr H. S. Puri (2003), published by Taylor & Francis, London, pages 43-45

ବାହାର ଆଧାର[ସମ୍ପାଦନା]