ମହାରାଣୀ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ମହାରାଣୀ ଚକ୍ରବର୍ତ୍ତୀ
Born୧୯୩୭
Nationalityଭାରତn
Spouseଡଃ ଦେବି ପ୍ରୋସାଦ ବର୍ମା
Awardsୱାଇ.ଏସ୍.ନାରାୟଣ ରାଓ ପୁରସ୍କାର, ଜେ.ସି ସେନଗୁପ୍ତ ମେମୋରିଆଲ ପୁରସ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ରଜେନେଟିକ ଇଞ୍ଜିନିଅରିଙ୍ଗ୍, ମଲିକ୍ୟୁଲାର ବାୟୋଲୋଜି
ଡକ୍ଟରୀ ଛାତ୍ରDeb ପ୍ରଫେସର. ଜହର କାନ୍ତି ଦେବ

ମହାରାଣୀ ଚକ୍ରବର୍ତ୍ତୀ ଜଣେ ଭାରତୀୟ ମହିଳା ଥିଲେ ଯିଏ ମଲିକ୍ୟୁଲାର ବାୟୋଲୋଜିଶ୍ଟ (Molecular biologist) ଥିଲେ । ରିକମ୍ବିଟାଣ୍ଟ ଡି.ଏନ୍.ଏ. ଟେକନିକ୍ ନିମନ୍ତେ ଏସିଆ ଓ ପୂର୍ବାଞ୍ଚଳରେ ୧୦୮୧ ମସିହାରେ ପ୍ରଥମ ପରୀକ୍ଷାଗାର କୋର୍ଷ ସୃଷ୍ଟି କରିଥିଲେ[୧]

ପ୍ରାକ୍ ଜୀବନ[ସମ୍ପାଦନା]

ମହାରାଣୀ କଲିକତାରେ (ବର୍ତ୍ତମାନର କୋଲକାତା) ୧୯୩୭ ମସିହାର୍ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କର ପିତାମହଙ୍କଠାରୁ ପ୍ରେରଣା ଲାଭ କରି ବିଜ୍ଞାନଗଣିତ ଶାସ୍ତ୍ର ପ୍ରତି ଆକର୍ଶିତ ହୋଇଥିଲେ । ସେ ୧୯୫୦ ମସିହାରେ ମାଟ୍ରିକ ପାସ କରିଥିଲେ । ପରେ କଲିକତାର ପ୍ରେସିଡେନ୍ସି କଲେଜରୁ ବି.ଏସ୍.ସି ପାସ କଲେ[୧]

ବୃତ୍ତି ଓ ଗବେଷଣା[ସମ୍ପାଦନା]

ଡଃ ଦେବୀ ପ୍ରୋସାଦ ବର୍ମାଙ୍କ ଅଧିନରେ କଲିକତାର ବୋଷ ଇନ୍‌ସ୍ଟିଚ୍ୟୁଟରେ ମାଇକ୍ରୋବିଆଲ ପ୍ରୋଟିନ୍ ସିନ୍‌ଥେସିସ୍ ଉପରେ ଗବେଷଣା କରି ପି.ଏଚ୍.ଡି. ପାଇଥିଲେ । ଆଜୋବ୍ୟାକ୍ଟର ଭିନେଲ୍ୟାଣ୍ଡି ବ୍ୟାକ୍ଟେରିଆରୁ କିଛି ପଦାର୍ଥ ବାହାର କରି ତାହା ସାହାଯ୍ୟରେ ସେଲ୍ ଫ୍ରି ପ୍ରୋଟିନ୍ ସିନ୍‌ଥେସିସ୍ କରାଯିବା ଉପରେ ଗବେଷଣା ସନ୍ଦର୍ଭ ଲେଖିଥିଲେ । ନିଉଅର୍କର ବି.ଏଲ୍.ହୋରେକର ଲାବୋରେଟରିରେ ଏନ୍‌ଜାଇମ କେମିଷ୍ଟ୍ରି ଉପରେ ପୋଷ୍ଟ-ଡକ୍ଟରାଲ ଟ୍ରେନିଙ୍ଗ ନେଇଥିଲେ । ସେ ବ୍ୟାକ୍ଟେରିଆଲ୍ ଜେନେଟିକ୍ ଓ ଭାଇରୋଲୋଜିରେ ସ୍ୱତନ୍ତ୍ର ଶିକ୍ଷା ଲାଭ କରି କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲୋବୋରେଟରିରେ ସମାପ୍ତ କରିଥିଲେ[୨] । ୧୯୬୮ରୁ ୧୯୬୯ ପର୍ଯ୍ୟନ୍ତ ଆନ୍ ହାର୍ବର ମିସିଗାନସ୍ଥିତ ହ୍ୟୁମାନ ଜେନେଟିକ୍ ଡିପାର୍ଟମେଣ୍ଟ୍ରେ ପ୍ରଫେସର ମାଇରନ୍ ଲେଭିନଙ୍କ ଅଧିନରେ କାମ କରିଥିଲେ । ତା ପରେ ସେ ଭାରତକୁ ଫେରି ବୋଷ ଇନ୍‌ସ୍ଟିଚ୍ୟୁଟରେ କାମ କରିଥିଲେ । ପରେ ସେ ବନାରସ ହିନ୍ଦୁ ୟୁନିଭର୍‌ସିଟିର ବାୟୋକେମିସ୍ଟ୍ରି ବିଭାଗରେ ଯୋଗଦାନ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଇନ୍‌ସ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ବି.ଏଚ୍.ୟୁ.ରୁ (୧୯୭୫-୭୬) ସାର୍ଟିଫିକେଟ ଅଫ୍ ମେରିଟ୍ ପାଇଥିଲେ ।
  • ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ବି.ଏଚ୍.ୟୁ.ରୁ ୧୯୭୯ରେ ବେସ୍ଟ ରିସର୍ଚ ପୁରସ୍କାର ପାଇଥିଲେ ।
  • ଆ.ସି.ଏମ୍.ଆର.ଠାରୁ କ୍ଷଣିକ ଓରେସନ୍ ଆୱାର୍ଡ ପାଇଥିଲେ । (୧୯୭୯)
  • ଆ.ସି.ଏମ୍.ଆର.ଠାରୁ ୱାଇ.ଏସ୍.ନାରାୟଣ ରାଓ ପୁରସ୍କାର ପାଇଥିଲେ । (୧୯୮୧)
  • ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆରୁ ହରି ଓମ୍ ଆସ୍ରମ ଆଲେମ୍ବିକ ରିସର୍ଚ୍ଚ ପୁରସ୍କାର ପାଇଥିଲେ ।
  • ଜେ.ସି ସେନଗୁପ୍ତ ମେମୋରିଆଲ ପୁରସ୍କାର ପାଇଥିଲେ ।
  • ଆଇ.ଏନ୍.ଏସ୍.ରୁ ପ୍ରଫେସର ଦର୍ଶନ ରଙ୍ଗନାଥନ ମେମୋରିଆଲ୍ ପୁରସ୍କାର ପାଇଥିଲେ । (୨୦୦୭)

ସେ ନିଜର ସହକର୍ମୀ ବୈଜ୍ଞାନିକ ଡଃ ଦେବି ପ୍ରୋସାଦ ବର୍ମାଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ପିଲା ଅଛନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Chakravorthy, Maharani. "Why and how I became a scientist" (PDF). Lilavati's daughters. Retrieved 25 November 2012.
  2. "Author Profile : Maharani Chakraborthy". Pearson. Retrieved 25 November 2012.