ନନ୍ଦିନୀ ଶତପଥୀ

ଉଇକିପିଡ଼ିଆ‌ରୁ
ନନ୍ଦିନୀ ଶତପଥୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୬ ମାର୍ଚ୍ଚ ୧୯୭୪ – ୧୬ ଡିସେମ୍ବର ୧୯୭୬
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀରାଷ୍ଟ୍ରପତି ଶାସନ
କାର୍ଯ୍ୟକାଳ
୧୪ ଜୁନ ୧୯୭୨ – ୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀବିଶ୍ୱନାଥ ଦାସ
ପର ଅଧିକାରୀରାଷ୍ଟ୍ରପତି ଶାସନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-06-09)୯ ଜୁନ ୧୯୩୧
ପିଠାପୁର, କଟକ
ମୃତ୍ୟୁ୪ ଅଗଷ୍ଟ ୨୦୦୬(2006-08-04) (ବୟସ ୭୫)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜାଗ୍ରତ ଓଡ଼ିଶା
ଜୀବନ ସାଥୀଦେବେନ୍ଦ୍ର ଶତପଥୀ
ସନ୍ତାନତଥାଗତ ଶତପଥୀ ସୁପନୌ ଶତପଥୀ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ

ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬[୧] ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । [୨] ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନନ୍ଦିନୀ ୧୯୩୧ ମସିହା କଟକ ଜିଲ୍ଲା ପିଠାପୁର ଗ୍ରାମରେ ଏକ ବିପ୍ଲବୀ ପରିବାରରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ[୩] ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱପ୍ନେଶ୍ୱର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ‌ ଆକର୍ଷିତ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ ।[୪]

ପାରିବାରିକ ଜୀବନ[ସମ୍ପାଦନା]

କଟକର ଝିଅ ନନ୍ଦିନୀ ଦେବୀ ତାଙ୍କ ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ । ଦେବେନ୍ଦ୍ର ଢ଼େଙ୍କାନାଳରୁ ଲୋକ ସଭା ସାଂସଦ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ ।[୫] ତାଙ୍କର ଦୁଇପୁଅ ବଡ଼ପୁଅ ନଚିକେତା ଶତପଥୀ ରାଜ୍ୟ ବାହରରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନପୁଅ ତଥାଗତ ଶତପଥୀ ରାଜନୀତିରୁ ଅବସର ନେଇ ଏବେ ସାମ୍ବାଦିକତା ଉପରେ ମନୋନିବେଶ କରୁଛନ୍ତି ଓ ଦୈନିକ ଖବରକାଗଜ ଧରିତ୍ରୀ ଓଓଡ଼ିଶା ପୋଷ୍ଟ ର ସମ୍ପାଦକ ଅଛନ୍ତି ।[୬]

ରାଜନୈତିକ ଜୀବନ[ସମ୍ପାଦନା]

ନନ୍ଦିନୀ ଦେବୀ ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ‌‌ ପତାକା ଓହ୍ଲାଇ ନିଜ ସାହସିକତାର ପରିଚୟ ଦେଇଥିଲେ । ନନ୍ଦିନୀ ଦେବୀ ଗର୍ଭବତୀ ଥିବା ସମୟରେ ୧୯୫୧ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇ ପୁଲିସ ଲାଠି ମାଡ଼ର ଶିକାର ହୋଇଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ । ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହାପରେ ୧୯୭୭ରୁ ୮୦ ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରେଦଶ କଂଗ୍ରେସ (ଉର୍ସ) ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ । [୭]

  • ଓଡ଼ିଶାର ମୁଖ୍ୟମନ୍ତ୍ରୀ:
    • ୧୯୭୨-୧୯୭୩ ମସିହା
    • ୧୯୭୪-୧୯୭୬ ମସିହା [୮]
  • କେନ୍ଦ୍ରରେ:
    • ୧୯୬୨ -୧୯୬୮ (ସୂଚନା ଓ ପ୍ରସାରଣ ବିଭାଗ ଉପମନ୍ତ୍ରୀ)[୯]
    • ୧୯୬୮-୧୯୭୨ (ମିନିଷ୍ଟର ଆଟାଚ ଟୁ ପ୍ରାଇମ୍ମିନିଷ୍ଟର)
  • ରାଜ୍ୟସଭା ସଦସ୍ୟା:
    • ୧୯୬୨-୧୯୬୮ ମସିହା
    • ୧୯୬୮-୧୯୭୨ ମସିହା
  • ଅଧ୍ୟକ୍ଷା, ରାଜ୍ୟ ଯୋଜନା ବୋର୍ଡ଼
    • ୧୯୮୯-୧୯୯୦
    • ୧୯୯୫
  • ଓଡ଼ିଶା ବିଧାନ ସଭା ସଦସ୍ୟା:
    • ୧୯୭୨-୧୯୭୪ (କଟକ ସଦର)
    • ୧୯୭୪-୧୯୭୭ (ଢେଙ୍କାନାଳ)
    • ୧୯୭୭-୧୯୮୦ (ଢେଙ୍କାନାଳ)
    • ୧୯୮୦-୧୯୮୫(ଢେଙ୍କାନାଳ) (ସ୍ୱାଧୀନ)
    • ୧୯୮୫-୧୯୯୦ (ଢେଙ୍କାନାଳ) (ଜାଗ୍ରତ ଓଡ଼ିଶା)[୧୦]
    • ୧୯୯୦-୧୯୯୫ (ଗଁଦିଆ)
    • ୧୯୯୫-୨୦୦୦ (ଗଁଦିଆ)

