ଆଇଜାକ ନିଉଟନ

ଉଇକିପିଡ଼ିଆ‌ରୁ
ସାର୍ ଆଇଜାକ୍ ନ୍ୟୁଟନ୍
Head and shoulders portrait of man in black with shoulder-length grey hair, a large sharp nose, and an abstracted gaze
ଗଡଫ୍ରେ ନେଲର୍‌ଙ୍କଦ୍ୱାରା ନ୍ଯୁଟନ୍‌ଙ୍କ ଛବି
(ବୟସ ୪୬)
Born(1642-12-25)୨୫ ଡିସେମ୍ବର ୧୬୪୨



[NS: ୪ ଜାନୁୟାରୀ ୧୬୪୩]

ଲିଙ୍କନ୍‌ସାୟାର୍, ଇଂଲଣ୍ଡ
Died୨୦ ମାର୍ଚ୍ଚ ୧୭୨୭(1727-03-20) (ବୟସ ୮୪)
[NS: ୩୧ ମାର୍ଚ୍ଚ ୧୭୨୭]0.3em
ଇଂଲଣ୍ଡ
Nationalityଇଂରେଜ
Alma materଟ୍ରିନିଟି ମହାବିଦ୍ଯାଳୟ, କେମ୍ବ୍ରିଜ୍
Known forନ୍ଯୁଟନୀୟ ଗତି
ମାଧ୍ଯାକର୍ଷଣ
କାଲ୍‌କୁଲସ୍
ଆଲୋକ ବିଜ୍ଞାନ
ଦ୍ୱିଘାତ ପ୍ରଗତି
ନ୍ଯୁଟନୀୟ ପ୍ରଣାଳୀ
ଫିଲୋସୋଫି ନାଚୁରାଲିସ ପ୍ରିନ୍‌ସିପିଆ ମାଥମେଟିକା
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ, ଗଣିତ, ଜ୍ଯୋତିର୍ବିଜ୍ଞାନ, ସାଧାରଣ ଦର୍ଶନ, ରସାୟନ, ଖ୍ରୀଷ୍ଟୀୟ ଆଧ୍ଯାତ୍ମିକତା
କର୍ମାନୁଷ୍ଠାନକେମ୍ବ୍ରିଜ୍ ବିଶ୍ୱବିଦ୍ଯାଳୟ
ରାଜକୀୟ ସମାଜ
ଶିକ୍ଷକୀୟ ଉପଦେଷ୍ଟାଆଇଜାକ୍ ବାରୋ[୧]
ବେଞ୍ଜାମିନ୍ ପୁଲେନ୍[୨]
ଜଣାଶୁଣା ଛାତ୍ରରୋଜର୍ କୋଟ୍‌ସ୍
ୱ୍ଇଲିୟମ୍ ହ୍ୱିଟ୍‌ସନ୍
ପ୍ରଭାବିତ କରିଥିଲେହେନ୍ରୀ ମୁର୍
ପୋଲିସ୍ ବ୍ରେଦ୍ରେନ୍
ଆଦର୍ଶନିକୋଲାସ୍ ଫାସିଓ ଡେ ଡୁଲିଅର୍
ଜନ୍ କିଲ୍
Signature
Is. Newton

ସାର ଆଇଜାକ ନିଉଟନ (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍‌କୁଲସ୍ରେ ନିଜର ନୀୟମ ପାଇଁ ଜଣା । ୧୬୮୭ ରେ, ନିଉଟନ ଗୋଟିଏ ବହି ଫିଲୋସୋଫି ନାଚୁରାଲିସ ପ୍ରିନ୍‌ସିପିଆ ମାଥମେଟିକା (Philosophiae Naturalis Principia Mathematica) ଲେଖିଥିଲେ ଯେଉଁଥିରେ ସେ ତାଙ୍କର ସର୍ବବ୍ୟାପୀ ମାଧ୍ୟାକର୍ଷଣ ଏବଂ ଗତିର ତିନୋଟି ନୀୟମବିଷୟରେ କହିଥିଲେ ।


