ମହମ୍ମଦ ଟୋଗଲକ

ଉଇକିପିଡ଼ିଆ‌ରୁ

ମହମ୍ମଦ ଟୋଗଲକ ହେଉଛନ୍ତି ଖିଲିଜୀ ବଂଶୀୟ ମୁସଲମାନ ରାଜା ଯିଏ ଦିଲ୍ଲୀ ଅଞ୍ଚଳରେ ରାଜୁତି କରୁଥିଲେ।[୧] ଏହାଙ୍କ ପିତା ହେଉଛନ୍ତି ଟୋଗଲକ ରାଜବଂଶର ଆଦି ପୁରୁଷ ଗିୟାସୁଦ୍ଦିନ ଟୋଗଲକ। ସେ ଖ୍ରୀଷ୍ଟାବ୍ଦ ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ବିଦ୍ୱାନ, ନିର୍ଦ୍ଦୟ ଓ ବିକୃତ ମସ୍ତିସ୍କ ଥିଲେ। ସେଥିପାଇଁ ତାଙ୍କୁ ଆଡ଼ବାୟା ସୁଲତାନ ବୋଲି କୁହା ଯାଇଥାଏ। ସେ ରାଜଧାନୀକୁ ଦିଲ୍ଲୀରୁ ଉଠାଇନେଇ ୧୬ ମାଇଲ ଦୂର ଟୋଗଲକାବାଦ ଓ ପରେ ୮୦୦ ମାଇଲ ଦୂର ଦେଓଗିରିକୁ ରାଜଧାନୀ କରିଥିଲେ। ଏହାଙ୍କ ଅମଳରେ ମୁସଲମାନ ସାମ୍ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶରେ ବିଦ୍ରୋହ ଦେଖା ଯାଇଥିଲା। ଏ ୧୩୫୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶରେ ଆତ୍ମହତ୍ୟା କରିଥିଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କ ଅମଳରେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା। [୨]

ଧାର୍ମିକ ସହାବସ୍ଥାନ[ସମ୍ପାଦନା]

ମହମ୍ମଦ ଟୋଗଲକ ଅପେକ୍ଷାକୃତ ଉନ୍ମୁକ୍ତ ଧାର୍ମିକ ଚିନ୍ତାଧାରାର ମଣିଷ ଥିଲେ। ସେ ଦିଲ୍ଲୀରେ ହିନ୍ଦୁ ଓ ଜୈନମାନଙ୍କୁ ଅବସ୍ଥାନ କରିବାର ଅନୁମତି ଦେଇଥିଲେ। [୩] ତାଙ୍କର ଏତାଦୃଶ ନୀତିକୁ ତାଙ୍କ ପରେ ଫିରୋଜ ଶାହ ଟୋଗଲକ ଅନୁସରଣ କରିଥିଲେ ‌ଯିଏକି ମହେନ୍ଦ୍ରସୁରୀ ନାମକ ଜୈନ ସାଧୁଙ୍କୁ ଯନ୍ତ୍ରରାଜା ନାମକ ସଂସ୍କୃତ ରଚନା ପାଇଁ ସାହା‌ଯ୍ୟ ସହଯୋଗ କରିଥିଲେ। [୪]

କିଛି ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Muḥammad ibn Tughluq. Britannica.
  2. "ମହମ୍ମଦ ଟୋଗଲକ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2014-04-08. Retrieved 2013-01-26.
  3. The Vividhatirthakalpa as historical source and coherent text, http://www.southasiacenter.upenn.edu/pdf/Paper_Steven_Vose.pdf Archived 2009-03-04 at the Wayback Machine.
  4. Sarma, S.R. 2008. "Sultan, Suri, and the Astrolabe," in The Archaic and the Exotic: Studies in the History of Indian Astronomical Instruments. Delhi: Manohar

ବାହାର ଆଧାର[ସମ୍ପାଦନା]