ଅଚ୍ୟୁତାନନ୍ଦ କର

ଉଇକିପିଡ଼ିଆ‌ରୁ
ଅଚ୍ୟୁତାନନ୍ଦ କର
ଜନ୍ମ୧୯୩୩[୧]
ତରଜଙ୍ଗା,ଡେରାବିଶ,କେନ୍ଦ୍ରାପଡ଼ା[୨]
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୧୨
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନସାଲେପୁର ହାଇସ୍କୁଲ, ବଙ୍ଗବାଟି ମହାବିଦ୍ୟାଳୟ
ପ୍ରସିଦ୍ଧିବ୍ୟଙ୍ଗ ସାହିତ୍ୟିକ ଓ ସମ୍ପାଦକ (ଦୁର୍ମୁଖ)
ବୈବାହିକ-ସାଥୀଶୈଳବାଳା କର
ସନ୍ତାନସଞ୍ଜୀବ, ଦିଲୀପ ଓ ସନ୍ଧ୍ୟାରାଣୀ[୩]
ପିତାମାତା(s)କଣ୍ଡୁରି ଦାସ, ମଉନା ଦେବୀ

ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।

ଅଚ୍ୟୁତାନନ୍ଦ, ୧୯୩୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ତରଜଙ୍ଗା ଗ୍ରାମରେ ପିତା, କଣ୍ଡୁରୀ ଦାସ ଓ ମାତା ମଉନାଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ।[୪] ସାଲେପୁର ହାଇସ୍କୁଲରୁ କୃତିତ୍ୱର ସହ ମେଟ୍ରିକ ପାସ କରିବା ପରେ, ସେ କଲିକତାର ବଙ୍ଗବାଟି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା ।

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ । ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ଉତ୍କଳ ସାହିତ୍ୟ ସମାଜରେ ସେ ଦୀର୍ଘ ୨୫ ବର୍ଷ କର୍ମକର୍ତା ରହିଥିଲେ ଓ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଦଳିତ, ନିଷ୍ପେସିତ ଜନତାର ଅନ୍ତଃସ୍ୱର ପ୍ରକାଶ କରିବା ପାଇଁ, ସେ ଆରମ୍ଭ କରିଥିଲେ ସମାଲୋଚନା ଧର୍ମୀ ପତ୍ରିକା 'ଦୁର୍ମୁଖ' । ୧୯୭୧ ମସିହା, ଏପ୍ରିଲ ମାସ ୧୪ ତାରିଖରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା । ଏହି ପତ୍ରିକା ମାଧ୍ୟମରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ଓଡ଼ିଶାର ପୁରପଲ୍ଲୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିଲେ ।[୫] 'ରାମଚରିତ ମାନସ' ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ ।[୬] ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଯାଇଛନ୍ତି।[୭] ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି ।

ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]

  • ସଂଗ୍ରାମ ଓ ସଂଘର୍ଷ
  • କଥା କଥାରେ
  • ଅସିତଙ୍କ ବ୍ୟଙ୍ଗ
  • ବହି
  • ଇଟା ସିମେଣ୍ଟରେ ପୁଞ୍ଜିବାଦ
  • ମୋହମୁଦଗର
  • ଯୁଗେ ଯୁଗେ ଧର୍ମ
  • ବିସ୍ଫୋରଣ
  • ଡାକେ ଦୁର୍ମୁଖ
  • ପଣ୍ଡିତ ଅଚ୍ୟୁତଙ୍କ ବ୍ୟଙ୍ଗ
  • ବେଆଇନ ମଣିଷ
  • ଜିଅନ୍ତା ମଣିଷର ମୃତ୍ୟୁ
  • ବିପ୍ଳବୀର ଇତି କଥା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଗୋଦାବରୀଶ ସ୍ମୃତି କମିଟି ସମ୍ମାନ
  • ଅନ୍ନଦା ପ୍ରସାଦ ରାୟ ଜୟନ୍ତୀ କମିଟି ସମ୍ମାନ
  • ନୀଳଚକ୍ର-୨୦୧୦ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ସାହିତ୍ୟ ଓ କଳା ପରିଷଦ ସମ୍ମାନ

୨୦୧୨ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କର ତିରୋଧାନ ଘଟିଛି। [୮]କଟକର ଖାନନଗର ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । [୯]ଅଚ୍ୟୁତାନନ୍ଦଙ୍କର ଶେଷ ଇଛା ଥିଲା, ତାଙ୍କ ରଚିତ ଆତ୍ମଜୀବନୀଟି ପ୍ରତିଟି ଓଡ଼ିଆଙ୍କ ନିକଟରେ ପହଞ୍ଚୁ ।

ଆଧାର[ସମ୍ପାଦନା]

  1. http://www.dharitri.com/epaper/180912/p1.htm
  2. http://www.dailypioneer.com/state-editions/bhubaneswar/95284-achyutananda-kar-passes-away-at-80.html
  3. http://www.dharitri.com/epaper/180912/p15.htm
  4. "Achyutananda Kar orissa founder of Durmukha passed away - Odisha News". incredibleorissa.com. 2012. Retrieved 14 July 2013. Born to Kanduri Dasa and Mauna Devi at Tarjang village under Bari Derabis of Kendrapara district {{cite web}}: |first= missing |last= (help)
  5. "ଆର୍କାଇଭ୍ କପି". Archived from the original on 2012-09-19. Retrieved 2012-09-18. {{cite web}}: Cite has empty unknown parameter: |1= (help)
  6. http://www.thesamaja.com/news_view.php?news_id=40357
  7. http://timesofindia.indiatimes.com/city/bhubaneswar/Achyutananda-Kar-passes-away/articleshow/16439942.cms
  8. http://dailypioneer.com/state-editions/bhubaneswar/95284-achyutananda-kar-passes-away-at-80.html
  9. "Noted satirical writer Achyutananda Kar passed away". news.webindia123.com. 2012. Retrieved 14 July 2013. He was later cremated at Khannagar crematorium[permanent dead link]