ନିଉଟନ ପ୍ରଥମ ପ୍ରାୟୋଗିକପ୍ରତିଫଳନ ଦୂରବୀକ୍ଷଣ ୧୬୬୮ରେ ତିଆରି କରିଥିଲେ; ସେ ମଧ୍ୟ ଆଲୋକ ଉପରେ ଗୋଟିଏ ତତ୍ତ୍ୱ ପ୍ରଦାନ କରିଥିଲେ ଯେ ଗୋଟିଏ ପ୍ରିଜିମ ଧଳା ଆଲୋକକୁ ଇନ୍ଦ୍ରଧନୁରେ ପରିଣତ କରେ । ସେ ମଧ୍ୟ ଗଟଫ୍ରେଡ଼ ଲେଇବିଞ୍ଜ୍ଙ୍କୁ ସାହାଯ୍ୟ କରିଥିଲେ କାଲକୁଲସ ତିଆରି କରିବା ପାଇଁ । ଆଲବର୍ଟ୍ ଆଇନ୍‌ଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ ପୂର୍ବରୁ ନ୍ୟୁଟନ୍‌ଙ୍କ ଆଲୋକ, ଗତି ଓ ମାଧ୍ୟାକର୍ଷଣ ନୀୟମ ଭୌତିକ ଶାସ୍ତ୍ରରେ ଅତ୍ୟଧିକ ପ୍ରଚଳିତ ଥିଲା ।

ବାଲ୍ୟ ଜୀବନ[ସମ୍ପାଦନା]

ଆଇଜାକ୍ ନ୍ୟୁଟନ୍ ୪ ଜାନୁୟାରୀ ୧୬୪୩ରେ (ସେହି ବର୍ଷ ଗାଲିଲିଓ ଗାଲିଲି ମୃତ୍ୟୁବରଣ କରିଥିଲେ) ଲିଙ୍କନ୍‌ସାୟାର୍, ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତାଙ୍କ ଜନ୍ମର ତିନି ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ଆଇଜାକ୍ ତିନି ବର୍ଷର ହୋଇଥିବା ବେଳେ ତାଙ୍କ ମାତା ପୁନର୍ବିବାହ କଲେ ତେଣୁ ସେ ତାଙ୍କ ଜେଜେ ମା'ଙ୍କ ପାଖରେ ରହିଲେ । ଚାଷବାସରେ ଆଗ୍ରହି ନ ଥିବାରୁ ସେ ପାଠ ପଢ଼ିବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଗଲେ । କୁହାଯାଏ ଯେ ନ୍ୟୁଟନ୍ ଯେତେବେଳେ ଗୋଟିଏ ସେଓ ଗଛ ତଳେ ବସି ପଢୁଥିଲେ ଗୋଟିଏ ସେଓ ଆସି ତାଙ୍କ ମୁଣ୍ଡ ଉପରେ ପଡ଼ିଲା । Xxx

ପ୍ରଥମ କାମ[ସମ୍ପାଦନା]

ନ୍ୟୁଟନ୍ ବ୍ରହ୍ମାଣ୍ଡର ସଂରଚନା ଗଣିତ ମାଧ୍ୟମରେ କରିଥିଲେ । ସେ ଗତି ଓ ମାଧ୍ୟାକର୍ଷଣର ନୀୟମ ବୁଝାଇଥିଲେ । କୌଣସି ବସ୍ତୁ ଉପରେ କିଛି ବଳ ପ୍ରୟୋଗ ହେଲେ ହେଉଥିବା ପରିଣାମ ଏହି ନୀୟମମାନେ ବୁଝାନ୍ତି । କେମ୍ବ୍ରିଜ୍‌ର ଟ୍ରିନିଟି ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ସମୟରେ ୧୬୮୭ରେ ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ପ୍ରିନ୍‌ସିପିଆ ପ୍ରକାଶ କରିଥିଲେ । ପ୍ରିନ୍‌ସିପିଆରେ ସେ ଗତିର ତିନିଟି ମୂଳ ନୀୟମ ବୁଝାଇଥିଲେ । ପରେ ସେ ମାଧ୍ୟାକର୍ଷଣ ତତ୍ତ୍ୱ କହିଥିଲେ । ସମସ୍ତ ବସ୍ତୁକୁ ତଳକୁ ଟାଣୁଥିବା ବଳ ହେଉଛି ମଧ୍ୟାକର୍ଷଣ । ଟେବୁଲ୍ ଉପରୁ ପଡୁଥିବା କଲମ ଚଟାଣରେ ପଡ଼ିବ, ଛାତ ଉପରେ ନୁହେଁ । ନ୍ୟୁଟନ୍ ନିଜ ପୁସ୍ତକରେ ନୀୟମମାନଙ୍କର ବ୍ୟବହାର କରି ପ୍ରମାଣ କଲେ ଯେ ସୂର୍ଯ୍ୟ ଚତୁର୍ପାର୍ଶ୍ୱରେ ଗ୍ରହମାନଙ୍କର ଗତିପଥ ଗୋଲ ନୁହେଁ, ବରଂ ଅଣ୍ଡାକୃତି ।

ଗତିର ତିନୋଟି ନୀୟମ[ସମ୍ପାଦନା]

ନିମ୍ନଲିଖିତ ଗୁଡ଼ିକ ଗତିର ତିନୋଟି ନୀୟମ ଅଟନ୍ତି ।

ପ୍ରଥମ ନୀୟମ (ଜଡ଼ତାର ନୀୟମ)[ସମ୍ପାଦନା]

ନ୍ୟୁଟନ୍‌ଙ୍କର ଗତିର ପ୍ରଥମ ନୀୟମ ଅନୁଯାୟୀ, କୌଣସି ବସ୍ତୁ ସ୍ଥିର ଥିଲେ ସ୍ଥିର ରୁହେ ଏବଂ ଗତିଶୀଳ ଥିଲେ ସରଳରେଖାରେ ସମବେଗରେ ଗତି କରେ, ଯେ ପର୍ଯ୍ୟନ୍ତ କିଛି ଟଣା ବା ଠେଲା ବଳ ତା ଉପରେ ପ୍ରୟୋଗ ହୋଇ ନାହିଁ । ଏ କଥା ବୁଝିବା ପାଇଁ ସହଜ ଯେ କୌଣସି ଠେଲା ବା ଟଣା ବଳ ବିନା ରକେଟ୍ ଗତି କରିବ ନାହିଁ । କିନ୍ତୁ ବିନା କାରକରେ ବସ୍ତୁ ଗତି କରିବ ବୋଲି ବୁଝିବା କଷ୍ଟ । ରକେଟ୍ କଥା ପୁଣି ଚିନ୍ତା କରାଯାଉ । ରକେଟ୍ ରହିବା ପୂର୍ବରୁ ଯଦି ଜଣେ ରକେଟ୍‌ରୁ ଲମ୍ଫ ଦିଏ, କ'ଣ ହେବ ? ରକେଟ୍ ମହାକାଶ ପର୍ଯ୍ୟନ୍ତ ଯାତ୍ରା କରିବ । କୌଣସି ବସ୍ତୁର ସ୍ଥିର ରହିବା ଅଥବା ସରଳରେଖାରେ ସମବେଗରେ ଗତି କରିବାର ପ୍ରବଣତାକୁ ଜଡ‍ତା କୁହାଯାଏ ।

ଦ୍ୱିତୀୟ ନୀୟମ (ତ୍ୱରଣର ନୀୟମ)[ସମ୍ପାଦନା]

ଦ୍ୱିତୀୟ ନୀୟମ ବସ୍ତୁ ଉପରେ ପ୍ରଯୁକ୍ତ ବଳ ବିଷୟରେ ପର୍ଯ୍ୟବେଷିତ । ବସ୍ତୁ ସେହି ଦିଗକୁ ଗତି କରେ ଯେଉଁ ଦିଗକୁ ବଳ ପ୍ରୟୋଗ ହୁଏ । ଜଣେ ସାଇକେଲରେ ବସି ପେଡାଲ୍ ମାରିଲେ ଗତି କରିବା ଆରମ୍ଭ କରେ । ସାଇକେଲକୁ କେହି ଯଦି ପଛରୁ ଠେଲେ, ଗତି ବଢିଯାଏ । କେହି ପଛରୁ ଟାଣିଲେ, ଗତି କମିଯାଏ । ଚାଳକ ହ୍ୟାଣ୍ଡଲ୍ ମୋଡିଲେ, ସାଇକେଲର ଦିଗ ବଦଳେ ।

ତୃତୀୟ ନୀୟମ (ପାରସ୍ପରିକ କ୍ରିୟାର ନୀୟମ)[ସମ୍ପାଦନା]

ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥିବା କଥା ତୃତୀୟ ନୀୟମ କହେ । ଆମେ ଭାର ଉଠାଇବା ବେଳେ ଉପରକୁ ବଳ ପ୍ରୟୋଗ କରୁ । ଭାର ସମାନ ବଳ ନିମ୍ନ ଦିଗରେ ପ୍ରୟୋଗ କରୁଥିବାରୁ ଓଜନିଆ ଲାଗେ । ଭାର ଉଠାଳୀର ଗୋଡରୁ ଚଟାଣକୁ ଓଜନ ସଂଚରିତ ହୁଏ । ଚଟାଣ ସେହି ସମାନ ବଳ ଉପରକୁ ଛାଡେ । ଯଦି ଚଟାଣ ଉପରକୁ କମ୍ ବଳ ପ୍ରୟୋଗ କରନ୍ତା, ତେବେ ଭାର ତଳକୁ ଖସି ପଡ‍ନ୍ତା । ଯଦି ଏହା ଅଧିକ ବଳ ପ୍ରୟୋଗ କରନ୍ତା, ତେବେ ଭାର ଉଠାଳୀ ପକ୍ଷୀ ଶାବକ ଭଳି ଉପରକୁ ଉଡି ଯାଇ ପୁଣି ଖସି ପଡନ୍ତା ।

ମାଧ୍ୟାକର୍ଷଣ ନୀୟମର ଆବିଷ୍କାର[ସମ୍ପାଦନା]

ଆମେ ଯେତେବେଳେ ଆଇଜାକ୍ ନ୍ୟୁଟନ୍‌ଙ୍କୁ ମନେ ପକାଉ, ସେ ଗଛ ତଳେ ବସି ପଡନ୍ତା ସେଓକୁ ଦେଖୁଥିବାର ଛବି ଆମ ମନରେ ସୃଷ୍ଟି ହୁଏ । କେହି କେହି ଭାବନ୍ତି ଯେ ସେଓ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ‌ଯେଉଁ ବଳ ସମସ୍ତ ବସ୍ତୁକୁ ତଳକୁ ଟାଣେ ନ୍ୟୁଟନ୍ ତାକୁ ମାଧ୍ୟାକର୍ଷଣ ବୋଲି କହିଥିଲେ । ସେ ଭାବିଥିଲେ ଯେ ମାଧ୍ୟାକର୍ଷଣ କୌଣସି ଦୁଇଟି ବସ୍ତୁ, ଯଥା ପୃଥିବୀ ଓ ସେଓ ମଧ୍ୟରେ ଥିବା ଆକର୍ଷଣ ବଳ । ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ । ସେଥିପାଇଁ ପୃଥିବୀ ସବୁ ବସ୍ତୁକୁ ନିଜ ଆଡକୁ ଟାଣେ । ସେଓ ତଳକୁ ପଡ଼ିବା, ମଣିଷମାନେ ଉପରେ ନ ଉଡିବା ପଛରେ ମଧ୍ୟ ଏହି କାରଣ ରହିଛି ।

ଆଇଜାକ୍ ନ୍ୟୁଟନ୍ ମାଧ୍ୟାକର୍ଷଣ ବିଷୟରେ ଭାବି ଚାଲିଲେ । ତାଙ୍କ ପୂର୍ବରୁ ଲୋକେ ଭାବୁଥିଲେ ଯେ ପୃଥିବୀ ନିକଟତର ବସ୍ତୁ ହିଁ ଖସି ପଡେ । କିନ୍ତୁ ନ୍ୟୁଟନ କହିଲେ ଯେ ମାଧ୍ୟାକର୍ଷଣ ପୃଥିବୀ ଓ ଏହା ଉପରେ ଥିବା ବସ୍ତୁ ଭିତରେ ସୀମିତ ନୁହେଁ । ଯଦି ମାଧ୍ୟାକର୍ଷଣକୁ ଜହ୍ନ ଓ ଆଗକୁ ବିସ୍ତାର କରାଯାଏ ?

ନ୍ୟୁଟନ୍ ଦୁଇଟି ବସ୍ତୁର ଆକର୍ଷଣ ବଳ ନିର୍ଣୟ କରିବା ପାଇଁ ଏକ ସୂତ୍ର ଉଦ୍ଭାବନ କଲେ । ଏହି ସୂତ୍ର ବ୍ୟବହାର କରି ଜହ୍ନର ପରିକ୍ରମଣ ପାଇଁ ଆବଶ୍ୟକ ବଳ ନିର୍ଣୟ କଲେ । ଏହାକୁ ସେଓ ଖସାଉଥିବା ବଳ ସହିତ ତୁଳନା କଲେ । ପୃଥିବୀଠାରୁ ଜହ୍ନର ଦୂରତା ଓ ଅଧିକ ବସ୍ତୁତ୍ୱ ଥିବା କଥା ହିସାବକୁ ନେଇ ସେ ଜାଣିଲେ ଯେ ଉଭୟ କ୍ଷେତ୍ରରେ ବଳ ସମାନ । ପୃଥିବୀର ମାଧ୍ୟାକର୍ଷଣ ଜହ୍ନକୁ ଏକ ପରିକ୍ରମଣ ବଳୟରେ ଧରି ରଖେ ।

ନ୍ୟୁଟନ୍‌ଙ୍କଦ୍ୱାରା ଉଦ୍ଭାବିତ ଏହି ସୂତ୍ରକୁ ମାଧ୍ୟାକର୍ଷଣ ନୀୟମ କୁହାଯାଏ ।

ପ୍ରଭାବ[ସମ୍ପାଦନା]

ବିଶ୍ୱବ୍ରହ୍ମାଣ୍ଡ ଉପରେ ଥିବା ଧାରଣାକୁ ଆଇଜାକ୍ ନ୍ୟୁଟନ୍ ବଦଳାଇ ଦେଇଥିଲେ । ତାଙ୍କ ପୂର୍ବରୁ କେହି କହି ପାରି ନଥିଲେ କାହିଁକି ଗ୍ରହମାନେ ପରିକ୍ରମଣ ପଥରେ ତିଷ୍ଟି ରହନ୍ତି । ସେମାନଙ୍କୁ କିଏ ଧରି ରଖେ ? ଆଇଜାକ୍ ନ୍ୟୁଟନ୍‌ଙ୍କ ପୂର୍ବରୁ ଧାରଣା ଥିଲା ଯେ ଏକ ଅଦୃଶ୍ୟ ଢାଲ ଗ୍ରହମାନଙ୍କୁ ଧରି ରଖିଛି । ଆଇଜାକ୍ ପ୍ରମାଣ କଲେ ଯେ ସେମାନଙ୍କୁ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଧରି ରଖିଛି । ମାଧ୍ୟାକର୍ଷଣ ଉପରେ ଦୂରତ୍ୱ ଓ ବସ୍ତୁତ୍ୱର ପ୍ରଭାବ ମଧ୍ୟ ସେ ବୁଝାଇଥିଲେ । ଗ୍ରହମାନଙ୍କର ପରିକ୍ରମଣ ପଥ ଅଣ୍ଡାକୃତି ବୋଲି ଜାଣିବାରେ ସେ ପ୍ରଥମ ନ ଥିଲେ । ସେ ଏହାର କାର୍ଯ୍ୟକାରିତା ବୁଝାଇଥିଲେ ।

ମହାନ ଭୌତିକବିଦ୍ ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ କହୁଥିଲେ ଯେ ନ୍ୟୁଟନ୍‌ଙ୍କ ମାଧ୍ୟାକର୍ଷଣ ନୀୟମ ସମ୍ପୂର୍ଣ୍ଣ ସଠିକ୍ ନୁହେଁ । ନ୍ୟୁଟନ୍‌ କରିଥିବା ଅନେକ କଥା ସେ ସୁଧାରି ଥିଲେ ।

ମୃତ୍ୟୁ[ସମ୍ପାଦନା]

ବିଲାତର ଲଣ୍ଡନ ସହରରେ ୩୧ ମାର୍ଚ୍ଚ ୧୭୨୭ରେ ଆଇଜାକ୍ ନ୍ୟୁଟନ୍ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୱେଷ୍ଟ୍‌ମିନିଷ୍ଟର୍ ଆବେ'ରେ ସମାଧି ଦିଆଗଲା । ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍, ଜେମ୍‌ସ୍ ଚାଦ୍‌ୱିକ୍ ଏବଂ ଷ୍ଟିଫେନ୍ ହକିଙ୍ଗ୍‌ଙ୍କ ପରି ଅନେକ ଭୌତିକବିଦ୍‌ଙ୍କ ପାଇଁ ସେ ପ୍ରେରଣା ପାଲଟିଥିଲେ ।

ଆଧାର[ସମ୍ପାଦନା]

  1. Mordechai Feingold, Barrow, Isaac (1630–1677), Oxford Dictionary of National Biography, Oxford University Press, September 2004; online edn, May 2007; accessed 24 February 2009; explained further in Mordechai Feingold " Newton, Leibniz, and Barrow Too: An Attempt at a Reinterpretation"; Isis, Vol. 84, No. 2 (June, 1993), pp. 310–338
  2. Dictionary of Scientific Biography, Newton, Isaac, n.4


ଅନ୍ୟ ୱେବ୍‌ସାଇଟ୍[ସମ୍ପାଦନା]