ସାହିତ୍ୟ ସର୍ଜନା[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଅନାଥ-୧୯୪୨
  • କେତୋଟି କଥା-୧୯୬୭
  • ସପ୍ତଦଶୀ-୧୯୮୮

ଉପନ୍ୟାସ[ସମ୍ପାଦନା]

  • ଟିକି ସୁନା ହଜିଗଲା

ଅନୁବାଦ[ସମ୍ପାଦନା]

  • ଗାନ୍ଧୀକଥାମୃତ-୧୯୭୦ (ଏହା କ୍ରିଷ୍ଣା କ୍ରିପାଳିନୀଙ୍କ ‘ଅଲ ମେନ ଆର ବ୍ରଦର୍ସ’ର ଓଡ଼ିଆ ଅନୁବାଦ), କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ।
  • ରସିଦ୍ ଟିକଟ-୧୯୯୦ (ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ’ର ଓଡ଼ିଆ ଅନୁବାଦ)
ଏହି ଅନୁବାଦ ପୁସ୍ତକ ପାଇଁ ୧୯୯୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ।
  • ଲଜ୍ଜା-୧୯୯୩ (ବଙ୍ଗଳା ଲେଖିକା ତସଲିମା ନସରିନଙ୍କ ‘ଲଜ୍ଜା’ ବହିର ଓଡ଼ିଆ ଅନୁବାଦ)
  • କୋଡ଼ିଏଟି ଗଳ୍ପ (ଜ୍ଞାନପୀଠମାଗାସେସେ ପୁରସ୍କାର ବିଜେତା ମହାଶ୍ୱେତା ଦେବୀଙ୍କ ‘ପଚାଶୋଟି ଗଳ୍ପ’ର ଓଡ଼ିଆ ଅନୁବାଦ)
  • ପେନ୍ ପୋର୍ଟ୍ରେଟ ଆଣ୍ଡ ଟ୍ରିବ୍ୟୁଟ୍ସ ବାଇ ଗାନ୍ଧିଜୀ’ର ଓଡ଼ିଆ ଅନୁବାଦ
  • ଜମି ଯେବେ ଜାଗିଉଠେ (କୃଷ୍ଣ ଚନ୍ଦରଙ୍କ ଉପନ୍ୟାସର ଓଡ଼ିଆ ଅନୁବାଦ)

ଶତପଥୀଙ୍କ ଉପରେ ହୋଇଥିବା କାମ[ସମ୍ପାଦନା]

ବହି[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ନନ୍ଦିନୀ ଦେବୀଙ୍କ ମୃତ୍ୟୁ ଘଟିଥିଲା ।[୧୩] ମୃତ୍ୟୁ ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ। ହଠାତ‌ ସ୍ୱାସ୍ଥ୍ୟାବସ୍ଥରେ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ‌ପିଟାଲ‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଆଧାର[ସମ୍ପାଦନା]

  1. "Former Orissa CM dead". The Telegraph. Retrieved 5 August 2015.
  2. ସମ୍ବାଦ, ୪ ଅଗଷ୍ଟ ୨୦୦୬
  3. Tripathy, Jayashree Mishra. "Iron lady continues to inspire women folk". The Pioneer. Retrieved 14 January 2019.
  4. "Biography of Nandini Satpathy". Archived from the original on 2016-09-23. Retrieved 2017-03-19.
  5. ସମ୍ବାଦ, ୪ ଅଗଷ୍ଟ ୨୦୦୬
  6. "Ex-CM of Orissa Nandini Satpathy passes away". The Times of India. Bennett, Coleman & Co. Ltd. Retrieved 14 January 2019.
  7. "ସମ୍ବାଦ, ୪ ଅଗଷ୍ଟ ୨୦୦୬".
  8. "The 'Iron lady' of Orissa politics". news.outlookindia.com. 2012. Retrieved 2 July 2012. she was sworn in again as Chief Minister for a two-year period from 1974 till 1976
  9. "ସମ୍ବାଦ, ୪ ଅଗଷ୍ଟ ୨୦୦୬".
  10. "NANDINI SATPATHY (1931-2006)". STREESHAKTI. Retrieved 14 January 2019.
  11. "AKADEMI TRANSLATION PRIZES (1989-2015)". Sahitya Akademi. Retrieved 14 January 2019.
  12. "Nandini Satpathy". tribuneindia.com. Retrieved 14 January 2019.
  13. "CM unveils Nandini statue". The Telegraph. Retrieved 14 January 2019.

ଅଧିକ ତଥ୍ୟ[ସମ୍ପାଦନା]