ଅଁଳା

ଉଇକିପିଡ଼ିଆ ରୁ
ଅଁଳା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Rosids
Order: Malpighiales
Family: Phyllanthaceae
Tribe: Phyllantheae
Subtribe: Flueggeinae
Genus: Phyllanthus
Species: P. emblica
ବାଇନୋମିଆଲ ନାଆଁ
Phyllanthus emblica
L.[୧]
Synonyms

Cicca emblica Kurz
Emblica officinalis Gaertn.
Mirobalanus embilica Burm.
Phyllanthus mairei Lév.


ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ। ପତ୍ରଗୁଡିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି। ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ। ଅନ୍ୟ ନାମ ଅଏଁଳା। ଓଡ଼ିଶାର ଗ୍ରାମାଞ୍ଚଳରେ ଅଁଳା କୋଳି ନାମରେ ଆଉ ଏକ ଗଛ ଦେଖାଯାଏ ଯାହା ଅଁଳାଠାରୁ ଆକାରରେ ସାନ ଓ ଶିରାଯୁକ୍ତ। ଏହାକୁ ଅଁଳା କୋଳିଠାରୁ ଅଲଗା ଚିହ୍ନଟ କରିବାପାଇଁ ଲୋକେ ଏହାକୁ ଧାତ୍ରୀ ଅଁଳା ବୋଲି ମଧ୍ୟ କହିଥାନ୍ତି।


ଭିତର ଚିଜ

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଧକ, ମେଧାବର୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ।

[ଏହାକୁ ବଦଳାନ୍ତୁ] ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ଅଁଳା, ଅଏଁଳା
ବଙ୍ଗଳାରେ ଆମଲା, ଆମଲକୀ,
ହିଂଦିରେ ଆମଲା, ଅଶୋରା
ତେଲୁଗୁରେ ଉସରକାୟ ,
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ।

[ଏହାକୁ ବଦଳାନ୍ତୁ] ବ୍ୟବହାର

ଏହାର ମଂଜିକୁ ବାହାର କରି ଏହାର ଔଷଧିୟ ବ୍ୟବହାର କରାଯାଏ। ଏହା ପେଟରୋଗ, ସର୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ। ଏହା ଜୀବନିକା ‘ଗ’ (Vitamin C)ର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଘଟକ (ଶତକଡା ୯୦ ଭାଗରୁ ଅଧିକ)।

ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା